• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳାଫଳରେ କଂଗ୍ରେସକୁ ଏକ ପ୍ରକାର ସ୍ପଷ୍ଟ ବହୁମତ ମିଳିଥିବା ଜଣାପଡ଼ିଛି। ପ୍ରାରମ୍ଭିକ ଟ୍ରେଣ୍ଡ୍‌ ଅନୁସାରେ, କଂଗ୍ରେସକୁ ଅଧିକ ଭୋଟ୍ ମିଳିଥିବା ଜଣାପଡ଼ିଛି। ୨୨୪ ଆସନରୁ କଂଗ୍ରେସ ୧୨୩ ଆସନରେ ଆଗୁଆ ଥିବାବେଳେ ବିଜେପି ୭୦, ଜେଡିଏସ୍‌ ୨୫ ଓ ଅନ୍ୟାନ୍ୟ ପାର୍ଟି୬ ଆସନରେ ଆଗୁଆ ରହିଛି। 

ମ୍ୟାଜିକ୍‌ ନମ୍ବର ୧୧୩ ଥିବାବେଳେ କଂଗ୍ରେସ ଲାଟେଷ୍ଟ ଟ୍ରେଣ୍ଡ୍‌ ଅନୁସାରେ ୧୧୭ ଆସନରେ ଆଗୁଆ ଥିବା ଜଣାପଡ଼ିବା ପରେ ଦିଲ୍ଲୀ ଓ କର୍ଣ୍ଣାଟକ ସମେତ ଅନ୍ୟ ସ୍ଥାନରେ କଂଗ୍ରେସ କାର୍ଯ୍ୟାଳୟରେ ସେଲିବ୍ରେସନ ଆରମ୍ଭ ହୋଇଛି। ଏସବୁ ଭିତରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ଚର୍ଚ୍ଚା।

ଶିଗାଓଁ ସ୍ଥିତ ବିଜେପି କ୍ୟାମ୍ପ ଅଫିସ ପରିସରରେ ଏକ ସାପ ପଶି ଯାଇଥିଲା। ଭୋଟ୍‌ ଗଣତି ଚାଲିଥିବା ବେଳେ ଆଜି ସକାଳେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ବିଜେପି କ୍ୟାମ୍ପ ଅଫିସକୁ ଆସିଥିଲେ। ଏହି ସମୟରେ ସମର୍ଥକଙ୍କ ସହ କ୍ୟାମ୍ପ ଅଫିସରେ ମୁଖ୍ୟମନ୍ତ୍ରୀ ବାସବରାଜ ଉପସ୍ଥିତ ଥିବାବେଳେ ଏକ ବିଷଧର ସାପ ଉଦ୍ଧାର କରାଯାଇଥିଲା। କିଛି ସମୟ ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା।

ସୂଚନାଥାଉ କି, ଗତ ୧୦ ତାରିଖରେ ହୋଇଥିବା ନିର୍ବାଚନରେ ୭୩.୧୯%  ଭୋଟ୍‌ ପଡ଼ିଛି । କର୍ଣ୍ଣାଟକ ବିଧାନସଭା ନିର୍ବାଚନକୁ ନେଇ ଆସିଥିବା ଏକଜିଟ୍ ପୋଲ୍ ରିପୋର୍ଟରେ କଂଗ୍ରେସ ସର୍ବାଧିକ ସିଟ୍ ହାସଲ କରିବ ବୋଲି କୁହାଯାଇଛି। କଂଗ୍ରେସକୁ କଡ଼ା ଟକ୍କର ଦେଇ ବିଜେପି ଦ୍ୱିତୀୟ ସ୍ଥାନରେ ରହିବ। ଏହା ମଧ୍ୟରେ ପୁଣିଥରେ କିଙ୍ଗ୍ ମେକର ସାଜି ପାରେ ଜେଡିଏସ।

OTV is now on Whatsapp

Join and get latest news update delivered to you via whatsapp

Join Now