• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ସୋସିଆଲ୍ ମିଡିଆ ଭାଇରାଲ ଭିଡିଓର ପ୍ଲାଟ୍‌ଫର୍ମ ହୋଇଯାଇଛି। କେତେବେଳେ କୋଉ ଭିଡିଓ ଭାଇରାଲ୍‌ ହେବ ତାହା କେହି କହିପାରିବେ ନାହିଁ। ଅନେକ ଭିଡିଓ ମନକୁ ଛୁଉଁଥିବା ବେଳେ ଏବେ ୟୁପି ପୋଲିସ୍‌ର ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି। ଏହି ଭିଡିଓଟି ଏତେ ହୃଦୟସ୍ପର୍ଶୀ ହୋଇଛି ଯେ ଯାହା ଲୋକଙ୍କ ମନକୁ ତରଳେଇ ଦେଉଛି। ଏହି ଭିଡିଓ ଦେଖିବା ପରେ ଆପଣ ମଧ୍ୟ ଗର୍ବିତ ହେବେ।

ଏହି ସ୍ପର୍ଶକାତର ଭିଡିଓରେ ଦେଖାଯାଉଛି ଯେ ଜଣେ ପୋଲିସ କର୍ମଚାରୀ ଜଣେ ବୃଦ୍ଧ ମହିଳାଙ୍କୁ ଏକ ମତଦାନ ବୁଥ୍‌କୁ ନେଇ ଯାଉଛନ୍ତି, ଯାହା ଦ୍ୱାରା ସେ ଭୋଟ୍ ଦେଇପାରିବେ। ଏହି ଭିଡିଓଟି ଉତ୍ତରପ୍ରଦେଶର ଗୋରଖପୁର ଜିଲ୍ଲାର ହୋଇଥିବା ବେଳେ ଗୁରୁବାର ଦିନ ମତଦାନ ବେଳେ ଏହକୁ ସୁଟ୍ କରାଯାଇଥିଲା।

ଭିଡିଓରେ ଦେଖାଯାଇଥିବା ପୋଲିସ୍‌ ଅଧିକାରୀ କନଷ୍ଟେବଳ ପୱନ କୁମାର ବୋଲି ଜଣାପଡିଛି। ଏହି କ୍ଷୁଦ୍ର ୧୪ ସେକେଣ୍ଡର ଭିଡିଓ ୟୁପି ପୋଲିସ୍‌ର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଶେୟାର କରାଯାଇଛି।

ୟୁପି ପୋଲିସ ଏହି ଭିଡିଓକୁ ପୋଷ୍ଟକରି ହିନ୍ଦୀରେ କ୍ୟାପ୍‌ସନ୍‌ରେ ଲେଖିଛି ଯେ “କନ୍ଧେ ପର୍ ବନ୍ଧୁକ୍ ଔର୍ ଗୋଦ୍ ମେ ମା ହୈ, ଇସିଲିଏ ଖାକୀ ପର୍ ଇତନା ହୁମା ହୈ”। ଏହାଛଡା କ୍ୟାପ୍‌ସନାରେ ଆହୁରି ମଧ୍ୟ ଲେଖାଅଛି ଯେ ଜନପଦ ଗୋରଖପୁରର ଜିଲ୍ଲା କନଷ୍ଟେବଳ ପୱନ କୁମାର ପୋଲିସ ଷ୍ଟେସନ ବାଦଲଗଞ୍ଜ ଅଞ୍ଚଳରେ ମତଦାନ ସ୍ଥଳରେ ଜଣେ ବୃଦ୍ଧ ମହିଳାଙ୍କୁ ସାହାଯ୍ୟ କରି ଲୋକତନ୍ତ୍ରର ପ୍ରକୃତ ପ୍ରହରୀର ଭୂମିକା ନିଭାଇଛନ୍ତି। ତୁମ ପାଇଁ ଗର୍ବିତ ପବନ! #UPPCares "

ଖବର ଲେଖାହେବା ଲେଖା ହେବା ବେଳକୁ ଏହି ଭିଡିଓକୁ ୩୨ ହଜାରରୁ ଅଧିକ ଲୋକ ଦେଖିସାରିଥିଲେ। ଜଣେ ଟ୍ୟୁଟର ବ୍ୟବହାରକାରୀ ଲେଖିଛନ୍ତି ଯେ "ୟୁପି ପୋଲିସ୍‌ ପାଇଁ ବହୁତ ଗର୍ବିତ। ସବୁବେଳ ଭଳି ଆପଣମାନେ ଏସବୁ ପ୍ରମାଣ କରିଛନ୍ତି ଯେ ଆମ ମାତୃଭୂମିର ସେବା କିପରି କରିବା ଏବଂ ନାଗରିକମାନଙ୍କୁ କିପରି ସାହାଯ୍ୟ କରିବା।”

ବର୍ତ୍ତମାନ, ଉତ୍ତରପ୍ରଦେଶରେ ଏକ ମାସ ପାଇଁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯାହା ଫେବୃଆରୀ ୧୦ ରୁ ମାର୍ଚ୍ଚ ୧୦ ମଧ୍ୟରେ ଧାର୍ଯ୍ୟ କରାଯାଇଛି।