• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ୧୦୫ଟି ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ପାଇଁ ନିର୍ବାଚନ ହେବ । ଏହାସହ କଟକ ମହାନଗର ନିଗମର ଡେପୁଟି ମେୟର ପଦ ପାଇଁ ଭୋଟ ମଧ୍ୟ ହେବ । ୧୦୫ ପୌରାଞ୍ଚଳରେ ୫୮ଟି ଏନ୍ଏସି ଓ ୪୭ଟି ମ୍ୟୁନ୍‌ସିପାଲଟି ରହିଛି । ସକାଳ ୧୦ଟାରୁ ୧୧ଟା ମଧ୍ୟରେ ନାମାଙ୍କନ ଦାଖଲ, ୧୧ଟାରୁ ୧୨ଟା ମଧ୍ୟରେ ନାମାଙ୍କନ ଯାଞ୍ଚ ଓ ଦିନ ଗୋଟାଏ ଯାଏଁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପ୍ରକ୍ରିୟା ଚାଲିବ ।

ସେହିପରି ଅପରାହ୍ଣ ସାଢ଼େ ଗୋଟାଏରୁ ସାଢ଼େ ୩ଟା ମଧ୍ୟରେ ଭୋଟ ହେବ । ୨ରୁ ଅଧିକ ପ୍ରାର୍ଥୀ ଥିଲେ ରାଉଣ୍ଡ ଓ୍ୱାରି ଭୋଟିଂ ହେବ । ପ୍ରତି ରାଉଣ୍ଡରେ କମ୍ ଭୋଟ ପାଇଥିବା ଜଣେ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତାରୁ ହଟିବେ । ଶେଷ ୨ଜଣଙ୍କ ମଧ୍ୟରେ ଚୂଡ଼ାନ୍ତ ଲଢ଼େଇ ହେବ ।

ଯଦି ଉଭୟ ପ୍ରାର୍ଥୀଙ୍କ ଭୋଟ୍ ସମାନ ହୁଏ, ଲଟେରି ଜରିଆରେ ଫଇସଲା ହେବ । ଦଳବଦଳ ନିରୋଧ ଆଇନ ଲାଗୁ ହୋଇଥିବାରୁ ଭୋଟ୍ ବେଳେ ଦଳୀୟ କାଉନସିଲର ଓ କର୍ପୋରେଟରମାନେ ଏଜେଣ୍ଟମାନଙ୍କୁ ନିଜ ଭୋଟ୍ ଦେଖାଇବେ ।

ପୌରାଞ୍ଚଳରେ ଉପାଧ୍ୟକ୍ଷ ପଦ ଦଖଲ କରି ଦବଦବା ବଜାୟ ରଖିବାକୁ ବିଜେଡି ଲକ୍ଷ୍ୟ ରଖିଛି ରାଜ୍ୟର ୧୫ଟି ପୌର ପରିଷଦରେ ଦଳର ସଂଖ୍ୟା ଗରିଷ୍ଠତା ନାହିଁ । ତଥାପି ଯେଉଁ ସବୁ ସ୍ଥାନରେ ମ୍ୟାଜିକ ନମ୍ବର ପାଇଁ ଅଳ୍ପ କାଉନ୍ସିଲରଙ୍କ ଦରକାର ହେଉଛି, ସେଠାରେ ଉପାଧ୍ୟକ୍ଷ ପଦ ହାତେଇବାକୁ ବିଜେଡି କଳ ବଳ କୌଶଳ ସବୁ କିଛି ଲଗାଇ ଦେଇଛି । ଏଥିପାଇଁ କେତେକ ସ୍ଥାନରେ ମିଶ୍ରଣ ପର୍ବ ମଧ୍ୟ ଦେଖିବାକୁ ମିଳିଛି ।