Advertisment

ହୃଦ୍‌ଘାତର କାରଣ ଚିନ୍ତା ନୁହେଁ ତ ?

ଖୁବ୍‌ କମ୍‌ ବୟସର ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ହୃଦ୍‌ଘାତ ଏକ ଏମିତି ରୋଗ ପାଲଟିଲାଣି ଯେ, କେତେବେଳେ କାହାର ଜୀବନ ନେଇଯିବ କିଛି ପୂର୍ବାନୁମାନ କରିହେବନାହିଁ । ତେବେ ଆପଣ ଜାଣନ୍ତି କିଁ ଏତେ କମ୍‌ ବୟସର ଲୋକମାନେ କାହିଁକି ହୃଦ୍‌ଘାତର ଶିକାର ହେଉଛନ୍ତି ?

author-image
Otv Khabar Bureau
ଅଦ୍ୟତନ ହୋଇଛି
Work And Financial Stress Linked With 30% More Risk Of Stroke, Heart Diseases

Work And Financial Stress Linked With 30% More Risk Of Stroke, Heart Diseases

ନୂଆଦିଲ୍ଲୀ: ଖୁବ୍‌ କମ୍‌ ବୟସର ଲୋକଙ୍କ ହୃଦ୍‌ଘାତରେ ମୃତ୍ୟୁ ଘଟୁଛି । ବର୍ତ୍ତମାନ ହୃଦ୍‌ଘାତ ଏକ ଏମିତି ରୋଗ ପାଲଟିଲାଣି ଯେ, କେତେବେଳେ କାହାର ଜୀବନ ନେଇଯିବ କିଛି ପୂର୍ବାନୁମାନ କରିହେବନାହିଁ । ତେବେ ଆପଣ ଜାଣନ୍ତି କିଁ ଏତେ କମ୍‌ ବୟସର ଲୋକମାନେ କାହିଁକି ହୃଦ୍‌ଘାତର ଶିକାର ହେଉଛନ୍ତି ?

Advertisment

ଅତ୍ୟାଧିକ କାର୍ଯ୍ୟ ଏବଂ ଆର୍ଥିକ ଚାପ ବ୍ରେନ୍‌ ଷ୍ଟ୍ରୋକ୍ ଏବଂ ହୃଦ୍ ରୋଗର ଆଶଙ୍କାକୁ ପ୍ରାୟ ୩୦ପ୍ରତିଶତ ପର୍ଯ୍ୟନ୍ତ ବଢାଇପାରେ ବୋଲି ନିକଟରେ ସ୍ୱିଡେନର ଅନୁସନ୍ଧାନକାରୀମାନେ ତାଙ୍କ ନୂଆ ଅଧ୍ୟୟନରେ ଦର୍ଶାଇଛନ୍ତି । ୨୦୦୩ ଜାନୁଆରୀରୁ ୨୦୨୧ ମାର୍ଚ୍ଚ ପର୍ଯ୍ୟନ୍ତ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ପ୍ରାୟ ୧ ଲକ୍ଷ ଲୋକଙ୍କଠାରୁ ସଂଗ୍ରହ ହୋଇଥିବା ନୁମୁନା ଆଧାରରେ ଏହି ଅଧ୍ୟୟନ ପ୍ରକାଶ ପାଇଛି ।

ବିଶ୍ୱର ମୋଟ୍‌ ୨୧ ରାଷ୍ଟ୍ରରେ ଏହି ଅଧ୍ୟୟନ କରାଯାଇଛି । ଏଥିମଧ୍ୟରୁ ସ୍ୱିଡେନ, କାନାଡା, ୟୁଏଇ ଭଳି ୪ଟି ଅଧିକ ଆୟକାରୀ ରାଷ୍ଟ୍ର, ବ୍ରାଜିଲ୍‌, ଦକ୍ଷିଣ ଆଫ୍ରିକା ପୋଲାଣ୍ଡ ଭଳି ୧୨ଟି ମଧ୍ୟମ ଧରଣର ଆୟକାରୀ ଦେଶ ଏବଂ ଭାରତ, ପାକିସ୍ତାନ ଓ ଜିମ୍ବାୱେ ଭଳି ୫ଟି ସ୍ୱଳ୍ପ ଆୟକାରୀ ଦେଶ ଗୁଡିକରୁ ନମୁନା ସଂଗ୍ରାହ କରାଯାଇ ଏହି ଅଧ୍ୟୟନ କରାଯାଇଛି ।

Advertisment

ଏହି ଅଧ୍ୟୟନରେ ଅଧିକାଂଶ ୫୦ ବର୍ଷ ବୟସ୍କ ଲୋକଙ୍କୁ ସାମିଲ କରାଯାଇଛି । ସମସ୍ତଙ୍କୁ ପ୍ରଶ୍ନ ପଚାରିବା ସହ ସେମାନଙ୍କୁ ଏହି ୪ଟି ଅପ୍‌ସନ୍‌ ମାଧ୍ୟମରେ ଉତ୍ତର ଦେବା ପାଇଁ ଅନୁମତି ଥିଲା । ଯେଉଁଥିରେ ୪ଟି ଉତ୍ତର ଅପ୍‌ସନ୍‌ ସହ ତଥା ଶୂନ(କୌଣସି ଚିନ୍ତା ନାହିଁ)ରୁ ତିନୋଟି(ଅତ୍ୟାଧିକ ଚିନ୍ତା) ସେମାନଙ୍କୁ ପ୍ରଶ୍ନ ପଚରାଯାଇଛି ।

