• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ ) : ଓଡିଶାର ପାରମ୍ପରିକ କଳା କାରିଗରିର ଦେଶ ବିଦେଶରେ ଏକ ସ୍ୱତନ୍ତ୍ର ପରିଚୟ ରହିଛି । ତେବେ ଏଗୁଡିକୁ ତିଆରି କରୁଥିବା କେତେ ଜଣ ଶିଳ୍ପୀଙ୍କୁ ମିଳିପାରୁଛି ପୃଷ୍ଠପୋଷକତା ବା ଉଚିତ୍ ସମ୍ମାନ ? କେନ୍ଦ୍ରାପଡା ଜିଲ୍ଲାର ଏମିତି ଜଣେ ଶିଲ୍ପୀ ଅଛନ୍ତି, ଯିଏ ବୟସର ଅପରାହ୍ନରେ ପହଂଚିଥିଲେ ବି ଆଜିଯାଏ ପାଇ ପାରିନାହାନ୍ତି ସରକାରୀ ପ୍ରୋତ୍ସାହନ ।

କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇର ଶିଳ୍ପୀ ରାଜକିଶୋର ସୁତାର । ବୟସ ୮୧ ବର୍ଷ । ବୟସର ଅପରାହ୍ନରେ ନା ହାତ ଥକିଛି, ନା ମନୋବଳ କମିଛି । ସେଇମିତି ଦିନ ରାତି ନିମଗ୍ନ ରହି ନିର୍ଜୀବ ଚିଜରେ ସେ ଭରିଆସୁଛନ୍ତି ଜୀବନ । ହେ ଆଜିବି କାମ କଲାବେଳେ ରହିଛି ସେଇ ଯୁବସୁଲଭ ଗୁଣ । କିଛି ନୂଆ ଗଢିବାର ଆଗ୍ରହ । ତାଙ୍କ ନିହାଣ ମୁନର ଯାଦୁକରି ସ୍ପର୍ଶରେ ଜୀବନ୍ତ ହୋଇ ଉଠୁଛି । ମାତ୍ର ପୃଷ୍ଠପୋଷକତା ଅଭାବରୁ ପରିଶ୍ରମ ତୁଳନାରେ ତାଙ୍କୁ ମିଳିପାରୁନି ପାରିଶ୍ରମିକ । ବଣ ମଲ୍ଲୀ ପରି ଏକ ନିପଟ ମଫସଲରେ ଫୁଟି ମଉଳିବାକୁ ବସିଲେଣି ଶିଳ୍ପୀ ରାଜକିଶୋର । ଆଜିଯାଏ ନା ମିଳିଛି ସରକାରି ପ୍ରୋତ୍ସାହନ ନା ସ୍ୱୀକୃତିପ୍ରାପ୍ତ ମାନପତ୍ର ଖଣ୍ଡେ ।

ରାଜ କିଶୋରଙ୍କ କଳାକୃତିର ଚାହିଦା ଗାଁଗଣ୍ଡାଠୁ ନେଇ ସୂଦୂର ଦିଲ୍ଲୀ, ମୁମ୍ବାଇ, ଦୁବାଇ ଯାଏଁ ଲମ୍ବିଛି । ଦେଶ ବିଦେଶରେ ରହୁଥିବା ଓଡିଆ ମାନେ ସେମାନଙ୍କ ପାଖରେ ସାଇତି ରଖିଛନ୍ତି ରାଜକିଶୋରଙ୍କ କଳାକୃତି । ମାତ୍ର କଳା ଭାସ୍କର୍ଯ୍ୟର ରାଜ୍ୟ ଓଡିଶାରେ ଜନ୍ମ ହୋଇ ମଧ୍ୟ ଉପଯୁକ୍ତ ସମ୍ମାନ ଓ ପ୍ରୋତ୍ସାହନ ଦିଆ ଯାଉନଥିବାରୁ ସ୍ଥାନୀୟ ଅଂଚଳରେ କ୍ଷୋଭ ପ୍ରକାଶ ପାଇଛି । ରାଜକିଶୋରଙ୍କୁ ସରକାରୀ ସାହାଯ୍ୟ ଯୋଗାଯିବାକୁ ଦାବି ହୋଇଛି ।