Advertisment

ଭୟଙ୍କର ଦୁର୍ଘଟଣା: ଖାଇକୁ ଖସିଲା ବସ୍‌, ଚାଲିଗଲା ୧୧ ଜୀବନ

ବସ୍‌ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍‌ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Bus Falls Into Gorge In J&K

Bus Falls Into Gorge In J&K

ଜମ୍ମୁ ଓ କାଶ୍କୀରର ପୁଞ୍ଚ୍‌ ଜିଲ୍ଲାରେ ଆଜି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଖାଇକୁ ବସ୍‌ ଖସି ପଡ଼ିବା ଯୋଗୁ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ ଜଣ ଆହତ ହୋଇଛନ୍ତି। ବସ୍‌ଟି କିଛି ଲୋକଙ୍କୁ ନେଇ ସାୱଜିଆନ୍‌ରୁ ମଣ୍ଡି ଅଭିମୁଖେ ଯାତ୍ରା କରୁଥିବା ବେଳେ ବରେହି ନାଲ୍ଲାହ ନିକଟରେ ଏକ ଗଭୀର ଖାଇରେ ଖସି ପଡ଼ିଥିଲା। ଘଟଣା ଜଣାପଡ଼ିବା ପରେ ତତ୍‌କ୍ଷଣାତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ୍‌ ଓ ସେନା ଉଦ୍ଧାର କାର୍ଯ୍ୟ କରିଥିଲେ। ଆହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଜମ୍ମୁ ଓ କାଶ୍କୀରର ଉପରାଜ୍ୟପାଳ ମନୋଜ ସିହ୍ନା ମଧ୍ୟ ଦୁଃଖ ପ୍ରକାଶ କରି ଏକ ଟ୍ୱିଟ୍‌ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ପ୍ରଦାନ ନେଇ ସେ ସୂଚନା ଦେଇଛନ୍ତି। ଏହାସହ ଆହତଙ୍କ ଉତ୍ତମ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

Advertisment


— Office of LG J&K (@OfficeOfLGJandK) September 14, 2022

Bus Accident Jammu And Kashmir
Advertisment
Advertisment