ଅଧ୍ୟୟନରେ ୭.୩ ପ୍ରତିଶତ ଅଂଶଗ୍ରହଣକାରୀ ଅତ୍ୟାଧିକ ଚାପର ସମ୍ମୁଖୀନ ହେଉଥିବାବେଳେ ୧୮.୪ ପ୍ରତିଶତ ମଧ୍ୟମ ଚାପଗ୍ରସ୍ତ ହୋଇଥିଲେ, ସେହିପରି ୨୯.୪ ନିମ୍ନ ଚାପର ସମ୍ମୁଖୀନ ହୋଇଥିଲେ ଏବଂ ୪୪ ପ୍ରତିଶତ କୌଣସି ଚାପର ସମ୍ମୁଖୀନ ହୋଇନଥିବାର ଜଣାପଡିଥିଲା ।

ଅତ୍ୟାଧିକ ଚାପଗ୍ରସ୍ତ ଥିବା ଗୋଷ୍ଠୀରେ ପ୍ରାୟତଃ ଯୁବପିଢୀ ଏବଂ ଧୂମପାନ କରୁଥିବା ଭଳି ଧନୀ ବ୍ୟକ୍ତିମାନେ ରହିଥିଲେ । ୧୦ ବର୍ଷର ଅଧ୍ୟୟନ ପରେ ୨୦୨୧ରେ ଏହି ବ୍ୟକ୍ତିଙ୍କ ବିଷୟରେ ଜଣାପଡିଥିଲା । ଏହାସହ ଏଥିରେ ଷ୍ଟ୍ରୋକ୍ କିମ୍ବା ହୃଦଘାତରେ ପ୍ରାୟ ୫ ହଜାର ୯୩୪ ଜଣ ନିଜ ପ୍ରାଣ ହରାଇଥିବାର ତଥ୍ୟ ରେକର୍ଡ କରାଯାଇଛି ।

ଅନୁସନ୍ଧାନକାରୀଙ୍କ ତଥ୍ୟ ଅନୁସାରେ, ଅତ୍ୟାଧିକ ଚାପଗ୍ରସ୍ତ ଥିବା ଲୋକମାନଙ୍କୁ ୨୨ ପ୍ରତିଶତ ହୃଦ୍‌ରୋଗ ହେବାର ଆଶଙ୍କା ରହିଛି । ସେହିପରି ସେମାନେ ୨୪ ପ୍ରତିଶତ ହୃଦ୍‌ଘାତ ଏବଂ ୩୦ ପ୍ରତିଶତ ଅଧିକ ଷ୍ଟ୍ରୋକ୍‌ର ଶିକାର ହେବାର ଆଶଙ୍କା ରହିଛି ।

ଜାତୀୟ ଗଣମାଧ୍ୟମ ଇଣ୍ଡିଆ ଟାଇମସ୍‌ ରିପୋର୍ଟ ଅନୁଯାୟୀ, ଗୋଥେନ୍‌ବର୍ଗ ୟୁନିଭରସିଟିର ମେଡିସିନ୍ ପ୍ରଫେସର ଅନ୍ନିକା ରୋଜେନ୍‌ଗ୍ରେନ୍ ସ୍ପଷ୍ଟ କରିଛନ୍ତି ଯେ, ‘ଲୋକଙ୍କ ମାନସିକ ସ୍ଥିତିର ସର୍ଭେ ପରେ ବି ଏହା ସ୍ପଷ୍ଟ ହୋଇନାହିଁ ହେଲେ କେବଳ ଆଶଙ୍କା କରାଯାଉଛି ଯେ ଅତ୍ୟାଧିକ ଚାପଗ୍ରସ୍ତ ପାଇଁ ହୃଦ୍‌ଘାତ ଏବଂ ବ୍ରେନ୍‌ ଷ୍ଟ୍ରୋକ ଘଟୁଛି । ହେଲେ ଏହାର ପ୍ରକୃତ କାରଣ ଜଣାପଡିନାହିଁ ’ ।

ଏହାସହ ସେ ଅହୁରି ମଧ୍ୟ କହିଛନ୍ତି, “କିନ୍ତୁ ଶରୀରରେ ଅନେକ ଭିନ୍ନ ପ୍ରକ୍ରିୟା ଯେପରିକି ଆଥେରୋସ୍କ୍ଲେରୋସିସ୍ ଏବଂ ରକ୍ତ ଜମାଟ ବାନ୍ଧିବା ଆଦି ଅତ୍ୟାଧିକ ମାନସିକ ଚାପ ଓ ଚିନ୍ତା ଦ୍ୱାରା ପ୍ରଭାବିତ ହୋଇପାରେ । ତେଣୁ ହୃଦ୍‌ରୋଗର ଆଶଙ୍କା ହ୍ରାସ କରିବାକୁ ଚାହୁଁଥିଲେ ଅତ୍ୟାଧିକ ଚାପ ଓ ଚିନ୍ତାରେ ରହିବା ଉଚିତ୍‌ ନୁହେଁ । ତେଣୁ ଅତ୍ୟାଧିକ ମାନସିକ ଚାପ ଓ ଚିନ୍ତା ହୃଦ୍‌ରୋଗ ବ୍ରେନ୍‌ ଷ୍ଟ୍ରୋକ୍‌ର କାରଣ ହୋଇପାରେ ବୋଲି ମାନିବା ଉଚିତ୍‌’’ ।

Special Story
Advertisment
Advertisment