Advertisment

ଏପ୍ରିଲ ୧ରୁ ଲାଗିବ ଆଉ ଏକ ବଡ଼ ଝଟ୍‌କା ! ପାରାସିଟାମଲ୍‌ ସମେତ ଏହିସବୁ ଔଷଧର ଦାମ୍‌ ବଢ଼ିପାରେ...

ଏଣିକି କୌଣସି ଅତ୍ୟାବଶ୍ୟକୀୟ ଔଷଧ କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଫଳରେ ଜନତାଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିବ ବୋଲି କୁହାଯାଉଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Medicines Price May Hike From April 1

Essential Medicines Price May Hike From April 1

ଏପ୍ରିଲ ୧ରୁ ୟୁପିଆଇ ଟ୍ରାଞ୍ଜାକ୍ସନ(UPI Transaction) ସମେତ ଆଉ କିଛି ଜିନିଷ ମହଙ୍ଗା ହୋଇପାରେ। ଶୁଣିବାକୁ ମିଳୁଛି, ଆସନ୍ତା ମାସ ପହିଲାରୁ ଦେଶରେ ଅନେକ ନିୟମରେ ପରିବର୍ତ୍ତନ ହେବାକୁ ଥିବାବେଳେ ଅନେକ ନୂଆ ନିୟମ ଲାଗୁ ହେବାକୁ ଯାଉଛି। ଏପରିକି ଏଣିକି କୌଣସି ଅତ୍ୟାବଶ୍ୟକୀୟ ଔଷଧ (Essential Medicines) କିଣିଲେ ଆପଣଙ୍କୁ ଅଧିକ ଟଙ୍କା ଦେବାକୁ ପଡ଼ିପାରେ। ଫଳରେ ଜନତାଙ୍କୁ ଆଉ ଏକ ବଡ଼ ଝଟ୍‌କା ଲାଗିବ ବୋଲି କୁହାଯାଉଛି।

Advertisment

ଅଧିକ ପଢ଼ନ୍ତୁ: ହିମୋଫିଲିୟା ପାଇଁ ଔଷଧ: ଦାମ କୋଟି କୋଟି ଟଙ୍କା

ବଢ଼ିପାରେ ଏହିସବୁ ଔଷଧର ଦାମ୍..

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏପ୍ରିଲ ୧ରୁ ପେନ୍‌କିଲରଠୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ସ ସମେତ ଅନେକ ଅତ୍ୟାବଶ୍ୟକୀୟ ଔଷଧ ଦାମ୍‌(Medicines Price Hike)ରେ ବୃଦ୍ଧି ଘଟିପାରେ। ଏହିସବୁ ଔଷଧର ଦାମ୍‌ ୧୨% ବୃଦ୍ଧି ନେଇ ସ୍ଥିର କରାଯାଇଛି। ପେନ୍‌କିଲର, ଆଣ୍ଟି ଇନ୍‌ଫେକ୍ସନ ଓ ହାର୍ଟ ରୋଗ ସହ ଜଡ଼ିତ ଔଷଧଠୁ ଆରମ୍ଭ କରି ଆଣ୍ଟିବାୟୋଟିକ୍ସ ମେଡିସିନ୍‌ ପର୍ଯ୍ୟନ୍ତ ଅନେକ ଔଷଧର ଦାମ୍‌ ବୃଦ୍ଧି ପାଇବ ବୋଲି ସୂଚନା ମିଳିଛି।

ଏନେଇ ଔଷଧ ପ୍ରସ୍ତୁତକାରୀ କମ୍ପାନୀ ଗୁଡ଼ିକୁ ଆନୁଆଲ୍‌ ହୋଲ୍‌ସେଲ୍‌ ପ୍ରାଇସ୍‌ ଇଣ୍ଡେକ୍ସ (WPI)ରେ ପରିବର୍ତ୍ତନ ଅନୁସାରେ ଔଷଧର ଦାମ୍‌ ବୃଦ୍ଧି ଲାଗି ସରକାର ଅନୁମତି ପ୍ରଦାନ କରିଛନ୍ତି। ଯେଉଁସବୁ ଔଷଧର ଦାମ୍‌ ବଢ଼ିବ, ସେଥିରେ ପାରାସିଟାମଲ୍‌ ମଧ୍ୟ ସାମିଲ। ଏହାକୁ ସାଧାରଣ ଜ୍ୱର ଓ ଯନ୍ତ୍ରଣା ପାଇଁ ବ୍ୟବହାର କରାଯାଇଥାଏ।

Advertisment

ବଢ଼ିପାରେ ୯୦୦ ଔଷଧର ଦାମ୍‌...

ଦ ଟାଇମ୍ସ ଅଫ୍‌ ଇଣ୍ଡିଆର ଏକ ରିପୋର୍ଟ ଅନୁସାରେ, ପେନ୍‌କିଲର୍‌, ଆଣ୍ଟି-ଇନ୍‌ଫେକ୍ଟିଭସ୍‌, ଆଣ୍ଟିବାୟୋଟିକ୍ସ ସମେତ ପାଖାପାଖି ୯୦୦ ଔଷଧର ଦାମ୍‌ ୧୨%ରୁ ଅଧିକ ବଢ଼ିପାରେ। ସୂଚନାଥାଉ କି, ଏହା ହେଉଛି ଲଗାତାର ଦ୍ୱିତୀୟ ବର୍ଷ ଯାହାକି ନିର୍ଦ୍ଧାରିତ ଔଷଧର ଦାମ୍‌ ଅଣ-ନିର୍ଦ୍ଧାରିତ ଔଷଧ ଦାମ୍‌ ତୁଳନାରେ ଅଧିକ ହେବ। ଔଷଧ ଦାମ୍‌ ନିର୍ଦ୍ଧାରଣ କରୁଥିବା NPPA(National Pharmaceutical Pricing Authority) ପ୍ରତିବର୍ଷ ଏପ୍ରିଲ ୧ କିମ୍ବା ଏହା ପୂର୍ବରୁ ପୂର୍ବ କ୍ୟାଲେଣ୍ଡର ବର୍ଷର WPI ଅନୁସାରେ, ନିର୍ଦ୍ଧାରିତ ଔଷଧର ଦାମ୍‌ରେ ସଂଶୋଧନ କିମ୍ବା ବୃଦ୍ଧି ନେଇ ଅନୁମତି ପ୍ରଦାନ କରିଥାଏ। 

Medicines Medicine Price Hike
Advertisment
Advertisment