/odishatv-khabar/media/post_attachments/uploadimage/library/16_9/16_9_0/Pakistan__1663134611.jpg)
Pakistan
ଭାରତରେ ଏକାଧିକ ଆତଙ୍କୀ ଆକ୍ରମଣର ମାଷ୍ଟର ମାଇଣ୍ଡ୍ ତଥା ଜେଇଏମ୍ ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମାସୁଦ ଆଝାର କେଉଁଠି ? ମାସୁଦ ପାକିସ୍ତାନରେ ଥିବା ନେଇ ଦୀର୍ଘ ଦିନ ଧରି ଭାରତ ବାରମ୍ବାର ଦାବି କରୁଛି । ଏସଂକ୍ରାନ୍ତ ବହୁ ପ୍ରମାଣ ପରେ ବି ଇସଲାମାବାଦରୁ ଏବେ ଏକ ରୋଚକ ଖବର ସାମ୍ନାକୁ ଆସିଛି । ଆତଙ୍କୀ ମାସୁଦ୍ ଆଝାରକୁ ଧରିବାକୁ ଆଫଗାନ୍ ସରକାରଙ୍କୁ ଚିଠି ଲେଖିଛି ପାକିସ୍ତାନ । ପାକିସ୍ତାନ ଗଣମାଧ୍ୟମରେ ପ୍ରକାଶିତ ଖବରରୁ ଏହି ସୂଚନା ମିଳିଛି ।
ତାଲିବାନ୍ କ୍ଷମତାକୁ ଆସିବା ପରଠାରୁ ମାସୁଦ୍ ଆଫଗାନିସ୍ତାନ ପଳାଇଛି । ଏବେ ସେ ଆଫଗାନିସ୍ତାନର ନଙ୍ଗରହର୍ କିମ୍ବା କୁନୁରରେ ଥିବା ଅନୁମାନ କରାଯାଉଛି । ଏଥିପାଇଁ ତାଙ୍କୁ ଠାବ କରି ଗିରଫ ପାଇଁ ଆଫଗାନିସ୍ତାନକୁ କହିଛି ପାକିସ୍ତାନ । ଅନ୍ତର୍ଜାତୀୟ ସଂସ୍ଥା ଫାଇନାନସିଆଲ୍ ଆକ୍ସନ ଟାସ୍କଫୋର୍ସ FATF ଗ୍ରେ ଲିଷ୍ଟରୁ ମୁକୁଳିବା ପାଇଁ ପାକିସ୍ତାନ ବାଧ୍ୟ ହୋଇ ଏପରି ଉଦ୍ୟମ କରୁଥିବା କୁହାଯାଉଛି । କହିବାକୁ ଗଲେ ପାକ୍ ସରକାରଙ୍କ ଏହା ଏକ ନୂଆ ଚାଲ୍ କହିଲେ ଚଳେ ।
କାରଣ ପାକିସ୍ତାନର ପ୍ରରୋଚନା ଓ ଶରଣରେ ମାସୁଦ୍ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଥିବାରୁ ଇସଲାମାବାଦ୍ ବିରୋଧରେ ଏଫ୍ଏଟିଏଫର କଟକଣା ବଳବତ୍ତର ରହିଛି । ତେଣୁ ଏବେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ ଚରମ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ପାକିସ୍ତାନ ଅନ୍ୟ ଉପାୟ ନପାଇ ଏଫ୍ଏଟିଏଫର ଗ୍ରେ ଲିଷ୍ଟରୁ ବର୍ତ୍ତିବାକୁ ଏଭଳି ପ୍ରୟାସ କରିଥିବା ଚର୍ଚ୍ଚା ହେଉଛି । ଭାରତରେ ସଂସଦ ଭବନ ଆକ୍ରମଣ ଠାରୁ ଆରମ୍ଭ କରି ମୁମ୍ବାଇ ବିସ୍ଫୋରଣ, ପଠାନକୋଟ ଓ ପୁଲୱାମା ଭଳି ଏକାଧିକ ଆତଙ୍କୀ ହମଲାରେ ମାସୁଦର ହାତ ଥିବାର ପ୍ରମାଣ ପୂର୍ବରୁ ପାକିସ୍ତାନକୁ ଦେଇ ସାରିଛି ଭାରତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)