• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ନିଜର ପ୍ରଥମ ଶିକାର କଲା ନାମିବ୍ୟାରୁ ଆସିଥିବା ମାଈ ଚିତା ‘ଆଶା’ । ନାମିବ୍ୟାରୁ ଆସିଥିବା ୮ଟି ଚିତାଙ୍କୁ କ୍ୱାରେଣ୍ଟାଇନରୁ କଢ଼ାଯାଇ ବଡ଼ ଏନକ୍ଲୋଜରରେ ଛଡାଯାଇଛି । ନଭେମ୍ବର ୨୯ରେ ଆଶା ପ୍ରଥମ ଶିକାର କରିଛି । ନିଜର ଶିକାର ଖୋଜିବା ପାଇଁ ନଭେମ୍ବର ୨୭ରେ ଏକ ବଡ ଏନକ୍ଲୋଜରକୁ ସ୍ଥାନାନ୍ତରିତ ହେବାର ଦୁଇ ଦିନ ପରେ ଏହି ଶିକାର କରିଛି ଆଶା ।

ଗତ ସେପ୍ଟେମ୍ବର ୧୭ରେ ନାମିବ୍ୟାରୁ ୮ଟି ଚିତାଙ୍କୁ ଆଣି ମଧ୍ୟପ୍ରଦେଶର କୁନୋ ନ୍ୟାସନାଲ ପାର୍କରେ ଛଡ଼ାଯାଇଥିଲା । ସେମାନଙ୍କ ମଧ୍ୟରେ ୫ଟି ମାଈ ଚିତା ଥିବା ବେଳେ, ୩ଟି ଅଣ୍ଡିରା ଚିତା ଅଛନ୍ତି । କିନ୍ତୁ ସେ ମଧ୍ୟରୁ କୌଣସି ମାଈ ଚିତା ଶିକାର କରିବାରେ ସଫଳ ହୋଇନାହାନ୍ତି, କେବଳ ଆଶାକୁ ଛାଡ଼ି ।

ଅଧିକ ପଢ଼ନ୍ତୁ: ଡଗ୍‌ ସ୍କ୍ୱାଡ୍‌ ଉପରେ ଚିତାଙ୍କ ସୁରକ୍ଷା ଭାର : ଦିଆଯାଉଛି ସ୍ୱତନ୍ତ୍ର ପ୍ରଶିକ୍ଷଣ

ଏହି ଚିତାଙ୍କ ଗତିବିଧିକୁ ତଦାରଖ ପାଇଁ ରହିଥିବା ଟିମ୍‌ଙ୍କ କହିବାନୁଯାୟୀ, ଆଶା ଶିକାର ପରେ ସ୍ୱାଭାବିକ ଆଚରଣ ସହ ନିଜକୁ ମୁକ୍ତ ଅନୁଭବ କରୁଛି । ଅନ୍ୟ ୫ ମାଈ ଚିତାଙ୍କ ମଧ୍ୟରୁ ଆଶାକୁ ଅଧିକ ଦିନ କ୍ୱାରେଣ୍ଟାଇନ୍‌ରେ ରଖାଯାଇଥିଲା । ୨୭ ନଭେମ୍ବର ସଂଧ୍ୟାରେ ଚିତା ଆଶା ଓ ଟିବ୍ଲିସିକୁ ବଡ଼ ଏନ୍‌କ୍ଲୋଜର୍‌କୁ ଛଡ଼ାଯାଇଥିଲା । ଟିବ୍ଲିସି ମଧ୍ୟ ଖୁବଶୀଘ୍ର ନିଜର ଶିକାରରେ ସଫଳ ହେବ ବୋଲି ତଦାରଖ ଟିମ୍‌ କହିଛନ୍ତି ।

ଚିତାଙ୍କୁ ସାଢ଼େ ୫ ବର୍ଗ କିଲୋମିଟରର ଏକ ବିଶାଳ ଆବଦ୍ଧ ଅଞ୍ଚଳରେ ଛଡ଼ାଯାଇଛି । ଚିତା ଗୁଡ଼ିକ ତା ଭିତରେ ଶିକାର କରିବାର ସୁଯୋଗ ପାଇବେ । ଖୋଲା ଜଙ୍ଗଲରେ ଶିକାର କରି ବଞ୍ଚିପାରିବେ ବୋଲି ବିଶେଷଜ୍ଞମାନେ ଅନୁଭବ କରିବା ପରେ ସେମାନଙ୍କୁ ସମ୍ପୂର୍ଣ୍ଣ ମୁକ୍ତ କରିଦିଆଯାଇଛି ।

ସେମାନେ ୭୪୦ ବର୍ଗ କିଲୋମିଟର କୁନୋ ଜାତୀୟ ଉଦ୍ୟାନ ଓ ଆଖପାଖ ୫ ହଜାର ବର୍ଗକିଲୋମିଟର ଅଞ୍ଚଳରେ ଅବାଧ ବିଚରଣ କରିପାରିବେ । ଚିତାଗୁଡ଼ିକୁ ମୁକ୍ତ କରାଯିବା ପରେ ସେମାନଙ୍କ ବେକରେ ଲାଗିଥିବା ରେଡିଓ କଲାର୍ ଜରିଆରେ ଗତିବିଧି ସଂପର୍କରେ ଅବିରତ ସୂଚନା ମିଳିବ । ସାଟେଲାଇଟ୍ ମାଧ୍ୟମରେ ଏହାକୁ ମନିଟରିଂ କରିବାକୁ ପ୍ରତ୍ୟେକ ଚିତା ପିଛା ଗୋଟିଏ ଲେଖାଏଁ ଟିମ୍ ନିୟୋଜିତ ହୋଇଛନ୍ତି ।

ଦେଶରେ ସେମାନଙ୍କ ବଂଶବୃଦ୍ଧି ପାଇଁ ମାଈ-ଅଣ୍ଡିରାକୁ ମିଶାଇ ଅତି କମ୍‌ରେ ୩୦ରୁ ୫୦ଟି ଚିତା ଆବଶ୍ୟକ । ସେଥିପାଇଁ ଚଳିତବର୍ଷ ଦକ୍ଷିଣ ଆଫ୍ରିକାରୁ ଆଉ ୧୨ଟି ଏବଂ ୫ ବର୍ଷ ଭିତରେ ମୋଟ୍ ୫୦ଟି ଚିତା ଆଣିବାକୁ ଲକ୍ଷ୍ୟ ରଖିଛନ୍ତି ଭାରତ ସରକାର । ଏଥିପାଇଁ ପ୍ରାୟ ୯୦ କୋଟି ଟଙ୍କା ଖର୍ଚ୍ଚ ହେବ ।

ଅଧିକ ପଢ଼ନ୍ତୁ: ଭାରତ ସହ ଚିତାର ସଂପର୍କ ବହୁ ପୁରୁଣା : ମୃଗ ଶିକାରରେ ସହାୟତା ପାଇଁ ପୋଷୁଥିଲେ ରାଜା