• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Saroj Kumar Jena

ଜମ୍ମୁ କାଶ୍ମୀରର ପହଲଗାମରେ ବୁଧବାର ଆତଙ୍କବାଦୀ ମାନେ ଅତର୍କିତ ଭାବେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ୨୬ ଜଣ ନିରୀହ ପର୍ଯ୍ୟଟକ ପ୍ରାଣ ହରାଇଥିଲେ ଓ ୧୭ ଜଣ ଆହତ ମଧ୍ୟ ହୋଇଥିଲେ। ଏହି ଘଟଣା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ପରସ୍ଥିତି ବେଶ ଉତ୍ତେଜନାପୂର୍ଣ୍ଣ ରହିଛି। ଭାରତ ଏହାର ଅଟ୍ଟାରି ସୀମାକୁ ବନ୍ଦ କରିଥିବା ବେଳେ ସିନ୍ଧୁ ଜଳ ଚୁକ୍ତିରୁ  ଓହରୁଥିବା ନେଇ ଘୋଷଣା କରିଥିଲା। ପାକିସ୍ତାନ ମଧ୍ୟ ସମାନ ଭାବରେ ସିମଲା ଚୁକ୍ତିକୁ ବାତିଲ କରିଥିବା ବେଳେ ଏୟାର ସ୍ପେସକୁ ବନ୍ଦ କରିଥିଲା। ସିମଲା ଚୁକ୍ତି ଅନୁସାରେ ଉଭୟ ରାଷ୍ଟ୍ର ପରସ୍ପରର ଏଲଓସି ଅତିକ୍ରମ କରି ପାରିବେ ନାହିଁ ବୋଲି ଚୁକ୍ତି ରହିଥିଲା। ତେବେ ପାକିସ୍ତାନ ଏହାକୁ ବାତିଲ କରିଥିବା ବେଳେ ଭାରତ ନିକଟରେ ପିଓକେକୁ ପୁନର୍ବାର ନିଜ ସୀମାରେ ସାମିଲ କରିବାର ସୁଯୋଗ ରହିଛି।

୧୯୪୭ ମସିହାରେ ଭାରତ ସ୍ବାଧୀନତା ହାସଲ କରିଥିଲା। ଇଂରେଜମାନେ ଭାରତ ଛାଡିଥିଲେ ମଧ୍ୟ ଦେଶ ବିଭାଜିତ ହୋଇଥିଲା। ବିଭାଜନ ପରେ ଭାରତ ଓ ପାକିସ୍ତାନ ନାମରେ ଦୁଇଟି ସ୍ୱାଧୀନ ରାଷ୍ଟ୍ର ସୃଷ୍ଟି ହେଲା। ଏହି ସମୟରେ ଜମ୍ମୁ ଓ କାଶ୍ମୀରକୁ ସ୍ବାୟତ୍ତ ଭାବେ ରଖିବାକୁ ନିଷ୍ପତ୍ତି ନେଇଥିଲେ ଇଂରେଜ ସରକାର । ଏହାର ଶାସନ ବ୍ୟବସ୍ଥା ମହାରାଜା ହରି ସିଂଙ୍କ ହାତରେ ରହିଥିଲା। ଭାରତ କିମ୍ବା ପାକିସ୍ତାନରେ ଯୋଗଦାନ କରିବାକୁ ନିଷ୍ପତ୍ତି ନେବାର ସ୍ୱାଧୀନତା ଜମ୍ମୁ କାଶ୍ମୀରକୁ ଦିଆଯାଇଥିଲା। ମହାରାଜା ହରି ସିଂ ପ୍ରଥମେ ସ୍ୱାଧୀନ ରହିବାକୁ ଚାହିଁଥିଲେ ଏବଂ କୌଣସି ଦେଶରେ ଯୋଗଦାନ କରିବା ନିଷ୍ପତ୍ତିକୁ ବିଳମ୍ବ କରୁଥିଲେ।

Also Read

ଅଧିକ ପଢ଼ନ୍ତୁ: '୨୦୨୭ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ମେଟ୍ରୋ, ପ୍ରତ୍ୟେକ ଦିନ ୯୫ ହଜାର ଲୋକଙ୍କ ପାଇଁ ଯାତାୟତ ସୁବିଧା'

ତେବେ ପାକିସ୍ତାନ ଜମ୍ମୁ ଓ କାଶ୍ମୀରକୁ ନିଜ ଅଧୀନକୁ ଆଣିବା ପାଇଁ ଆକ୍ରମଣ କରିଥିଲା। ଉତ୍ତର-ପଶ୍ଚିମ ସୀମାନ୍ତ ଅଞ୍ଚଳର ମଲିସିଆ ପ୍ରଜାତିର ଆଦିବାସୀଙ୍କ ସମର୍ଥନରେ ଏହା ଆକ୍ରମଣ ଆରମ୍ଭ କରିଥିଲା। ଏହି ଆକ୍ରମଣକାରୀ ମାନଙ୍କୁ ପାକିସ୍ତାନୀ ସେନା ପକ୍ଷରୁ ଅକୁଣ୍ଠ ସମର୍ଥନ ମିଳିଥିଲା।

