• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାବାସ୍ ସରପଞ୍ଚ ମାଡାମ୍ । ଜିତୁ ଜିତୁ ପଞ୍ଚାୟତରେ ଲଗାଇଲେ ଫୋନ ନମ୍ବର ଥିବା ପୋଷ୍ଟର । ଦୁର୍ନୀତି କରିବେନି କି କରାଇବାକୁ ଦେବେ ନାହିଁ କି କୌଣସି ଦୁର୍ନୀତି ମୂଳକ କାର୍ଯ୍ୟକୁ ସମର୍ଥନ କରିବି ନାହିଁ ବୋଲି ପଣ କରିଥିଲେ । ଆଉ ଜିତିବା ପରେ ଆକ୍ସନ୍‌ ମୋଡରେ ଆସିଯାଇଛନ୍ତି । କୌଣସି ସୁବିଧା ଅସୁବିଧାରେ ସାହାଯ୍ୟ, ସହଯୋଗ ଓ ଅଭିଯୋଗ ପାଇଁ ମୋବାଇଲ ନମ୍ବର ଜାରି କରିଛନ୍ତି ନବ ନିର୍ବାଚିତ ସରପଞ୍ଚ । ଜନପ୍ରତିନିଧିଙ୍କ ଠାରୁ ଯାହା ଆଶା କରା ନଯାଏ, ତାହା ମୁକୁନ୍ଦପୁରର ନବନିର୍ବାଚିତ ମହିଳା ସରପଞ୍ଚ ସସ୍ମିତା ମଳିକଙ୍କ ଠାରେ ଦେଖିବାକୁ ମିଳିଛି । ସାଧାରଣତଃ ଜଣେ ଜନପ୍ରତିନିଧି ହେବା ପରେ ଲୋକମାନଙ୍କ ସୁଖ ଦୁଃଖ ଠାରୁ ଦୂରେଇ ଯାଆନ୍ତି। ଏପରିକି ଲୋକମାନେ ଜନପ୍ରତିନିଧିଙ୍କୁ ସାକ୍ଷାତ କରି ନିଜର ଦୁଃଖ ଜଣାଇବା ବି ସହଜ ହୋଇ ନ ଥାଏ। ଫୋନ୍ କଲେ ମଧ୍ୟ ଜନପ୍ରତିନିଧିମାନେ ଫୋନ୍ ଉଠାଇ ନ ଥାଆନ୍ତି। ମାତ୍ର ମୁକୁନ୍ଦପୁର ସରପଞ୍ଚ ଲୋକମାନଙ୍କ ସୁବିଧା ପାଇଁ ଆଗେଇ ଆସିଛନ୍ତି।

ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ମୁକୁନ୍ଦପୁର ପଞ୍ଚାୟତର ନବ ନିର୍ବାଚିତ ସରପଞ୍ଚ ସସ୍ମିତା ମଳିକ । ପୂର୍ବରୁ ରାଜ୍ୟ ବାହାରେ ରହି ଶିକ୍ଷକତା କରୁଥିଲେ । ପରେ ଶିକ୍ଷକତା ଛାଡି ରାଜନୀତିରେ ପାଦ ଦେଇ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଭାବରେ ନିର୍ବାଚିତ ହୋଇଛନ୍ତି । ତେବେ ଶପଥ ଗ୍ରହଣର ପ୍ରଥମ ଦିନରେ ନବ ନିର୍ବାଚିତ ସରପଞ୍ଚ ବୟସ୍କ ଓ ଦିବ୍ୟାଙ୍ଗଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପଞ୍ଚାୟତରେ ଶିକ୍ଷା ବ୍ୟବସ୍ଥାକୁ ସୁଧାରିବାକୁ ନେଇ କାର୍ଯ୍ୟ କରିବେ । ତେବେ ଦୁର୍ନୀତିକୁ ଚେକ ଦେବା ପାଇଁ ଗାଁର ଅନେକ ସ୍ଥାନରେ ଫୋନ ନମ୍ବର ସମ୍ବଳିତ ଫ୍ଲେକ୍ସ ଲଗାଇଛନ୍ତି । ଗ୍ରାମବାସୀଙ୍କର ଅଭିଯୋଗ ଥିଲେ ଜାରି ହୋଇଥିବା ବିଭିନ୍ନ ନମ୍ବରରେ ଅଭିଯୋଗ କରିପାରିବେ । ଯାହାକୁ ସମସ୍ତ ପଞ୍ଚାୟତରେ ଲୋକମାନେ ବେଶ ପ୍ରଶଂସା କରିଛନ୍ତି। ଆଗମୀ ଦିନରେ ପଞ୍ଚାୟତକୁ ଦୁର୍ନୀତି ମୁକ୍ତ କରିବା ପାଇଁ ସଂକଳ୍ପ କରିଛନ୍ତି।

