Advertisment

ନାରୀଶକ୍ତିର ଉତ୍ସ ସାଜି ପଦ୍ମଶ୍ରୀରେ ଭୂଷିତ ହେଲେ ବସନ୍ତୀ ଦେବୀ

ମାତ୍ର ୧୨ ବର୍ଷରେ କରିଦିଆଗଲା ବିବାହ। କିଛି ଦିନ ପରେ ସ୍ୱାମୀଙ୍କର ହେଲା ଦେହାନ୍ତ। ଫେରିଆସିଲେ ବାପଘର। ସମାଜସେବାରେ ଦେଲେ ମନ। ଏବେ ପଦ୍ମ ସମ୍ମାନରେ ସମ୍ମାନୀତ।

author-image
Pramod Behera
ଅଦ୍ୟତନ ହୋଇଛି
Padma Shri Basanti Devi’s biography

Padma Shri Basanti Devi’s biography

ଚଳିତ ବର୍ଷ ପଦ୍ମ ପୁରସ୍କାର ତାଲିକାରେ ମହିଳାମାନେ ସ୍ଥାନ ପାଇଛନ୍ତି। ଏହି ମହିଳାମାନଙ୍କର ବିଭିନ୍ନ କ୍ଷେତ୍ରରେ ନିଜର ଅଭୁତପୂର୍ବ ଅବଦାନ ରହିଛି। ଏମିତି ତ ଅନେକ ମହିଳା ଅଛନ୍ତି ଯେଉଁମାନେ ଦେଶ ତଥା ଦେଶର ସଂସ୍କୃତି, ପରିବେଶ ଏବଂ ଲୋକଙ୍କ ପାଇଁ ନିଜର ସମସ୍ତ ଜୀବନକୁ ଉତ୍ସର୍ଗ କରିଦେଇଛନ୍ତି।

Advertisment

ଦୁନିଆରେ ଏମିତି ମଧ୍ୟ ଲୋକ ଅଛନ୍ତି ଯେଉଁମାନେ ଦୁଇ ପାଦରେ ଚାଲିବାକୁ ଅସମର୍ଥ ହୋଇ ମଧ୍ୟ ହୁଇଲ୍ ଚେୟାରରେ ଲମ୍ବା ରାସ୍ତା ଅତିକ୍ରମ କରି ଲୋକଙ୍କ ପ୍ରେରଣାର ଉତ୍ସ ହୋଇପାରିଛନ୍ତି। ୧୦୨ ବର୍ଷର ଶକୁନ୍ତଳା ଚୌଧୂରୀ ମଧ୍ୟ ସେମିତି ପ୍ରେରଣା ପାଲଟିଛନ୍ତି। ସିଏ ଗାନ୍ଧୀଙ୍କ ଆଦର୍ଶ ଓ ନୀତିକୁ ଲୋକଙ୍କ ନିକଟରେ ପହଞ୍ଚେଇବା ନେଇ ନିଜର ସମସ୍ତ ଜୀବନ ଉତ୍ସର୍ଗ କରିଦେଇଛନ୍ତି।

ଦେଶର ଏହି ନାୟିକାମାନଙ୍କ ମଧ୍ୟରୁ ବାସନ୍ତୀ ଦେବୀ ଅନ୍ୟତମ, ଯେଉଁମାନେ ନିଜର ଉତ୍କୃଷ୍ଟ କାମ ଦ୍ୱାରା ନିଜର ପରିଚୟ ସୃଷ୍ଟି କରି ପାରିଛନ୍ତି। ବସନ୍ତୀ ଦେବୀ ୨୦୨୨ ବର୍ଷ ପାଇଁ ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ସେ ଉତ୍ତରାଖଣ୍ଡର ହୋଇଥିବା ବେଳେ ପରିବେଶକୁ ରକ୍ଷା କରିବା ନେଇ ତାଙ୍କର ପ୍ରୟାସ ଅତୁଳନୀୟ। ଏହାପୂର୍ବରୁ ବସନ୍ତୀ ଦେବୀ ଦେଶର ସର୍ବୋଚ୍ଚ ନାରୀ ଶକ୍ତି ପୁରସ୍କାର ପାଇଛନ୍ତି।

Advertisment

କିଏ ଏହି ବସନ୍ତୀ ଦେବୀ?

ବସନ୍ତୀ ଦେବୀ ଉତ୍ତରାଖଣ୍ଡର ଜଣେ ଜଣାଶୁଣା ସାମାଜିକ କର୍ମୀ। ବୃକ୍ଷ ଓ ନଦୀକୁ ରକ୍ଷା କରିବା ପାଇଁ ସେ ସବୁବେଳେ ତତ୍ପର ଥାଆନ୍ତି। ସେ କୌସାନୀରେ ଥିବା ଲକ୍ଷ୍ମୀ ଆଶ୍ରମରେ ରୁହନ୍ତି। କୋସୀ ନଦୀର ଅସ୍ତିତ୍ୱକୁ ବଞ୍ଚାଇବା ପାଇଁ ସେ ମହିଳା ଗୋଷ୍ଠୀ ମାଧ୍ୟମରେ ଜଙ୍ଗଲକୁ ବଞ୍ଚାଇବା ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ ଏବଂ ଅନ୍ୟପଟେ ପାରିବାରିକ ହିଂସା ତଥା ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ରୋକିବା ପାଇଁ ସେ ଜନସଚେତନତା ସୃଷ୍ଟି କରିଥିଲେ। ବସନ୍ତୀ ଦେବୀଙ୍କ ଉଦ୍ୟମ ହେତୁ ହିଁ ପଞ୍ଚାୟତର ସଶକ୍ତିକରଣରେ ତାଙ୍କର ପ୍ରୟାସର ପ୍ରଭାବ ଦେଖାଯାଏ।

