• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ରୋଗୀ ସମ୍ପର୍କୀୟଙ୍କୁ ହତ୍ୟା । ସମ୍ୱଲପୁର ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ରୋଗୀଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ହେଲେ ସମ୍ବଲପୁର ମହୁଲପାଲୀ ଥାନା ଅନ୍ତର୍ଗତ ଛଦତାବର ଗାଁର ଲମ୍ବୋଦର ନାୟକ ।

ସୂଚନା ଅନୁସାରେ, ଲମ୍ବୋଦର ନିଜ ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ତାଙ୍କୁ ବୁର୍ଲା ମେଡିକାଲ ଆଣିଥିଲେ । ହେଲେ ସେ ଶୌଚ ପାଇଁ ଗଉଡ଼ପାଲି କେନାଲକୁ ଯାଇଥିଲା ବେଳେ ଏହି ଘଟଣା ଘଟିଛି । ଲୁଟ୍ ଉଦ୍ଦେଶ୍ୟରେ ହତ୍ୟା ହୋଇଥିବା ପୋଲିସ ପକ୍ଷରୁ ପ୍ରାଥମିକ ସୂଚନା ଦିଆଯାଇଛି ।

ଘଟଣାସ୍ଥଳରେ ସାଇଣ୍ଟିଫିକ୍‌ ଟିମ୍‌ ଓ ସନ୍ଧାନୀ କୁକୁର ପହଞ୍ଚି ତଦନ୍ତ ଜାରିରଖିଛନ୍ତି ।