• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ହଜାର ହଜାର ବର୍ଷ ପୂର୍ବର ଗୋଲାପୀ ସହର

  • ସପ୍ତାଶ୍ଚର୍ଯ୍ୟର ଆଉ ଏକ ଆଶ୍ଚର୍ଯ୍ୟ ଜୋର୍ଡାନର ପେଟ୍ରା ସହର

ସପ୍ତାଶ୍ଚର୍ଯ୍ୟର ଆଉ ଏକ ଆଶ୍ଚର୍ଯ୍ୟ ଜୋର୍ଡାନର ପେଟ୍ରା । ଏହା ଏକ ଐତିହାସିକ ସହର । ଜୋର୍ଡାନ୍‌ ପାଇଁ ପେଟ୍ରା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହାକୁ ଜୋର୍ଡାନର ଲାଇଫ୍‌ ଲାଇନ୍‌ ବୋଲି କୁହାଯାଏ । ୨୦୦୭ରେ ଏହା ସପ୍ତାଶ୍ଚର୍ଯ୍ୟରେ ସାମିଲ ହୋଇଥିଲା । ନିଜର ବିଚିତ୍ର ବାସ୍ତୁକଳା ପାଇଁ ଏହା ବିଶ୍ୱ ପ୍ରସିଦ୍ଧ । ଏହି ସହର ଦକ୍ଷିଣ ପଶ୍ଚିମ ଏସିଆରେ ଅକାବା ଘାଟିର ଦକ୍ଷିଣରେ, ସିରି‌‌ଆ ମରୁସ୍ଥଳର ଦକ୍ଷିଣରେ ସ୍ଥିତ ଏକ ‌ଆରବ ଦେଶ ଜୋର୍ଡାନରେ ରହିଛି । ଏହାକୁ ଗୋଲାପୀ ରଙ୍ଗର ପଥରରେ ନିର୍ମାଣ କରାଯ।ଇଛି । ତେଣୁ ଏହାର ଅନ୍ୟନାମ ଗୋଲାପୀ ସହର ମଧ୍ୟ ।

ହଜାର ହଜାର ବର୍ଷ ପୂର୍ବର ଏହି ଗୋଲାପୀ ସହର ଏକ ବୈପାରିକ କେନ୍ଦ୍ର ଓ ଭବ୍ୟ ନାବତୀୟନ ସାମ୍ରାଜ୍ୟର ରାଜଧାନୀ ଥିଲା । କିନ୍ତୁ ସେଠାକାର ଲୋକମାନଙ୍କୁ ଦୀର୍ଘ ବର୍ଷ ଧରି ସେଠାରେ ଲୁଚିରହିଥିବା ଖଣିଜ ସମ୍ପଦ ସମ୍ପର୍କରେ କୌଣସି ଧାରଣା ନଥିଲା । ତେବେ ଜଣେ ୟୁରୋପୀୟ ଯାତ୍ରୀ ଛଦ୍ମବେଶରେ ଏହି ସହରକୁ ଆସିଥିଲେ । ଯିଏ ଏ ସମ୍ପର୍କରେ ସମଗ୍ର ଦୁନିଆକୁ ଜଣାଇଥିଲେ । କୁହାଯାଏ ଏହା ବାସ୍ତୁକଳାର ଅଦ୍ଭୁତପୂର୍ବ ନମୁନା । ଏହି ପେଟ୍ରାକୁ ଅଧା ନିର୍ମାଣ କରାଯାଇଥିଲା । ପଥରର ଚଟାଣ ଓ ପାହାଡକୁ କାଟି ଏହି ବିସ୍ମୟକର ସ୍ମାରକର ନିର୍ମାଣ କରାଯାଇଥିଲା ।

ସୂର୍ଯ୍ୟଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏଠାରେ ରଙ୍ଗର ସମ୍ପୂର୍ଣ୍ଣ ବର୍ଣ୍ଣାଳୀ ଦୃଶ୍ୟମାନ ହୁଏ । ଖ୍ରୀଷ୍ଟପୂର୍ବ ୩୧୨ ବେଳକୁ ଏଠାରେ ନାବତୀୟନ ଶାସନ ଚାଲିଥିଲା । ଆଉ ଏଠାରେ ଜନସଂଖ୍ୟା ୨୦ହଜାରରୁ ଅଧିକ ଥିଲେ । ଏହାକୁ ଏକ ସଫଳ ସ୍ଥାନ ବୋଲି କୁହାଯାଏ । ଓଟ ସାହାଯ୍ୟରେ ଏଠାରୁ ମସଲା ଓ ବସ୍ତ୍ର ରପ୍ତାନି କରାଯାଉଥିଲା । ସେ ସମୟର ଅଧିବାସୀମାନଙ୍କ ଉତ୍ତରାଧିକାରୀମାନେ ଆଜି ବି ଏଠାରେ ରହୁଛନ୍ତି । ଯେଉଁମାନେ ପର୍ଯ୍ୟଟକମାନଙ୍କ ପାଇଁ ଗାଇଡ୍‌ ସାଜିଥାଆନ୍ତି । ଆଉ କିଛି ବାଣିଜ୍ୟ କରି ଜୀବିକା ନିର୍ବାହ କରିଥାଆନ୍ତି । ଇତିହାସର ପୃଷ୍ଠାରେ ପେଟ୍ରାର ଇତିହାସ ଆଜି ବି ସ୍ୱର୍ଣ୍ଣମ ଅକ୍ଷରରେ ବର୍ଣ୍ଣିତ । ଏହି ସହରର କିଛି ରହସ୍ୟ ସାମ୍ନାକୁ ଆସିପାରିଥିବା ବେଳେ କିଛି ରହସ୍ୟ ‌ଆଜି ବି ମାନବ ସଭ୍ୟତା ସନ୍ଧାନ କରିପାରିନାହିଁ । ପେଟ୍ରା ମୃତ ସାଗର ଓ ଲାଲ୍‌ ସାଗର ମଧ୍ୟରେ ଅବସ୍ଥିତ ।