ଅକ୍ଟୋବର ୧୯୪୭ ରେ ଏହି ମଲିସିଆ ପ୍ରଜାତି ଓ ପାକିସ୍ତାନୀ ସୈନ୍ୟ ଜମ୍ମୁ ଓ କାଶ୍ମୀରର ପଶ୍ଚିମ ଅଞ୍ଚଳ ଅଧିକାର କରିଥିଲେ। ମୁଜାଫରାବାଦ, ମୀରପୁର ଏବଂ ପୁଞ୍ଚ୍ ଅଞ୍ଚଳ ଦଖଲ କରିଥିଲା ପାକିସ୍ତାନ। ଏହି ଆକ୍ରମଣ ଶ୍ରୀନଗର ପର୍ଯ୍ୟନ୍ତ ପହଞ୍ଚିଥିଲା। ଆକ୍ରମଣର ମୁକାବିଲା କରିବାରେ ଅସମର୍ଥ ହେବା ପରେ ମହାରାଜା ହରି ସିଂ ଭାରତଠାରୁ ସାମରିକ ସାହାଯ୍ୟ ମାଗିଥିଲେ। ତେବେ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହରୁ ତୁରନ୍ତ ସାହାଯ୍ୟ କରିବା ପରିବର୍ତ୍ତେ ଭାରତରେ ଯୋଗଦାନ ଚୁକ୍ତି ସ୍ବାକ୍ଷର କରିବାକୁ କହିଥିଲେ।

ହରି ସିଂ ଚୁକ୍ତି ସ୍ବାକ୍ଷର କରିବା ପରେ ୨୬ ଅକ୍ଟୋବର ୧୯୪୭ରେ ଭାରତରେ ସାମିଲ ହୋଇଥିଲା ଜମ୍ମୁ ଓ କାଶ୍ମୀର। ଭାରତୀୟ ସେନା ପାକିସ୍ତାନର ସେନାକୁ ପଛକୁ ବିଦା କରିବାରେ ସମର୍ଥ ହୋଇଥିଲା। ତେବେ ଜମ୍ମୁ କାଶ୍ମୀରର ପଶ୍ଚିମ ଓ ଉତ୍ତର ଭାଗକୁ ପାକିସ୍ତାନ ନିଜ ନିୟନ୍ତ୍ରଣରେ ରଖିଥିଲା। ଯୁଦ୍ଧବିରତି ପରେ ଜମ୍ମୁ ଓ କାଶ୍ମୀରର ଅଞ୍ଚଳ ଦୁଇ ଭାଗରେ ବିଭକ୍ତ ହେଲା। ଭାରତ ଶ୍ରୀନଗର, ଜମ୍ମୁ ଓ ଲଦାଖ ଅଞ୍ଚଳ ନିୟନ୍ତ୍ରଣ କରିଥିଲା, ଆଉ ପାକିସ୍ତାନ ମୁଜାଫରାବାଦ, ଗିଲଗିଟ-ବାଲ୍ଟିସ୍ତାନ ଏବଂ ଅନ୍ୟାନ୍ୟ ପଶ୍ଚିମ ଅଞ୍ଚଳ ଅଧିକାର କରିଥିଲା, ଯାହା ବର୍ତ୍ତମାନ ପିଓକେ ନାମରେ ପରିଚିତ। ୧୯୭୧ରେ ବାଂଲାଦେଶ ଗଠନ ପରେ ଉଭୟ ଦେଶର ସୀମାକୁ ଅଫିସିଆଲ ମାନ୍ୟତା ମଧ୍ୟ ମିଳିଥିଲା। ତେବେ ପାକିସ୍ତାନ ସିମଲା ଚୁକ୍ତିରୁ ଓହରିବା ଫଳରେ ଭାରତ ପାଇଁ ପିଓକେ ଅଧିକାର କରିବାର ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ମତ ଦେଉଛନ୍ତି ।

ଅଧିକ ପଢ଼ନ୍ତୁ: ମଧ୍ୟାହ୍ନ ଭୋଜନ୍ ଖର୍ଚ୍ଚ ବଢ଼ାଇଲେ ରାଜ୍ୟ ସରକାର, ଜାଣନ୍ତୁ କେବେଠୁ ହେବ ଲାଗୁ...