• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଝିଅକୁ ଶିଳପୁଆରେ ପିଟି ହତ୍ୟା କରିବା ପରେ ମାଆର ଆତ୍ମହତ୍ୟା ଉଦ୍ୟମ ଅଭିଯୋଗ

  • ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲ ପଠାଇଲା ପୋଲିସ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ଅଞ୍ଚଳରେ ଚାଞ୍ଚଲ୍ୟ । କଳାମେଘ ଏନଟିପିସି ପୁନର୍ବାସ ଓ ଥଇଥାନ କଲୋନୀରୁ ଆସିଛି ଜଘନ୍ୟ ଅଭିଯୋଗ । ମାଆର ଶିଳପୁଆ ମାଡ଼ରେ ଝିଅର ମୃତ୍ୟୁ ଅଭିଯୋଗ ହୋଇଛି । ଆଉ ତା ପରେ ପୁଣି ମାଆର ଆତ୍ମହତ୍ୟା ଉଦ୍ୟମ କରିଛି । ତାଙ୍କୁ ଗୁରୁତର ଅବସ୍ଥାରେ ହେମଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ ଆଗରୁ ହିଁ ମୃତ ନାବାଳିକାର ବାପାଙ୍କ ମୃତ୍ୟୁ ହୋଇ ଯାଇଛି । ମାଆ ଝିଅ ଏକାଠି ରହୁଥିଲେ । ଝିଅଟି କେବେ କେମିତି ପୁଅ ପିଲାଙ୍କ ସହିତ କଥାବାର୍ତ୍ତା କଲେ, ମାଆଟି ବିରକ୍ତ ହୁଅନ୍ତି । ସେପଟେ ସ୍ୱାମୀଙ୍କ ମୃତ୍ୟୁ ପରେ ସେହି ମହିଳାଙ୍କର ଆଉ ଜଣେ ପୁରୁଷଙ୍କ ସହିତ ସଂପର୍କ ଥିବାର ଝିଅ ସନ୍ଦେହ କରୁଥିଲା । ଏହାକୁ ନେଇ ମାଆ ଝିଅ ଅନେକ ଥର ଝଗଡ଼ା ହେଉଥିଲା । ଦିନକ ତଳେ ସେହି କଥାକୁ ନେଇ ମାଆ ଝିଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ମାଆ ରାଗି ଯାଇ ଝିଅକୁ ଶିଳପୁଆରେ ମାରିଥିଲା । ଏଥିରେ ଝିଅଟିର ମୃତୁ୍ତ୍ୟୁ ହୋଇଥିଲା । ଏହା ପରେ ମୃତଦେହକୁ ଘରେ ରଖି ଦେଇ ମାଆ ଚାଲି ଯାଇଥିଲା ହେମଗିରି । ସେହିଦିନ ରାତିରେ ପୁଣି ଘରକୁ ଫେରିଥିଲା । 

 ଝିଅକୁ କିଏ ହତ୍ୟା କରି  ଘରେ ପକାଇ ଦେଇଛି ବୋଲି ପଡୋଶୀଙ୍କୁ ଜଣାଇଥିଲା । ଏନେଇ ଗ୍ରାମବାସୀ ପୁଲିସକୁ ଖବର ଦେଇଥିଲେ । ପୁଲିସ ପହଞ୍ଚିବା ପୂର୍ବରୁ ମା’ ୟୁରିଆ ସାର ଖାଇଦେଇଥିଲା । ପୁଲିସ ପଚରାଉଚରା କରିବା ପରେ ସବୁ କଥା ମା’  ମାନିଯାଇଥିଲା । ଏପରିକି ସେ ୟୁରିଆ ସାର ଖାଇ ଦେଇଥିବା କହିଥିଲା।  ତାଙ୍କୁ ଗୁରୁତର  ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଛି। ଝିଅର ମୃତଦେହକୁ ଉଦ୍ଧାର କରି ପୁଲିସ୍‌ ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।