/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673269481.jpg)
Worlds first robot lawyer defending human in court
ଯେତେବେଳେ ବି ମେସିନ୍ ଏବଂ ମଣିଷକୁ ନେଇ କଥା ଉଠେ, ସେତେବେଳେ କେବଳ ଗୋଟିଏ ଜିନିଷ ସାମ୍ନାକୁ ଆସେ ଯାହା ସେମାନଙ୍କୁ ପୃଥକ କରେ। ମେସିନ୍ କାମ କରିପାରିବ ସତ କିନ୍ତୁ ବିଚାର କରିବା ପାଇଁ ସେମାନଙ୍କ ପାଖରେ ପର୍ଯ୍ୟାପ୍ତ ବୁଦ୍ଧି ନାହିଁ। ତେବେ କୃତ୍ରିମ ବୁଦ୍ଧି ମାଧ୍ୟମରେ, ଏହା ମଧ୍ୟ ସମ୍ଭବ ହୋଇପାରିଛି ଯେ ମେସିନ୍ଗୁଡ଼ିକ ତର୍କ ଆଉ ବିଚାର କରିପାରୁଛନ୍ତି। ଏବେ ଏହାର ଏକ ଉଦାହରଣ ସାମ୍ନାକୁ ଆସିଛି।
ଏପର୍ଯ୍ୟନ୍ତ ଆପଣମାନେ ନିଶ୍ଚୟ ଦେଖିଥିବେ ଯେ ମେସିନ୍ ଦ୍ୱାରା ଶାରିରୀକ ଶ୍ରମ କରାଯାଉଥିବା ବେଳେ ବିଭିନ୍ନ ପ୍ରୋଗ୍ରାମିଂ କାର୍ଯ୍ୟ ରୋବଟ୍ ସାହାଯ୍ୟରେ କରାଯାଉଛି। କିନ୍ତୁ ଏବେ ଯେଉଁ ନୂଆ ଖବର ସାମ୍ନାକୁ ଆସିଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି। ପ୍ରଥମ ଥର ପାଇଁ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଦ୍ୱାରା ବିଚାର କରାଯାଉଥିବା ଦେଖିବାକୁ ମିଳିଛି।
ଅଧିକ ପଢ଼ନ୍ତୁ: ଅଜବ ମାସ୍କ; ପିନ୍ଧିକି ଖାଇ ପାରିବେ ଆଉ ପିଇ ପାରିବେ
କୁହାଯାଉଛି ଯେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବାଲା ଓକିଲ ଫେବୃଆରୀରେ ତାଙ୍କର ପ୍ରଥମ ମାମଲା ଲଢିବାକୁ ଯାଉଛି। ତେବେ ଏହାର ପ୍ରକୃତ ତାରିଖ ଓ କୋର୍ଟ ଏପର୍ଯ୍ୟନ୍ତ କୁହାଯାଇ ନାହିଁ।
ଏହି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ରୋବଟ୍କୁ 'DoNotPay' ଷ୍ଟାର୍ଟଅପ୍ ତିଆରି କରିଛି। New Scientist ମାଗାଜିନ୍ ଅନୁଯାୟୀ ଏହା ଫୋନରେ ସ୍ମାର୍ଟଫୋନ୍ ଆପ୍ ଭାବରେ କାର୍ଯ୍ୟ କରିବ ଏବଂ ଠିକ୍ ସମୟରେ କୋର୍ଟଙ୍କ ସମସ୍ତ ପ୍ରକ୍ରିୟାକୁ ଷ୍ଟ୍ରିମ୍ କରିବ। ଆସନ୍ତା ମାସରେ ନିଜ ଗ୍ରାହକଙ୍କୁ ରକ୍ଷା କରିବା ପାଇଁ ଦୁନିଆର ପ୍ରଥମ ରୋବଟ୍ ଓକିଲ ଏକ ମାମଲା ଲଢିବ।
The AI just exaggerated the Internet outages, similar to how a customer would.
Not perfect yet, such as saying [insert email address]. The AI is also a bit too polite, replying back to everything. But it was enough to get a discount.
Will sterilize outputs before launch
— Joshua Browder (@jbrowder1) December 12, 2022
ସାଧାରଣ ଆଇନଜୀବୀଙ୍କ ପରି ରୋବଟ୍ ଓକିଲ ମଧ୍ୟ ଶୁଣାଣି କରିବ। ଏହି ସମୟରେ ସେ ନିଜ ଗ୍ରାହକଙ୍କୁ ହେଡଫୋନ୍ ମାଧ୍ୟମରେ ପଚାରିବ ଯେ ତାଙ୍କୁ କ’ଣ କହିବାକୁ ହେବ। ଏହି ‘ଚାଟବଟ୍’ର ନାମ ହେଉଛି DoNotPay ଏବଂ ଏହାକୁ ଜୋଶୁଆ ବ୍ରାଉଡର୍ ୨୦୧୫ ମସିହାରେ ତିଆରି କରିଥିଲେ। ପୂର୍ବରୁ ଏହାର କାମ କେବଳ ଗ୍ରାହକଙ୍କୁ ‘ଲେଟ୍ ଫିସ୍’ ଏବଂ ଜରିମାନା ବିଷୟରେ ଅବଗତ କରାଇବା ପାଇଁ ଥିଲା। ବର୍ତ୍ତମାନ ଏହା ମଧ୍ୟ ମାମଲା ଲଡିବା ପାଇଁ ଫିଟ୍ ହୋଇଛି।
ଦେଖନ୍ତୁ ଭିଡିଓ: ବୋରଓ୍ୱେଲ୍ ଭିତରେ ଫସିଥିବା ପିଲାକୁ କାଢିବ ରୋବଟ୍
ଜୋଶୁଆ ବ୍ରାଉଡର୍ କହିଛନ୍ତି ଯେ ୟୁରୋପୀୟ କୋର୍ଟରେ ମାନବ ଅଧିକାର ପାଇଁ ଲଢୁଥିବା ଅନେକ ଭଲ ଆଇନଜୀବୀ ଅଛନ୍ତି କିନ୍ତୁ ସେମାନଙ୍କ ଦେୟ ବହୁତ ଅଧିକ। ଏଭଳି ପରିସ୍ଥିତିରେ ଚାଟ୍ବଟ୍ ମାଧ୍ୟମରେ ମାମଲା ଲଢିବା ବହୁତ ଶସ୍ତା ହେବ କାରଣ ଏହା ଡକ୍ୟୁମେଣ୍ଟେସନ୍ ପାଇଁ ଅଧିକ ଟଙ୍କା ଆଦାୟ କରିବ ନାହିଁ। ଏହାର ଶୁଳ୍କ ମାମଲା ଅନୁଯାୟୀ ୨୦ ହଜାରରୁ ୧ ଲକ୍ଷ ଟଙ୍କା ହୋଇପାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)