Advertisment

ବିଶ୍ୱ ଏଡ୍‌ସ ଦିବସ, ପାଳନ କରାଯାଏ କାହିଁକି ?

ଏଡ୍‌ସ ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ହୋଇଆସିଛି । କାହିଁକି ପାଳନ ହେଉଛି ବିଶ୍ୱ ଏଡ୍‌ସ୍ ଦିବସ । ପଢନ୍ତୁ, ଏଇ ରିପୋର୍ଟ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
AIDS

AIDS

ଭୁବନେଶ୍ୱର: ପ୍ରତିହତ କରିବା ନେଇ ଅନେକ ପଦକ୍ଷେପ ନିଆଯାଇଥିଲେ ବି ଏଥିପ୍ରତି ମନରୁ ବିପଦ ଦୂରେଇ ପାରିନି। ଏନେଇ ଏଚ୍‌ଆଇଭି ସଂକ୍ରମଣ ବିଷୟରେ ପ୍ରତି ଲୋକଙ୍କୁ ସଚେତନ କରିବା ପାଇଁ ବିଶ୍ୱସାରା ପ୍ରତିବର୍ଷ ଡିସେମ୍ବର ୧କୁ ବିଶ୍ୱ ଏଡ୍‌ସ୍ ଦିବସ ଭାବେ ପାଳନ କରାଯାଉଛି। WHO ସର୍ବପ୍ରଥମେ ଅଗଷ୍ଟ ୧୯୮୭ରେ ସାରା ଦୁନିଆରେ ବିଶ୍ୱ ଏଡ୍‌ସ୍ ଦିବସ ପାଳନ କରିବା ଆରମ୍ଭ କରିଥିଲା। ହେଲ୍‌ଥ୍‌ଲାଇନ୍‌ ଖବର ଅନୁଯାୟୀ, ଏଡ୍‌ସ୍ ସଚେତନତା ଅଭିଯାନ ସହିତ ଜଡିତ ଜେମ୍ସ ଡବ୍ଲୁ ବୁନ୍ ଏବଂ ଥୋମାସ୍ ନେଟର୍‌ଙ୍କ ନାମରେ ହିଁ ଏହା ଆରମ୍ଭ ହୋଇଥିଲା।

Advertisment

ଆରମ୍ଭ ସମୟରେ ବିଶ୍ୱ ଏଡ୍‌ସ୍ ଦିବସ କେବଳ ପିଲା ଓ ଯୁବକମାନଙ୍କ ସହ ଜଡିତ କରି ଦେଖାଯାଉଥିଲା, କାରଣ ଏଚ୍ଆଇଭି ସଂକ୍ରମଣ ଯେକୌଣସି ବି ବୟସର ବ୍ୟକ୍ତିଙ୍କୁ ପ୍ରଭାବିତ କରିପାରେ। ଏହା ପରେ ୧୯୯୬ ମସିହାରେ, ମିଳିତ ଜାତିସଂଘ ଏଚ୍ଆଇଭି ବିଶ୍ୱ ସ୍ତରରେ ଏହା ପ୍ରଚାର-ପ୍ରସାର ଦାୟିତ୍ୱ ନେଇ ୧୯୯୭ ମସିହାରେ ବିଶ୍ୱ ଏଡ୍‌ସ୍ ଅଭିଯାନ ଅଧୀନରେ ସଂଚାର, ପ୍ରତିରୋଧ ଏବଂ ଶିକ୍ଷା ଉପରେ ଅନେକ କାର୍ଯ୍ୟ ଆରମ୍ଭ କରିଥିଲା।

ବିଶ୍ୱ ଏଡ୍‌ସ୍ ଦିବସ ପାଳନର ଉଦ୍ଦେଶ୍ୟ:

ବିଶ୍ୱ ଏଡ୍‌ସ୍ ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଏଚ୍‌ଆଇଭି ସଂକ୍ରମଣ ଦ୍ୱାରା ସମସ୍ତ ବୟସର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏଡ୍‌ସ୍ ହେଉଛି ଆଧୁନିକ ଯୁଗର ସବୁଠାରୁ ବଡ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟରୁ ଗୋଟିଏ।

Advertisment

ୟୁନିସେଫ୍ ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ୩୬.୯ ମିଲିୟନରୁ ଅଧିକ ଲୋକ ଏଚ୍ଆଇଭିର ଶିକାର ହୋଇଥିବାବେଳେ ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ ଭାରତରେ ଏଚ୍ଆଇଭି ରୋଗୀଙ୍କ ସଂଖ୍ୟା ପ୍ରାୟ ୨ ମିଲିୟନ୍ ରହିଛି।

କ’ଣ ଏହି ଏଚ୍ଆଇଭି ଏଡ୍‌ସ୍

ଏଚ୍ଆଇଭି ଏକ ପ୍ରକାର ଜୀବନ ହାନିକାରକ ଗମ୍ଭୀର ରୋଗ। ଏହା ଡାକ୍ତରୀ ଭାଷାରେ ହ୍ୟୁମାନ୍ ଇମ୍ୟୁନୋଡେଫିସିଏନ୍ସି ଭାଇରସ୍ (HIV) ଭାବରେ ଜଣାଶୁଣା। ସାଧାରଣ ଲୋକେ ଏହାକୁ ଏଡ୍‌ସ୍ ଅର୍ଥାତ୍ ଏକ୍ୱାୟର୍ଡ ଇମ୍ୟୁନୋଡେଫିସିଏନ୍ସି ସିଣ୍ଡ୍ରୋମ୍ ଭାବରେ ଜାଣନ୍ତି। ଏଥିରେ ଥିବା ମାରାତ୍ମକ ସଂକ୍ରମଣ ବ୍ୟକ୍ତିର ଶରୀରର ପ୍ରତିରୋଧକ କ୍ଷମତା ଉପରେ ଆକ୍ରମଣ କରିଥାଏ, ଯେଉଁ କାରଣରୁ ଶରୀର ସାଧାରଣ ରୋଗ ବିରୁଦ୍ଧରେ ଲଢିବାକୁ ସକ୍ଷମ ହୁଏ ନାହିଁ।

ଚଳିତ ବର୍ଷର ବିଷୟବସ୍ତୁ:

ବିଶ୍ୱ ଏଡସ୍ ଦିବସ ପାଇଁ ଚଳିତ ବର୍ଷର ବିଷୟବସ୍ତୁ ହେଉଛି 'ଅସମାନତା ଦୂର, ଏଡ୍‌ସ୍ ଦୂର'। ୨୦୦୮ ପରେ, ବିଶ୍ୱ ଏଡ୍‌ସ୍ ଅଭିଯାନର ଗ୍ଲୋବାଲ୍ ଷ୍ଟିଅରିଂ କମିଟି (WAC) ଦ୍ୱାରା ପ୍ରତ୍ୟେକ ବର୍ଷର ବିଷୟବସ୍ତୁ ଚୟନ କରାଯାଉଛି।

World AIDS Day
Advertisment
Advertisment