ନବ ନିର୍ବାଚିତ ସରପଞ୍ଚ ସସ୍ମିତା ମଲ୍ଲିକଙ୍କ ଏଭଳି ପଦକ୍ଷେପ ଦୁର୍ନୀତି ମୁକ୍ତ କରିବ ବୋଲି ପଞ୍ଚାୟତ ଵାସିନ୍ଦା ଆଶା ଵାନ୍ଧିଛନ୍ତି । ଏକ ନିଆରା ପଦକ୍ଷେପ ନେବା ସହ ଲୋକମାନଙ୍କ ସୁବିଧା ପାଇଁ ଆଗେଇ ଆସିଛନ୍ତି । ସରପଞ୍ଚ ସସ୍ମିତା ଲୋକଙ୍କୁ ସାହାଯ୍ୟ କରିବକାକୁ ନିଜ ଫୋନ୍ ନମ୍ବର ତଥା ବିଭିନ୍ନ ବିଭାଗର ଫୋନ୍ ନମ୍ବରକୁ ସର୍ବସାଧାରଣ କରିଛନ୍ତି । ପଞ୍ଚାୟତ, ବ୍ଲକ୍, ଡାକ୍ତରଖାନା, ଥାନା, ଯୋଗାଣ ସାମଗ୍ରୀ ବିଭାଗ ପାଇଁ ସ୍ଵତନ୍ତ୍ର ଫୋନ୍ ନମ୍ବର ଜାରି କରାଇଛନ୍ତି । ଯାହା ଫଳରେ ଲୋକମାନେ ଉକ୍ତ ଫୋନ୍ ନମ୍ବରରେ ଯୋଗାଯୋଗ କରି ନିଜ ନିଜ ସମସ୍ୟାକୁ ସମାଧାନ କରି ପାରିବେ ବୋଲି କୁହାଯାଇଛି ।

ସରପଞ୍ଚଙ୍କ ଫୋନ୍ ନମ୍ବର ୮୦୯୩୬୦୫୬୬୬ ହୋଇଥିବା ବେଳେ ପଞ୍ଚାୟତ ଓ ବ୍ଲକ୍ ପାଇଁ ୯୮୮୬୮୦୬୫୫୧, ୭୯୭୮୧୦୩୫୩୮, ୯୪୩୭୭୦୬୮୧୭, ଡାକ୍ତରଖାନାପାଇଁ ୬୩୭୦୬୨୯୫୬୭, ୭୮୪୮୮୬୧୧୧୪, ୭୯୭୮୯୩୨୬୦୬, ୮୩୨୭୭୨୪୩୬୦, ଥାନା ପାଇଁ ୯୫୫୬୪୦୦୨୫୩, ୭୯୭୮୬୩୦୭୫୫, ୯୪୩୭୨୬୬୮୪୯, ୬୩୭୧୧୭୨୫୭୫୭, ଯୋଗାଣ ସାମଗ୍ରୀ ପାଇଁ ନମ୍ବର ୬୩୭୦୬୨୯୫୬୭, ୭୯୭୮୬୩୦୭୫୫, ୯୪୩୮୮୦୪୫୯୬ ଓ ୮୩୨୭୭୯୭୩୮୮ ରଖାଯାଇଛି । ତେବେ ସରପଞ୍ଚ ଶ୍ରୀମତୀ ମଳିକଙ୍କ ଏପରି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ଏଭଳି ପଞ୍ଚାୟତରେ ଆଗକୁ କଣ ରୂପରେଖ ହେଵ ତାହା ସମୟ ସାପେକ୍ଷ।