• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଏ ଦୁନିଆରେ ଏମିତି ଅନେକ କଥା ରହିଛି । ଯାହାର ଟେର୍‌ ବି ଏବେକାର ଆଧୁନିକ ମଣିଷ ପାଇପାରୁନି । ଅନେକ ଅଦ୍ଭୁତ କଥା ବିଭିନ୍ନ ସମୟରେ ଆମ ସାମ୍ନାକୁ ଆସୁଛି । ଏ ଦୁନିଆକୁ ଯେତେ ଜାଣିବାକୁ ଚେଷ୍ଟା କରୁଛି ମଣିଷ, ସେତେ ନୂଆ ନୂଆ କଥା ବାହାରୁଛି । ସବୁଠାରୁ ବଡ଼ କଥା ହେଲା, ଏ ଦୁନିଆରେ ବିଭିନ୍ନ ପ୍ରକାରର ଲୋକ ବାସକରିଥାନ୍ତି । ଆଉ ସେମାନଙ୍କର ଭିନ୍ନ ଭିନ୍ନ ରହିଥାଏ ପରମ୍ପରା । ସମସ୍ତଙ୍କ ଜୀବନଶୈଳୀ ବି ଭିନ୍ନ । ଗୋଟିଏ ସ୍ଥାନରେ ମଣିଷ ଯାହାକୁ ଘୃଣା କରିଥାଏ ଅନ୍ୟ ସ୍ଥାନରେ ତାକୁ ପୂଜା କରାଯାଏ । ତେବେ ଆମ କଥା ଆପଣଙ୍କୁ ଅଳ୍ପେ ବହୁତେ ବିଶ୍ୱାସ ବି ହେଉଥିବ ନିଶ୍ଚୟ ।

ତେବେ ଆଜି ଆମେ ଆପଣଙ୍କୁ ସେମିତି କିଛି ଭିନ୍ନ ଜୀବନଶୈଳୀ ଓ ଭିନ୍ନ ଲୋକଙ୍କ କଥା କହିବୁ । ଯାହା ଆପଣଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ କରିବ ।

ଆପଣ ଜାଣିଥିବେ ଏଦୁନିଆରେ ଅନେକ ପ୍ରକାର ଜନଜାତି ରହିଥାନ୍ତି । ସେଥିମଧ୍ୟରୁ କିଛି ଜନଜାତି ଅଛନ୍ତି ଯାହାଙ୍କ ବିଷୟରେ ଏ ଦୁନିଆ ଏବେ ବି ଅଜଣା ରହିଛି । ଏହି ଜନଜାତି ସବୁବେଳେ ମୁଖ୍ୟ ସ୍ରୋତରୁ ଦୂରେଇ ରହିବାକୁ ଚାହାଁନ୍ତି । ସେମାନଙ୍କ ବିଷୟରେ କାହାକୁ ଜାଣିବାର ସୁଯୋଗ ବି ଦେଇନଥାନ୍ତି । ସବୁବେଳେ ନିଜ ନିଜ ଭିତରେ ସେମାନେ ରହିଥାନ୍ତି । ଆଧୁନିକ ସମାଜଠାରୁ ସେମାନେ ନିଜକୁ ଦୁରେଇ ରଖିଥାନ୍ତି ।

ସାଧାରଣ ଜନଜାତି, ସମୟ ସହ ତାଳ ମେଳାଇ ଆଗକୁ ବଢ଼ିବାକୁ ଚାହାଁନ୍ତି । ହେଲେ ଏହି ଜନଜାତି ବାହାର ଦୁନିଆଠାରୁ ଦୂରେଇ ରହିବାକୁ ପସନ୍ଦ କରିଥାନ୍ତି ଓ ନିଜ ପରମ୍ପରା ସହ ବଞ୍ଚିବାକୁ ଚାହାଁନ୍ତି । ଏହି କଥା ଜାଣିବା ପରେ ଆପଣ ଭାବୁଛନ୍ତି କି, ଏମାନଙ୍କର ଚିନ୍ତାଧାର ଖୁବ୍‌ ପୁରୁଣା ? ତେବେ ଆପଣ ଭୁଲ ଭାବୁଛନ୍ତି । ଏହି ଜନଜାତିଙ୍କର ଏମିତି କିଛି କଥା ରହିଛି ଯାହାକି ବର୍ତ୍ତମାନଙ୍କ ଅତ୍ୟାଧୁନିକ ସମାଜର ଚଳଣି ବା ଚିନ୍ତାଧାରାକୁ ବି ପଛରେ ପକାଇଦେବ ।

ବର୍ତ୍ତମାନ ସମୟରେ ଆଧୁନିକ ଯୁଗର ଲୋକେ ଲିଭ୍ ଇନ୍‌ କନ୍‌ସେପ୍ଟକୁ ଆପଣାଉଛନ୍ତି । ଆଉ ଏହାକୁ ଅନେକ ଲୋକ ବିରୋଧ ବି କରୁଛନ୍ତି । ଯେଉଁଥିପାଇଁ ଅନେକ ଯୋଡ଼ି ବା ପ୍ରେମୀ ଯୁଗଳ ଘର ଲୋକଙ୍କଠାରୁ ଲୁଚିକି ବାହାରେ ଲିଭ୍‌ ଇନ୍‌ରେ ରହୁଛନ୍ତି । ଭାରତରେ ଏକାଠି ରହିବା ପାଇଁ ବିବାହ ହେଉଛି ଏକମାତ୍ର ସବୁଠାରୁ ବଡ଼ କ୍ରାଇଟେରିଆ । ଏଇଥିପାଇଁ ଲିଭ୍‌ ଇନ୍‌ କନ୍‌ସେପ୍ଟ ଆପଣାଇବାକୁ ଏଠାରେ ଲୋକଙ୍କୁ ଅଧିକ ସମୟ ଲାଗିବ ।

