• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଇରାନରେ ଶନିବାର ଏକ ଭୟଙ୍କର ବିସ୍ଫୋରଣ ଦେଖିବାକୁ ମିଳିଛି। ଏହି ବିସ୍ଫୋରଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଅଧିକ ଆହତ ହୋଇଛନ୍ତି। ଶନିବାର ଇରାନର ବନ୍ଦର ସହର ଶାହିଦ ରାଜେରେ ଏକ ବଡ଼ ବିସ୍ଫୋରଣ ଘଟିଛି। ଏଥିରେ ୫୦୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ୪ ଜଣଙ୍କର ପ୍ରାଣହାନି ଘଟିଛି। ଗୋଟିଏ ପଟରେ ଆମେରିକା ଓ ଇରାନ ମଧ୍ୟରେ ପରମାଣୁ ଆଲୋଚନା ଜାରି ରହିଛି। ଓମାନରେ ତୃତୀୟ ପର୍ଯ୍ୟାୟର ଆଲୋଚନା ଜାରି ରହିଥିବା ବେଳେ ଏଭଳି ବିସ୍ଫୋରଣ ଆଲୋଚନାକୁ ପ୍ରଭାବିତ କରିପାରେ। ବିସ୍ଫୋରଣର କାରଣ ତୁରନ୍ତ ସ୍ପଷ୍ଟ ହୋଇପାରି ନାହିଁ।
ଶାହିଦ ରାଜେ ସହର ଅତ୍ୟାଧୁନିକ ବନ୍ଦର ପାଇଁ ପ୍ରସିଦ୍ଧ। ବିସ୍ଫୋରଣ ଅତ୍ୟନ୍ତ ଭୟଙ୍କର ରହିଥିବା ବେଳେ ଅନେକ କିଲୋମିଟର ପର୍ଯ୍ୟନ୍ତ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାକୁ ନିଆଯାଇଥିଲା ଏବଂ ବନ୍ଦର କାର୍ଯ୍ୟକଳାପ ବନ୍ଦ କରାଯାଇଥିଲା।ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ଆକାଶ ସମ୍ପୂର୍ଣ୍ଣ ଭାବେ ଧୂଆଁରେ ଆଛନ୍ନ ଥିବା ଦେଖିବାକୁ ମିଳିଥିଲା। ନିଆଁ ଲିଭାଇବା ପାଇଁ ପ୍ରୟାସ ଚାଲିଛି। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଅନେକ କିଲୋମିଟର ଦୂରରେ ଥିବା ଘର ଗୁଡିକର ଝରକା ଭାଙ୍ଗି ଯାଇଥିଲା।

Also Read

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...