• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sujit kumar Swain

ପ୍ରଳୟଙ୍କରୀ ମହାବାତ୍ୟା । ସେ ଦିନ ବି ଥିଲା ୨୯ ଅକ୍ଟୋବର । ଆଉ ଆଜି ବି ସେହି ତାରିଖ । ହେଲେ ଏହାରି ଭିତରେ ବିତିଯାଇଛି ୨୫ ବର୍ଷ । ଗତ ୨୫ ବର୍ଷରେ ଅନେକ କିଛି ବଦଳିଯାଇଛି । ହେଲେ ଭୂଇଁରେ ଲୋଟି ପଡିଥିବା ନୂଆଗଡ ଗାଁର ଅଶ୍ୱତଥ ଗଛ, ଉଦୟକଣି ଗାଁର ପରିତ୍ୟକ୍ତ କୂଅ ଆଉ ଭଗ୍ନ ମନ୍ଦିର ଏବେବି ସେ ମହାବାତ୍ୟାର ଭୟାବହତାର ମୂକସାକ୍ଷୀ ହୋଇ ରହିଛି । 

ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଞ୍ଚଳର ଘଟଣା । ୧୯୯୯ ମହାବାତ୍ୟାରେ ପୁରୀ ଜିଲ୍ଲାରେ ସମୁଦାୟ ୩ଶହ ଜଣଙ୍କ ମୃତ୍ୟୁ ହୋଇଥିଲା । କେବଳ ଅସ୍ତରଙ୍ଗ ଓ କାକଟପୁର ଅଞ୍ଚଳରେ ୨୧୬ଜଣ ପ୍ରାଣ ହରାଇଥିଲେ । ଏମାନଙ୍କ ମଧ୍ୟରେ ଥିଲେ ଅସ୍ତରଙ୍ଗ ସୁଧିକେଶ୍ୱର ଗାଁର ଗୋଟିଏ ପରିବାରର ୩ ଜଣ ରାତିରେ ଶୋଇଥିବା ବେଳେ ଭୀଷଣ ପବନ ଓ ବର୍ଷା ସାଙ୍ଗକୁ ଲୁଣା ପାଣି ମାଡ଼ି ଆସିବାରୁ କାନ୍ଥପଡି ମୃତ୍ୟୁବରଣ କରିଥିଲେ । ପରିବାରର ଅନ୍ୟ ସଦସ୍ୟ ଅଳ୍ପକେ ବଂଚି ଯାଇଥିଲେ ।

ଦାଳୁଅକଣି ଗାଁର ଲୋକମାନେ ଯେମିତି ୨୫ ବର୍ଷ ହେଲା ଛାତିକୁ ପଥର କରିଦେଇଛନ୍ତି । କିଏ କାହା ବାପା-ମା’କୁ ହରାଇଛି ତ ପୁଣି କିଏ କାହା ପୁଅ ଝିଅଙ୍କୁ । ସେହିଭଳି  ଅସ୍ତରଂଗର ଏମିତି ଅନେକ ଲୋକ ମହାବାତ୍ୟାର କରାଳ ରୂପରେ ନିଜ ଆତ୍ମୀୟସ୍ୱଜନଙ୍କୁ ହରାଇ ଆଜି ବି କାନ୍ଦୁଛନ୍ତି । କିଏ ଜୀବନ ହରାଇଥିଲା ତ ଆଉ କିଏ ଜୀବିକା । କେହି କେହି ନିଜ ଭିଟାମାଟିକୁ ହରାଇ ସର୍ବସ୍ୱାନ୍ତ ହୋଇଥିଲେ । 

ଏହାରି ଭିତରେ ୨୫ ବର୍ଷ ବିତିଯାଇଛି । ଅସ୍ତରଂଗର ସାମାଜିକ ଓ ଅର୍ଥନୈତିକ ଚିତ୍ରରେ ଅନେକ ପରିବର୍ତ୍ତନ ଆସିଛି ।  ମହାବାତ୍ୟା ପରେ ଉପକୂଳ ଅଞ୍ଚଳର ଲୋକ ମାନଙ୍କ ସୁରକ୍ଷା ପାଇଁ ସରକାରୀ ଓ ବେସରକାରୀ ଉଦ୍ୟମରେ ବାତ୍ୟା ଆଶ୍ରୟସ୍ଥଳୀର ନିର୍ମାଣ ହୋଇଛି । ହେଲେ ରକ୍ଷଣା ବେକ୍ଷଣା ଅଭାବରୁ ଅଧିକାଂଶ ବାତ୍ୟା ଆଶ୍ରୟସ୍ଥଳୀ ଭୂତକୋଠି ପାଲଟିଲାଣି  । ଅନ୍ୟପଟେ ଏବେ ବି ଏଠାର ବିଭିନ୍ନ ଗାଁର ଲୋକେ କଚ୍ଚା ଘରେ ରହୁଛନ୍ତି । ବାତ୍ୟା ଆସିଲେ ପର ଦୁଆରେ ଆଶ୍ରୟ ନେବାକୁ ବାଧ୍ୟ ହେଉଛନ୍ତି ।

ଜରାଜୀର୍ଣ୍ଣ ବାତ୍ୟା ଆଶ୍ରୟସ୍ଥଳୀ ଓ ସମୁଦ୍ରକୂଳିଆ ଗାଁ ଲୋକଙ୍କ କଚ୍ଚା ଘର ଦେଖିଲେ ବାତ୍ୟା ପରିଚାଳନା ପାଇଁ ସରକାରୀ ବ୍ୟବସ୍ଥାର ବାସ୍ତବ ଚିତ୍ର ବାରି ହୋଇପଡ଼ୁଛି ।

OTV is now on Whatsapp

Join and get latest news update delivered to you via whatsapp

Join Now