Advertisment

Orissa High Court Justice: ଜଷ୍ଟିସ୍ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି

କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି । ଏନେଇ ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ।

author-image
Namita Biswal
ଅଦ୍ୟତନ ହୋଇଛି
Justice Dixit Krishna Shripad

Justice Dixit Krishna Shripad

ଓଡ଼ିଶା ହାଇକୋର୍ଟ ଆସିବେ ନୂଆ ବିଚାରପତି । ଜଷ୍ଟିସ ଦୀକ୍ଷିତ କ୍ରିଷ୍ଣା ଶ୍ରୀପଦଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇଛି । ଏନେଇ କେନ୍ଦ୍ର ଆଇନ ଓ ନ୍ୟାୟ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏବେ କର୍ଣ୍ଣାଟକ ହାଇକୋର୍ଟ ବିଚାରପତି ଅଛନ୍ତି ଜଷ୍ଟିସ ଶ୍ରୀପଦ । ବଦଳି ନେଇ ସୁପ୍ରିମକୋର୍ଟଙ୍କ କଲେଜିୟମର ସୁପାରିଶ କରିଥିଲେ । ଜଷ୍ଟିସ ଶ୍ରୀପଦଙ୍କ ଯୋଗଦାନ ପରେ ଓଡିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୧୯ରେ ପହଞ୍ଚିବ । ଜଷ୍ଟିସ ଶ୍ରୀପଦ ଖୁବଶୀଘ୍ର ଓଡିଶା ହାଇକୋର୍ଟରେ ଯୋଗଦେବେ ।

Advertisment

ଅଧିକ ପଢ଼ନ୍ତୁ: ଆସନ୍ତା ୭ ଯାଏ ବର୍ଷା ! ଆଜି ଏହି ୩ ଜିଲ୍ଲାରେ ପ୍ରବଳ ଛେଚିବ

ଜଷ୍ଟିସ ଶ୍ରୀପଦ ଜୁଲାଇ ୨୦,୧୯୬୪ ମସିହାରେ ଜନ୍ମ ଗ୍ରହଣ କରିଥିଲେ । ୨୦୧୮ ମସିହା ଫେବ୍ରୁଆରୀ ୧୪ ତାରିଖରେ ସେ କର୍ଣ୍ଣାଟକ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବରେ କାର୍ଯ୍ୟରେ ଯୋଗ ଦେଇଥିଲେ । ୨୦୨୦ ଜାନୁଆରୀ ୭ ତାରିଖରେ କର୍ଣ୍ଣାଟକ ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବରେ ଶପଥ ଗ୍ରହଣ କରିଥିଲେ । ସୁପ୍ରିମକୋର୍ଟ କଲେଜିୟମଙ୍କ ଏପ୍ରିଲ ୧୫ ଓ ୧୯ ତାରିଖ ବୈଠକରେ ଜଷ୍ଟିସ୍ ଶ୍ରୀପଦଙ୍କୁ ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିଶ କରାଯାଇଥିଲା । 

ଅଧିକ ପଢ଼ନ୍ତୁ: କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ବଢିଲା ସନ୍ଦେହ, ହଷ୍ଟେଲରୁ ମୃତଦେହ ଉଦ୍ଧାର କଲା କିଏ ?

Advertisment
Orissa High Court New CJ Of Orissa HC
Advertisment
Advertisment