Advertisment

Nepali Student Death at KIIT: କିଟ୍ ଛାତ୍ରୀ ମୃତ୍ୟୁ: କମିଟି ଗଠନ କଲା UGC, ୧୦ ଦିନ ଭିତରେ ରିପୋର୍ଟ ଦାଖଲ କରିବ କମିଟି

କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛି UGC । କିଟ୍ ବିଶ୍ବବିଦ୍ୟାଳୟରେ ଗତକାଲି ଆଉ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ କମିଟି UGC ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି

ଗଠନ ହେଲା ଫ୍ୟାକ୍ଟ ଫାଇଣ୍ଡିଂ କମିଟି

କିଟ୍ ବିଶ୍ବବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ତା’ପରବର୍ତ୍ତୀ ଘଟଣାକ୍ରମକୁ ନେଇ ରାଜ୍ୟରୁ ସାରା ଦେଶ ସ୍ତବ୍ଧ ଥିବାବେଳେ ଅଢ଼େଇ ମାସର ବ୍ୟବଧାନ ପରେ ଆଉ ଜଣେ ନେପାଳୀ ଛାତ୍ରୀଙ୍କ ମୃତ୍ୟୁ, ଚହଳ ପକାଇଛି ଚାରିଆଡ଼େ । କାରଣ ଫେବୃୟାରୀ ୧୬ରେ ଯେଉଁ ହଷ୍ଟେଲରେ ଅଘଟଣ ଘଟିଥିଲା, ସେହି ହଷ୍ଟେଲରେ ହିଁ ଗତରାତିରେ ଅନ୍ୟ ଜଣେ ନେପାଳୀ ଛାତ୍ରୀଙ୍କ ଜୀବନ ଯାଇଛି । ଯାହାକୁ ନେଇ ବୈଦେଶିକ ମନ୍ତ୍ରାଳୟଠାରୁ ଆରମ୍ଭ କରି ନେପାଳ ଦୂତାବାସ ଯାଏଁ, ରାଜ୍ୟ ସରକାରଙ୍କ ଠାରୁ ଆରମ୍ଭ କରି ଜାତୀୟ ମାନବାଧିକାର କମିଶନଙ୍କ ଯାଏଁ ଉଦବେଗ ପ୍ରକାଶ କରିଛନ୍ତି।

Advertisment

ଅଧିକ ପଢ଼ନ୍ତୁ: କିଟ୍‌ରେ ପୁଣି ଗଲା ନେପାଳୀ ଛାତ୍ରୀଙ୍କ ଜୀବନ, ମିଳିନି ସୁଇସାଇଡ୍ ନୋଟ୍

ସେପଟେ କିଟ୍ ଛାତ୍ରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ କମିଟି ଗଠନ କରିଛି UGC । କିଟ୍ ବିଶ୍ବବିଦ୍ୟାଳୟରେ ଗତକାଲି ଆଉ ଜଣେ ନେପାଳୀ ଛାତ୍ରୀ ମୃତ୍ୟୁକୁ ନେଇ ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି ବିଶ୍ବବିଦ୍ୟାଳୟ ଅନୁଦାନ କମିଟି UGC । ‘ଇଗ୍ନୋ’ର ପୂର୍ବତନ ଭିସି ନାଗେଶ୍ବର ରାଓଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠନ କରାଯାଇଛି । ଅଧ୍ୟକ୍ଷଙ୍କ ସହ ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ ୩ ଜଣ ସଦସ୍ୟ ରହିଛନ୍ତି । କିଭଳି ପରିସ୍ଥିତିରେ ଏଭଳି ଘଟଣା ଘଟୁଛି ଏହି କମିଟି ତା’ର ତଦନ୍ତ କରିବ । ଛାତ୍ରଛାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା କିଭଳି ରହିଛି ତାହା ମଧ୍ୟ ତଦାରଖ କରିବ ଫ୍ୟାକ୍ଟ ଫାଇଣ୍ଡିଂ କମିଟିରେ । ତଦନ୍ତ ସାରି ଆସନ୍ତା ୧୦ ଦିନ ଭିତରେ କମିଟି ରିପୋର୍ଟ ଦାଖଲ କରିବ ।

Advertisment

ଅନ୍ୟପକ୍ଷରେ କିଟ୍‌ ଛାତ୍ରୀ ମୃତ୍ୟୁକୁ ନେଇ ନୋଟିସ ଜାରି କଲା NHRC । ମୁଖ୍ୟ ଶାସନ ସଚିବ ଓ ଡିଜିଙ୍କୁ NHRC ନୋଟିସ୍‌ କରିଛି । ତୁରନ୍ତ ମାମଲା ରୁଜୁ କରି ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛି NHRC । ଏହି ମାମଲାର ତଦନ୍ତ କରି ୯ ତାରିଖ ସୁଦ୍ଧା କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କର । ୩ ମାସରେ କିଟ୍‌ରେ ୨ ଛାତ୍ରୀଙ୍କ ମୃତ୍ୟୁ ଘୋର ଉଦ୍‌ବେଗଜନକ । ପୀଡ଼ିତାଙ୍କ ମାନବିକ ଅଧିକାର ଉଲ୍ଲଂଘନ ହୋଇଥିବା ଜଣାପଡ଼ିଛି ବୋଲି NHRC କହିଛି ।

Odisha UGC KIIT University
Advertisment
Advertisment