• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ହେଉଛି ବିଶ୍ୱ ସ୍ୱାସ୍ଥ୍ୟ ଦିବସ । ଏହି ଅବସରରେ ଲୋକମାନେ ସ୍ୱାସ୍ଥ୍ୟପ୍ରତି ସଚେତନ ରହିବାକୁ ଅନେକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଚଳିତ ବର୍ଷର ଶ୍ଳୋଗାନ ରହିଛି ‘ଆମ ପୃଥିବୀ, ଆମର ସ୍ୱାସ୍ଥ୍ୟ’ । ସୁସ୍ଥ ମଣିଷ ମାନେ ହେଉଛନ୍ତି ଦେଶର ସମ୍ପତ୍ତି ଦେଶର ପ୍ରଗତି ଓ ବିକାଶ ପାଇଁ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି ।

ଦାରିଦ୍ର୍ୟ ଓ ଅନେକ ଘାତକ ରୋଗ ଯୋଗୁଁ ବିଶ୍ୱରେ ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯାଉଛି ୧୯୪୮ ଆଜିର ଦିନରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପ୍ରତିଷ୍ଠା ହୋଇଥିଲା । ଏହି ଅବସରରେ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଉଛି ।

ଏଥିପାଇଁ ବାଲୁକା ଶିଳ୍ପୀ ମାନସସାହୁ ପୁରୀରେ ବାଲୁକା କଳାରେ ସୁସ୍ଥ ରହିବାର ବାର୍ତ୍ତା ଦେଇଛନ୍ତି । ଏଥିରେ ସମସ୍ତଙ୍କୁ ଯୋଗ, ବ୍ୟାୟାମ କରିବା ସହ ପୁଷ୍ଟିକର ଖାଦ୍ୟ ଖାଇବାକୁ ଆହ୍ୱାନ ଦେଇଛନ୍ତି । ତେବେ ପୁରୀ ବେଳାଭୂମିରେ ତିଆରି ହୋଇଥିବା ୧୮ ଫୁଟ ଚଉଡାର ବାଲୁକା କଳାରେ ପ୍ରାୟ ୧୫ଟନ୍ ବାଲି ବ୍ୟବହାର କରାଯାଇଛି । ଏଥିପାଇଁ ମାନସଙ୍କୁ ପ୍ରାୟ ୭ଘଣ୍ଟା ସମୟ ଲାଗିଥିଲା ।