ବସନ୍ତୀ ଦେବୀଙ୍କ ଜୀବନୀ:

ବସନ୍ତୀ ଦେବୀ ମୂଳତଃ ପିଥୋରାଗଡରୁ ଆସିଛନ୍ତି। ତାଙ୍କ ଶିକ୍ଷା ବିଷୟରେ କହିବାକୁ ଗଲେ ସେ ବିବାହ ପୂର୍ବରୁ କେବଳ ସାକ୍ଷର ଥିଲେ। ତାଙ୍କୁ ମାତ୍ର ୧୨ ବର୍ଷ ବୟସରେ ବିବାହ କରିଦିଆଯାଇଥିଲା। କିନ୍ତୁ ଖୁବ କମ ଦିନ ପରେ ତାଙ୍କ ସ୍ୱାମୀଙ୍କର ଦେହାନ୍ତ ହୋଇଥିଲା । ଏହା ପରେ ସେ ପୁନର୍ବାର ବିବାହ କରି ନଥିଲେ। ପରେ ବାପାଙ୍କ ସମର୍ଥନ ପାଇ ବାପଘରକୁ ଫେରିଆସି ପାଠପଢା ଜାରି କରିଥିଲେ। ସେ ଇଣ୍ଟର ପାସ୍ କଲେ। ଦ୍ୱାଦଶ ପୂରଣ କରିବା ପରେ ସେ ଗାନ୍ଧୀବାଦୀ ସମାଜସେବୀ ରାଧାଙ୍କ ସଂସ୍ପର୍ଶରେ ଆସି ତାଙ୍କ ଦ୍ୱାରା ପ୍ରଭାବିତ ହେବା ପରେ ସେ କୌସାନୀରେ ଲକ୍ଷ୍ମୀ ଆଶ୍ରମରେ ରହିଥିଲେ।

ତିଆରି କଲେ ମହିଳା ସଂଗଠନ:

ଏଠାରେ ସେ ସମାଜ ସେବା ପଥରେ ଚାଲିବାକୁ ନିର୍ଦ୍ଦେଶ ପାଇଲେ। ଆଲମୋରା ଜିଲ୍ଲାର ଧୋଲା ଦେବୀ ବ୍ଲକରେ ଆୟୋଜିତ ବାଲବାରୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବସନ୍ତୀ ଦେବୀ ସମାଜ ସେବା ଆରମ୍ଭ କରିଥିଲେ। ସେ ଏହି କାର୍ଯ୍ୟରେ ମହିଳାମାନଙ୍କୁ ଆଗକୁ ନେଇ ଏକ ମହିଳା ସଂଗଠନ ମଧ୍ୟ ତିଆରି କରିଥିଲେ। ୨୦୦୩ ମସିହାରେ ସେ କୋସୀ ଘାଟି ଗାଁରେ ମହିଳା ସଂଗଠନର କାର୍ଯ୍ୟ ଆରମ୍ଭ କରିଥିଲେ।

ମହିଳାଙ୍କୁ ଦେଲେ ବଳ:

ବସନ୍ତୀ ଦେବୀ କୌସାନୀ ଠାରୁ ଲୋଦ ପର୍ଯ୍ୟନ୍ତ ସମଗ୍ର ଉପତ୍ୟକାର ପ୍ରାୟ ୨୦୦ଟି ଗାଁର ମହିଳାଙ୍କୁ ନେଇ ଏକ ସଂଗଠନ ତିଆରି କରିଥିଲେ। ସେ ମହିଳା ସଶକ୍ତିକରଣ ଉପରେ ଗୁରୁତ୍ୱ ଦେଇ ୨୦୦୮ ମସିହାରେ ପଞ୍ଚାୟତରେ ମହିଳାଙ୍କ ସ୍ଥିତିକୁ ମଜବୁତ କରିବାର କାମ କରିଥିଲେ। ଯେତେବେଳେ ମହିଳାମାନେ ପଞ୍ଚାୟତରେ ସଂରକ୍ଷଣ ପାଇଲେ, ସେ ଘରୋଇ ହିଂସା ତଥା ପୁରୁଷଙ୍କ ଦ୍ୱାରା ନିର୍ଯାତନାର ଶିକାର ଦେଉଥିବା ମହିଳାଙ୍କ ମୁକ୍ତି ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ୨୦୧୪ରେ ସେ ୫୧ଟି ଗାଁର ୧୫୦ ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ରାସ୍ତା ଖୋଲିଥିଲେ।

Inspirational Story
Advertisment
Advertisment