ତେବେ ଚୀନରେ ଏମିତି ଏକ ଜନଜାତି ବାସ କରନ୍ତି, ଯେଉଁମାନେ ହଜାର ହଜାର ବର୍ଷ ପୂର୍ବରୁ ଲିଭ୍ ଇନ୍‌ରେ ରହି ଆସୁଛନ୍ତି । ଲିଭ୍ ଇନ୍‌ କନ୍‌ସେପ୍ଟ ଏମାନଙ୍କ ପାଇଁ ଖୁବ୍ ପୁରୁଣା । ଏହି ଜନଜାତିର ମହିଳାମାନେ ପୁରୁଷଙ୍କ ପ୍ରତି ବିଶେଷ ଆକର୍ଷିତ ହୁଅନ୍ତି ନାହିଁ । ସେମାନେ କେବଳ ଗର୍ଭବତୀ ହେବା ପାଇଁ ପୁରୁଷଙ୍କ ସହ ସମ୍ପର୍କ ରଖନ୍ତି, ଆଉ ଗର୍ଭବତୀ ହେବା ପରେ ସେମାନେ ପୁରୁଷଙ୍କୁ ଘରୁ ବାହାର କରିଦେଇଥାନ୍ତି ।

ପୁରୁଷଙ୍କ ସହ କେବଳ ଶାରୀରିକ ସମ୍ପର୍କ ଲୋଡ଼ା...

ଦକ୍ଷିଣ-ପଶ୍ଚିମ ଚାଇନାର ମୋସୁଆ ଜନଜାତିରେ ଦୀର୍ଘ ବର୍ଷ ଧରି ଲିଭ୍‌-ଇନ୍ ପରମ୍ପରା ଚାଲିଆସୁଛି । ଏହି ଜନଜାତିର ମହିଳାଙ୍କର ବିବାହ ପ୍ରତି ଆଗ୍ରହ ନାହିଁ । ଏଠାରେ ପୁରୁଷମାନେ ବିବାହ କରନ୍ତି ନାହିଁ କିମ୍ବା ପିଲାକୁ ପ୍ରତିପୋଷଣ କରିବାରେ ସାହାଯ୍ୟ କରନ୍ତି ନାହିଁ । ଏହି ଜନଜାତିଙ୍କ କ୍ଷେତ୍ରରେ ବିବାହ ଶବ୍ଦର କୌଣସି ସ୍ଥାନ ନାହିଁ । ଏହି ପରମ୍ପରାକୁ ୱାକିଂ ମ୍ୟାରେଜ୍ କୁହାଯାଏ । ଏଥିରେ ପୁରୁଷ ଏବଂ ମହିଳା ଏକାଠି ରୁହନ୍ତି ନାହିଁ, କେବଳ ଶାରୀରିକ ପାଇଁ ଏକାଠି ଶୋଇଥାନ୍ତି । ଏହା ପରେ, ଯଦିଓ ମହିଳା ଗର୍ଭବତୀ ହୁଅନ୍ତି, ତେବେ ବି ପୁରୁଷର କୌଣସି ଆବଶ୍ୟକତା ନଥାଏ । ମହିଳା ଜଣକ ପିଲାଟିକୁ ଏକାକୀ ଲାଳନପାଳନ କରନ୍ତି।

ମୋସୁଆ ଜନଜାତିର ପରିବାର ଅତ୍ୟନ୍ତ ସ୍ୱାଧୀନ ଚିନ୍ତାଧାରାର । ଯେତେବେଳେ ଝିଅର ପ୍ରଥମ ପିରିୟଡ୍‌ସ ଆରମ୍ଭ ହୋଇଥାଏ, ସେତେବେଳଠାରୁ ଝିଅକୁ ଭିନ୍ନ ଏକ କୋଠରୀ ଦେଇ ଦିଆଯାଏ । ଏହା ପରେ ସେ ରାତିରେ ନିଜ କୋଠରୀକୁ କାହାକୁ ବି ଡାକି ପାରନ୍ତି । ଯଦି ଏମିତି ଛୁଆ ରହିଯାଏ, ତେବେ ସେହି ଛୁଆକୁ ଉକ୍ତ ମହିଳା ହିଁ ଲାଲନପାଳନ କରିଥାନ୍ତି । ଛୁଆର ବାପା କୌଣସି ପ୍ରକାର ସାହାଯ୍ୟ କରିନଥାଏ । ହେଲେ ଜାନି ଯାତରା ଉତ୍ସବ ଆଦିରେ ଛୁଆର ବାପାକୁ ଡକାଯାଇଥାଏ, ଏହି ସମୟରେ ଛୁଆ ସହ ବାପାର ଭେଟ ହୋଇଥାଏ । ଏହିଭଳି ଭାବେ ସମସ୍ତେ ଛୁଆର ବାପା କିଏ ଚିହ୍ନି ଥାନ୍ତି ।