• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସୋସିଆଲ ମିଡିଆରେ ଘୃଣା ସୃଷ୍ଟି କରୁଛି ବୁଲ୍ଲି ବାଇ (‘Bulli Bai’ )ଆପ୍ । କିଛି ଅସାମାଜିକ ବ୍ୟକ୍ତି ବୁଲ୍ଲି ବାଇ ଆପରେ ମହିଳାଙ୍କ ବିରୋଧରେ ବିଭିନ୍ନ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି । ମାନସିକ ବିକୃତିକୁ ଅନଲାଇନ୍‌ ପ୍ଲାଟଫର୍ମରେ ଜାହିର କରୁଥିବାରୁ ବିବାଦ ଉପୁଜିଛି । ଏହି ଆପରେ ସଂଖ୍ୟା ଲଘୁ ସମ୍ପ୍ରଦାୟର ମହିଳାମାନଙ୍କୁ ଟାର୍ଗେଟ କରାଯିବା ସହ ସେମାନଙ୍କ ବିରୋଧରେ ଅଶ୍ଳୀଳ ଓ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି ।

‘ସୁଲ୍ଲି ଡିଲ୍‌’ଆପ୍ ଭଳି ‘ବୁଲ୍ଲି ବାଈ’ ଆପ୍‌ ଠିକ୍‌ କାମ କରୁଛି । କିଛି ଦିନ ପୂର୍ବରୁ ‘ସୁଲ୍ଲି ଡିଲ୍’Githubରେ ଲଞ୍ଚ କରାଯାଇଥିଲା । ଏବେ ‘ବୁଲ୍ଲି ବାଈ’ ଆପ୍‌କୁ ମଧ୍ୟ Githubରେ ଲଞ୍ଚ କରାଯାଇଛି। ଗିଥବ୍ ଏକ ହୋଷ୍ଟିଂ ପ୍ଲାଟଫର୍ମରେ ଅଟେ । ବିଭିନ୍ନ ପ୍ରକାରର ଆପର ସମ୍ମିଶ୍ରଣରେ ଏହି ଆପ୍ ତିଆରି ହୋଇଛି ।  GitHub ଏକ ଓପନ୍ ସୋର୍ସ ପ୍ଲାଟଫରସ ଅଟେ । ୟୁଜର୍ସଙ୍କୁ ଆପ୍ ସୃଷ୍ଟି ଏବଂ ଉପସ୍ଥାପନ କରିବାକୁ ଅନୁମତି ଦିଏ GitHub । ଏଥିପାଇଁ କେବଳ ଏକ ଇ-ମେଲ୍ ଆଇଡିର ଆବଶ୍ୟକତା ଥାଏ ।

ଜଣେ ମହିଳା ସାମ୍ବାଦିକ ଟ୍ୱିଟ୍‌ର୍‌ରେ ନିଜ ଅଙ୍ଗେ ନିଭା କଥାକୁ ସେୟାର କରିବା କରେ ‘ବୁଲ୍ଲି ବାଈ’ଆପ୍ କଥା ଜଣାପଡ଼ିଥିଲା । ଆପକ୍ ଡେଭଲପ୍ କରିଥିବା ବ୍ୟକ୍ତି ମହିଳା ସାମ୍ବାଦିକଙ୍କ ଫଟୋକୁ ‘ବୁଲ୍ଲି ବାଈ’ ଆପରେ ସେୟାର କରିଥିଲେ ଏବଂ ତାଙ୍କ ସମ୍ପର୍କରେ ଅଶ୍ଳୀଳ ମନ୍ତବ୍ୟ ଲେଖିଥିଲେ । ଏହାକୁ ବିରୋଧ କରି ସାମ୍ବାଦିକା ଜଣକ ଦିଲ୍ଲୀ ପୁଲିସରେ ମାମଲା ରୁଜୁ କରିଛନ୍ତି।

ବୁଲ୍ଲି ବାଇ ଆପରେ କ’ଣ ହୁଏ?

ବୁଲ୍ଲି ବାଇ ଆପ ଖୋଲିବା ମାତ୍ରେ ମୁସଲମାନ ମହିଳାଙ୍କ ଫଟୋ ଦେଖିବାକୁ ମିଳେ । ୟୁଜର ଏହାକୁ ଦିନର ବୁଲ୍ଲି ବାଇ ଭାବରେ ପ୍ରଦର୍ଶନ କରନ୍ତି । ଏହା ପରେ ସେହି ମୁସ୍‌ଲିମ୍‌ ମହିଳାଙ୍କ ଫଟୋ ଉପରେ ଅଶ୍ଳୀଳ ମନ୍ତବ୍ୟ ସହିତ ଆପରେ ନିଲାମ ଡକାଯାଏ । ଏହା ପରେ ଫଟୋରେ #BulliBai ସହିତ ଦିନସାରା ଟ୍ରେଣ୍ଡ କରାଯାଏ । Bulli Bai ଆପରେ ଏଥର ଟ୍ୱିଟର ଏବଂ ଫେସବୁକରେ ସକ୍ରିୟ ଥିବା ୧୦୦ ଜଣ ମହିଳାଙ୍କକୁ କରାଯାଇଛି । ଗଣମାଧ୍ୟମ ସମେତ ଅନ୍ୟାନ୍ୟ କ୍ଷେତ୍ରର ମହିଳାଙ୍କ ପ୍ଲାଟଫର୍ମରେ ନାଁ ଏବଂ ଫଟୋ ଦେଇ ଏହି ଆପ୍ ବ୍ୟବହାର କରାଯାଉଛି ।

କିଏ ତିଆରି କରିଛି ଏହି ଆପ୍‌?

ବୁଲ୍ଲି ବାଈ ଆପ୍‌କୁ କିଏ ତିଆରି କରିଛି ସେ ନେଇ କୌଣସି ସୂଚନା ମିଳିନାହିଁ । କିନ୍ତୁ ପୀଡ଼ିତା ଜଣକ ଯେଉଁ ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି, ତା’ର ୟୁଆର୍‌ଏଲ୍‌ bullibai.github.io ରହିଛି । ବର୍ତ୍ତମାନ ଏହି ୟୁଆର୍‌ଏଲ୍‌ ଡିଆକ୍ଟିଭେଟ୍ ହୋଇଯାଇଛି । ତେବେ ମହିଳା ସାମ୍ବାଦିକା ଜଣକ ଏକ ସ୍କ୍ରିନ୍‌ ସଟ୍‌ ଶେଆର କରିଛନ୍ତି, ସେଥିରେ ପଞ୍ଜାବୀ ଭାଷାରେ କିଛି ଲେଖା ହୋଇଥିବା ଦେଖିବାକୁ ମିଳୁଛି ।