/odishatv-khabar/media/post_attachments/uploadimage/library/16_9/16_9_0/NUAKHAI_1756395042.jpg)
NUAKHAI
ନୂଆଁଖାଇରେ ନୂଆ ଉତ୍ସାହ, ନୂଆ ଉଦ୍ଦୀପନା। ପଶ୍ଚିମ ଓଡ଼ିଶା ବଡ଼ ଗଣପର୍ବ ପାଇଁ ଉତ୍ସବମୁଖର ପରିବେଶ। ବର୍ଷକରେ ଥରଟିଏ ଏ କୃଷିଭିତ୍ତିକ ପର୍ବ ପାଇଁ ଯେମିତି ନୂଆ ରୂପରେ ସଜେଇ ହୋଇଥିଲା ସମଗ୍ର ପଶ୍ଚିମ ଓଡ଼ିଶା। ସକାଳୁ ସକାଳୁ ପାରମ୍ପରିକ ରୀତିନୀତି ଅନୁସାରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମାଆ ସମଲେଶ୍ବରୀଙ୍କ ମନ୍ଦିରରେ ଆରମ୍ଭ ହୋଇଥିଲା ନବାନ୍ନ ଲାଗିର ପବିତ୍ର ପରମ୍ପରା। ଶୁଭ ଲଗ୍ନ ସକାଳ ୧୦ଟା ୩୩ରୁ ୫୫ ମିନିଟ୍ ମଧ୍ୟରେ ମାଆଙ୍କ ନିକଟରେ ଲାଗି ହୋଇଥିଲା ନୂଆ ଧାନରୁ ପ୍ରସ୍ତୁତ ନବାନ୍ନ। ତା' ପରେ ଘରେ ଘରେ ନୂଆ ଖାଇଥିଲେ ସାରା ସମ୍ବଲପୁରବାସୀ।
ଭାବ, ଭକ୍ତି ଏବଂ ପାରସ୍ପରିକ ଶ୍ରଦ୍ଧା ଭିତରେ ନୂଆ ପୋଷାକ ପିନ୍ଧି ପରିବାରରେ ଏକାଠି ବସି ନୂଆ ଖାଇଥିଲେ ଲୋକେ। ଏହି ଅବସରରେ ସାନ ମାନେ ନେଇଥିରେ ବଡ଼ ମାନଙ୍କ ଆଶୀର୍ବାଦ।ଆଉ ଏପଟେ ନୂଆଁଖାଇର ସରଗରମ୍ ମାହୋଲ ଭିତରେ ବେଶ୍ ଜମିଥିଲା ନାଚ, ଗୀତ ଓ ବାଦ୍ୟର ଆସର।...
ଏପଟେ ବିଧି, ପରମ୍ପରା ଓ ସମୟ ନିର୍ଘଣ୍ଟ ଅନୁଯାୟୀ ବଲାଙ୍ଗିରର ଇଷ୍ଟଦେବୀ ମାଆ ପାଟଣେଶ୍ବେରୀଙ୍କ ନିକଟରେ ଲାଗି ହୋଇଥିଲା ନବାନ୍ନ। ଲାଗି ପରେ ଘରେ ଘରେ ଆରମ୍ଭ ହୋଇଥିଲା ନୂଆଁଖାଇର ମହା ଅବସର। ପରିବାରର ବଡ଼ରୁ ସାନ ଯାଏଁ ସଭିଏଁ ଏକାଠି ବସି ନୂଆ ଖାଇବାର ମୁହୂର୍ତ୍ତକୁ ଯେମିତି ଅପେକ୍ଷା କରିଥିଲେ ସମସ୍ତେ। ସବୁବର୍ଷ ଭଳି ଏ ବର୍ଷ ବି ନୂଆଁଖାଇରେ ପରିବାରରେ ଏକାଠି ବସି ନୂଆ ଖାଇଥିଲେ ପାଟଣାଗଡ଼ ରାଜପରିବାର। ବଲାଙ୍ଗିର ଶୈଳଶ୍ରୀ ପ୍ୟାଲେସରେ ଆୟୋଜିତ ବିଶେଷ ଉତ୍ସବରେ ରାଜନୈତିକ ବାଦ ବିବାଦରୁ ଉର୍ଦ୍ଧ୍ବରେ ରହି ରାଜପରିବାରର ସମସ୍ତ ସଦସ୍ୟ ଏକାଠି ବସି ନୂଆଁ ଖାଇଥିଲେ।...
ଏପଟେ ଆଜି ନୂଆଖାଇଁ ପାଇଁ ସୁନ୍ଦରଗଡ଼, କଳାହାଣ୍ଡି, ସୋନପୁର, ଝାରସୁଗୁଡ଼ା ଓ ବରଗଡ଼ ସମେତ ସମସ୍ତ ପଶ୍ଚିମ ଓଡ଼ିଶା ଜିଲ୍ଲାର ପରିବେଶ ଥିଲା ଭିନ୍ନ ଓ ସ୍ବତନ୍ତ୍ର। ସେହିଭଳି ଓଡ଼ିଶାର ମିନି ଇଣ୍ଡିଆ କୁହାଯାଉଥିବା ରାଉରକେଲାରେ ନୂଆଁଖାଇର ଅବସର ବି ନିଆରା ଥିଲା।ଏପଟେ ରାଜ୍ୟ ରାଜଧାନୀରେ ଥିବା ରାଜଭବନ ପରିସରରେ ପାଳନ ହୋଇଥିଲା ନୂଆଁଖାଇ। ରାଜ୍ୟପାଳ ଡ଼. ହରିବାବୁ କମ୍ଭମପାଟି ସପତ୍ନିକ ଏ ଗଣପର୍ବରେ ସାମିଲ ହୋଇ ରାଜ୍ୟବାସୀଙ୍କର ଶୁଭ ମନାସିଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)