• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଇଏ କି ପ୍ରକାର ପ୍ରେମ ? ନିଜ ପ୍ରେମିକାକୁ କେମିତି ଜଣେ ପ୍ରେମିକ କରିପାରିବ ହତ୍ୟା ? ଏମିତି କିଛି ଘଟଣା ଏବେ ଆମ ସାମ୍ନାକୁ ଆସିଛି । ପ୍ରେମିକାକୁ ପୋଡ଼ି ହତ୍ୟା କରିଛି ପ୍ରେମିକ । ଖାଲି ସେତିକି ନୁହେଁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଉକ୍ତ ପ୍ରେମିକାକୁ ଜଙ୍ଗଲରେ ଫିଙ୍ଗି ଦେଇଥିଲା ପ୍ରେମିକ ।

ଏହି ମାମଲାରେ ଆଜି ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୋଲିସ । ବଲାଙ୍ଗିର ତୁରେଇକେଲା ଥାନା ଅଂଚଳରେ ଘଟିଛି ଏହି ଘଟଣା । କିଛି ଦିନ ପୂର୍ବରୁ ଜଙ୍ଗଲ ମଧ୍ୟରୁ ଜଣେ ଯୁବତୀଙ୍କର ମୃତଦେହ ଅଧା ପୋଡ଼ା ଅବସ୍ଥାରେ ଉଦ୍ଧାର ହୋଇଥିଲା । ସେବେଠାରୁ ଏହି ଘଟଣାର ତଦନ୍ତ ଚଳାଇଥିଲା ପୋଲିସ । ଆଉ ଆଜି ଏହି ଘଟଣାରେ ଅଭିଯୁକ୍ତ ପ୍ରେମିକ ସଚିନ୍ ଅଗ୍ରୱାଲକୁ ଗିରଫ କରିଛି ତୁରେଇକେଲା ପୋଲିସ । ଅଭିଯୁକ୍ତ ସଚିନ୍ ଅଗ୍ରୱାଲ ଛତିଶଗଡ଼ ରାୟପୁରରେ ରହୁଥିବାବେଳେ ତାଙ୍କ ଘର ବଲାଙ୍ଗିର କଣ୍ଟାବାଂଜି ଅଂଚଳରେ ବୋଲି ଜଣାପଡ଼ିଛି ।

ଅଧିକ ପଢ଼ନ୍ତୁ: ୟୁପିରେ ଦିଲ୍ଲୀ ଷ୍ଟାଇଲ୍‌ ମର୍ଡର, ପ୍ରେମିକାକୁ ୬ ଖଣ୍ଡ କରି କୂଅରେ ଫିଙ୍ଗିଲା ପ୍ରେମିକ

ଅଭିଯୁକ୍ତ ସଚିନ୍ ନାଁରେ ପୂର୍ବରୁ ଅନେକ ଅପରାଧିକ ମାମଲା ରହିଛି । ଗଞ୍ଜେଇ ଚାଲାଣ ଓ ଗୁଳିମାଡ଼ କରିବା ଭଳି ମାମଲାରେ ସେ ସଂଶ୍ଲିଷ୍ଟ । ଗତ ୨୪ରେ ତୁରେଇକେଲାରୁ ଯୁବତୀଙ୍କ ପୋଡ଼ା ମୃତଦେହ ମିଳିଥିଲା । ମୃତଦେହ ମିଳିବାପରେ ଅଭିଯୁକ୍ତକୁ ଖୋଜୁଥିଲା ପୋଲିସ । ମାମଲାରେ ବିଭିନ୍ନ ଦିଗରୁ ତଦନ୍ତ ପାଇଁ ବଲାଙ୍ଗିରରେ ପହଞ୍ଚିଛି ଛତିଶଗଡ଼ ପୋଲିସ ।