petra jordanpetra jordan

୩୬୩ ଖ୍ରୀଷ୍ଟବ୍ଦ ସମୟରେ ହୋଇଥିବା ଭୂମିକମ୍ପ ଫଳରେ ପାଖାପାଖି ଅଧା ସହର ନଷ୍ଟ ହୋଇଯ।ଇଥିଲା । ୧୧ଶତାବ୍ଦୀ ବେଳକୁ ଏହାର ଅନେକ ମହଲ ନଷ୍ଟ ହେବାରେ ଲାଗିଥିଲା । ଏହାର ଭବ୍ୟତା କାରଣରୁ ଏହା ଅନେକ ଥର ଆକ୍ରମଣର ଶିକାର ହୋଇଛି । ଲୋକମାନେ ଏହାକୁ ସେ ସମୟରେ ଭୁଲିବାକୁ ଲାଗିଥିଲେ । କିନ୍ତୁ ୧୮୧୨ରେ ସ୍ୱିସ୍‌ ସନ୍ଧାନକାରୀ ଜୋହାନ ଲୁଜବିଗ ବର୍କହାର୍ଟ ଏହାକୁ ଖୋଜିଥିଲେ । ହେଲେ ଏପରି କୁହାଯାଏ ଯେ, ପେଟ୍ରାର ମାତ୍ର ୧୫ ପ୍ରତିଶତର ସନ୍ଧାନ ମିଳିପାରିଛି । କିନ୍ତୁ ଆହୁରି ୮୫ ପ୍ରତିଶତ ଅାଜି ବି ଭୂମିଗତ । ପେଟ୍ରା ବିଶ୍ୱର ସପ୍ତାଶ୍ଚର୍ଯ୍ୟରେ ସାମିଲ ହୋଇଛି ।

ଏହାର ବାସ୍ତବିକ ଖନନ କାର୍ଯ୍ୟ ୧୯୨୯ରେ ହୋଇଥିବା ବେଳେ ଜୁଲାଇ ୨୦୦୭ରେ ଏହାକୁ ବିଶ୍ୱର ଆଶ୍ଚର୍ଯ୍ୟ ଲିଷ୍ଟରେ ସାମିଲ କରାଯାଇଥିଲା । ୧୯୮୫ରେ ଏହା ୟୁନେସେ୍କାର ବିଶ୍ୱ ଐତିହ୍ୟରେ ସାମିଲ ହୋଇଥିଲା । ଏହାକୁ ସେ ସମୟରେ ମନୁଷ୍ୟ ଜାତିର ସବୁଠାରୁ ଦାମୀ ପାରମ୍ପରିକ ସମ୍ପତ୍ତି ଭାବେ ପରିଭାଷିତ କରାଗଲା । ୬ଷ୍ଠ ଶତାବ୍ଦୀରେ ଏହାକୁ କାହିଁକି ନଷ୍ଟ କରିବାକୁ ଚେଷ୍ଟା କରାଯାଇଥିଲା ତାହା ଆଦି ରହସ୍ୟ ହୋଇ ରହିଛି ।

petra jordanpetra jordan

ଏହା ଭିତରକୁ ଯିବାକୁ ହେଲେ ପାଖାପାଖି ୧ କିଲୋମିଟର ସଂକୀର୍ଣ୍ଣ ଘାଟୀ ଦେଇ ଯିବାକୁ ପଡିଥାଏ । ଏଠାରେ ପାହାଡ ଭିତରେ ହି ଘର, ପୂଜାଘର ସବୁକିଛି ନିର୍ମିତ ହୋଇଛି । ଏହା ସମାଧୀ, ସ୍ମାରକ, ମୂର୍ତ୍ତି ଓ ପବିତ୍ର ସଂରଚନା ଗୁଡିକର ଏକ ବିଶାଳ ସହର । ଏଠାରେ ପାଖାପାଖି ୮୦୦ ସମାଧି ରହିଛି । ୨୬୫ ବର୍ଗ ମିଟରରେ ଏକ ପାର୍କ ନିର୍ମାଣ କରାଯାଇଛି । ପେଟ୍ରା ଥିଏଟର ପୂର୍ବରେ ୧୦୬ ଖ୍ରୀଷ୍ଟ ପୂର୍ବରେ ହେଲେନିଷ୍ଟିକ ଶୈଳୀରେ ନିର୍ମାଣ କରାଯାଇଥିଲା । ଏହି ଥିଏଟରରେ ୫ହଜାରରୁ ୮ହଜାର ଲୋକମାନେ ଏକାଠି ବସିପାରିବେ । ତେବେ ନିଜର ଭବ୍ୟତା, ନିଆରା ତଥା ବିଚିତ୍ର ବାସ୍ତୁକଳା କାରଣରୁ ଏହା ପର୍ଯ୍ୟଟକମାନଙ୍କୁ ସବୁବେଳେ ‌ଆକୃଷ୍ଠ କରିଥାଏ । ଆଉ ଏହି ସବୁ କାରଣରୁ ହିଁ ଏହା ବିଶ୍ୱର ଆଶ୍ଚର୍ଯ୍ୟ ନିର୍ମାଣ…