Advertisment

ରୁହନ୍ତୁ ସତର୍କ ! ବ୍ୟାପୁଛି ମିଳିମିଳା, ମାସକ ଭିତରେ ଗଲାଣି ୧୩ ଶିଶୁଙ୍କ ଜୀବନ

କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Measles Outbreak In India

Measles Outbreak In India

ମୁମ୍ବାଇ ସମେତ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ବ୍ୟାପୁଛି ମିଳିମିଳା। ମାସକ ଭିତରେ ନେଲାଣି ୧୩ ଜୀବନ। ଖାସ୍ କରି ଏହା ଛୋଟ ପିଲାଙ୍କୁ ସଂକ୍ରମିତ କରୁଛି ଓ ଜୀବନ ନେଉଛି। ଗତକାଲି ଏକ ୮ ମାସର ଶିଶୁ ମିଳିମିଳାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ, ମଙ୍ଗଳବାର ବି ବର୍ଷକର ଶିଶୁ ଆଖି ବୁଜିଥିଲା। 

Advertisment

ଏହାରି ଭିତରେ ମୁମ୍ବାଇରେ ମିଳିମିଳା ଆକ୍ରାନ୍ତଙ୍କ ସଂଖ୍ୟା ୨୩୩କୁ ବୃଦ୍ଧି ପାଇଛି। ମାଲେଗାଓଁ, ଥାନେ, ନାସିକ ଆଦି ଅଞ୍ଚଳରେ ମଧ୍ୟ ମିଳିମିଳା ସଂକ୍ରମଣ ବ୍ୟାପିବାରେ ଲାଗିଛି। ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ତାଣାଜୀ ସାଓ୍ୱନ୍ତ ସ୍ଥିତି ସମୀକ୍ଷା କରିଛନ୍ତି। ମୁମ୍ବାଇ ମହାନଗର ନିଗମ ଅଞ୍ଚଳରେ ଥିବା ହସ୍ପିଟାଲରେ କେବଳ ମିଳିମିଳା ଆକ୍ରାନ୍ତଙ୍କ ପାଇଁ ଆଇସିୟୁ ଓ ଅକ୍ସିଜେନ୍ ସୁବିଧା ଯୁକ୍ତ ୩୭୦ଟି ବେଡ୍ ପ୍ରସ୍ତୁତ ରଖାଯାଇଛି।

୯ ମାସରୁ ୫ ବର୍ଷର ଶିଶୁଙ୍କୁ ତୁରନ୍ତ ମିଳିମିଳା ଟିକା ଦେବା ପାଇଁ ବିଏମ୍‌ସି କର୍ତ୍ତୃପକ୍ଷ ମୁମ୍ବାଇବାସୀଙ୍କୁ ଅପିଲ୍ କରିଛନ୍ତି।  କେବଳ ମୁମ୍ବାଇ ନୁହେଁ, ଝାଡ଼ଖଣ୍ଡର ରାଞ୍ଚି, ଗୁଜରାଟର ଅହମ୍ମଦାବାଦ ଓ କେରଳର ମାଲାପୁରମରେ ମଧ୍ୟ ଛୋଟ ପିଲାଙ୍କ ଶରୀରରେ ମିଳିମିଳା ସଂକ୍ରମଣ ବ୍ୟାପିଥିବା ସୂଚନା ମିଳିଛି। ବର୍ଦ୍ଧିତ ମିଳିମିଳା ସଂକ୍ରମଣର କାରଣ ଖୋଜିବାକୁ ଏବଂ ଏହାକୁ ରୋକିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବିଶେଷଜ୍ଞ ଟିମ୍ ଏହିସବୁ ସ୍ଥାନକୁ ଗସ୍ତ କରିଥିବା ସୂଚନା ମିଳିଛି।

Advertisment

ମିଳିମିଳା ଏକ ଭୂତାଣୁ ଜନିତ ରୋଗ। ଏହି ଭୂତାଣୁ କାଶ ଓ ଛିଙ୍କ ଦ୍ୱାରା ନାକ ଓ ପାଟିରୁ ନିର୍ଗତ ଜଳକଣା ଦ୍ୱାରା ବାୟୁରେ ବ୍ୟାପିଥାଏ। ମିଳିମିଳା ହେଲେ କାଶ, ସର୍ଦ୍ଦି, ଆଖିଫୁଲା, ତଣ୍ଟି ଦରଜ ଏବଂ ଜ୍ୱର ସହିତ ଚର୍ମରେ ଘିମିରି ଭଳି କୁଣ୍ଡିଆ ହୋଇ ଲାଲ୍ ପଡ଼ିଯାଏ। 

Measles Outbreak
Advertisment
Advertisment