/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641727059.jpg)
Weird tradition : to kill elderly people
ପ୍ରସିଦ୍ଧ କବି ମୁନ୍ୱାର୍ ରାଣାଙ୍କର ଏକ ସାୟରୀ ମନେପଡେ, “ହମେ ଗିର୍ତି ହୁଇ ଦୀୱାର କୋ ଥାମେ ରହେ ବର୍ନା, ସଲୀକେ ସେ ବୁବୁର୍ଜୋ କୀ ନିଶାନୀ କୌନ୍ ରଖତା ହୈ।” ଭାରତୀୟ ସମାଜ ସବୁବେଳେ ନିଜ ଘରର ବୃଦ୍ଧମାନଙ୍କୁ ସମ୍ମାନ କରିବାକୁ ଶିଖାଏ। ଭାରତୀୟ ଲୋକମାନେ ଜାଣନ୍ତି ଯେ ଜଣେ ବ୍ୟକ୍ତି ବୃଦ୍ଧ ହୋଇପାରେ କିନ୍ତୁ ତାଙ୍କର ଅନୁଭୂତି କେବେ ପୁରୁଣା ହୁଏ ନାହିଁ। କିନ୍ତୁ ଭାରତରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ବୃଦ୍ଧମାନଙ୍କୁ ନିଜ ପରିବାର ସଦସ୍ୟଙ୍କ ଦ୍ୱାରା ହତ୍ୟା କରାଯାଏ। ଏହି ଆଶ୍ଚର୍ଯ୍ୟଜନକ ପରମ୍ପରା ପଛରେ ଏକ ଅଦ୍ଭୁତ କାରଣ ମଧ୍ୟ ରହିଛି।
ତାମିଲନାଡୁ ରାଜ୍ୟର ଦକ୍ଷିଣ ଭାଗରେ 'ଥାଲାଇକୁଥାଲ' ନାମକ ଏକ ପରମ୍ପରା ଦୀର୍ଘ ସମୟ ଧରି ଚାଲିଛି। ଏହି ପ୍ରଥା ଯେତିକି ଭୟାନକ ସେତିକି ଚକିତ ମଧ୍ୟ। ଏହି ପ୍ରଥା ଅନୁଯାୟୀ, ଲୋକମାନେ ନିଜ ଘରର ବୃଦ୍ଧମାନଙ୍କୁ ହତ୍ୟା କରିଥାନ୍ତି। କିନ୍ତୁ ଏହି ପ୍ରଥା ପଛରେ ଏକ କାରଣ ଥିଲେ ମଧ୍ୟ ଏହା ଯଥୋଚିତ ନୁହେଁ।
ଯେଉଁଠାରେ ଥାଲାଇକୁଥାଲ ରୀତିନୀତି ପାଳନ କରାଯାଏ, ଲୋକମାନେ ସବୁ ବୃଦ୍ଧଙ୍କୁ ହତ୍ୟା କରନ୍ତି ନାହିଁ। କିନ୍ତୁ ସେହି ବୃଦ୍ଧମାନଙ୍କୁ ହତ୍ୟା କରାଯାଏ ଯେଉଁମାନଙ୍କର ରୋଗକୁ ଭଲ କରାଯାଇପାରେନି। ତେବେ ଅସାଧ୍ୟ ରୋଗରେ ପୀଡିତ କାରଣରୁ ଯେଉଁ ବୃଦ୍ଧମାନେ ଇଚ୍ଛାମୃତ୍ୟୁ ଚାହାନ୍ତି ସେମାନଙ୍କ ଜୀବନ ନିଆଯାଏ। ପ୍ରାୟ ସମୟରେ ପରିବାର କିମ୍ବା ଆଖପାଖର ଲୋକମାନେ ନିଜେ ମଧ୍ୟ ଏହି ନିଷ୍ପତ୍ତି ନିଅନ୍ତି, ଯେତେବେଳେ ସେମାନେ ଅନୁଭବ କରନ୍ତି ଯେ ବୃଦ୍ଧ ଜଣକ ବର୍ତ୍ତମାନ କୋମାରେ ଅଛନ୍ତି ବା ମୃତ୍ୟୁର ଦ୍ୱାରଦେଶରେ ଠିଆ ହୋଇଛନ୍ତି।
ହତ୍ୟା ପାଇଁ ଉପାୟ:
ପ୍ରଥମ: ଏହି ପ୍ରଥା ଅନୁସାରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ହତ୍ୟା ପାଇଁ ପ୍ରଥମେ ତେଲରେ ସ୍ନାନ କରାଯାଏ। ତା’ପରେ ତାଙ୍କୁ ଜବରଦସ୍ତ ନଡ଼ିଆ ରସ ପିଇବାକୁ ଦିଆଯାଏ। ଏହା ପରେ ତୁଳସୀ ରସ ଏବଂ କ୍ଷୀର ଦିଆଯାଏ। ଏହା କରିବା ପଛରେ ଏକ ବିଶେଷ କାରଣ ଅଛି। ତେଲରେ ଗାଧୋଇବା ପରେ ତୁରନ୍ତ ଏହି ଜିନିଷଗୁଡିକ ଖାଇଲେ ଶରୀରର ତାପମାତ୍ରା ୯୨-୯୩ ଡିଗ୍ରୀ ଫାରେନ୍ହାଇଟ୍ ପର୍ଯ୍ୟନ୍ତ ଯାଏ, ଯାହା ସାଧାରଣ ତାପମାତ୍ରା ଠାରୁ ବହୁତ କମ୍ ହୋଇଯାଏ। ଏପରି ପରିସ୍ଥିତିରେ ଶରୀରର ସିଷ୍ଟମ ଖରାପ ହେବାକୁ ଲାଗେ ଏବଂ ହୃଦଘାତ ହେତୁ ମୃତ୍ୟୁ ହୁଏ।
ଦ୍ୱିତୀୟ: ବଡ ରୋଗ ବା ଶଯ୍ୟାରେ ପଡି ରହିଥିବା ବୟସ୍କମାନଙ୍କୁ ଏକ ପ୍ରକାର ଚିକିଟା ଖାଦ୍ୟ ଦିଆଯାଏ। ଏହାକୁ ଜାଣିଶୁଣି ସେମାନଙ୍କ ଗଳାରେ ରଖାଯାଏ। ଫଳରେ ସେମାନେ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରନ୍ତି।
ତୃତୀୟ: ଅନ୍ୟ ଏକ ଉପାୟ ହେଉଛି ମାଟି ମିଶା ପାଣି ସେମାନଙ୍କୁ ପିଆଇ ଦିଆଯାଏ। ଏହି କାରଣରୁ ଅସୁସ୍ଥ ଥିବା ବୃଦ୍ଧଙ୍କ ପେଟ ଖରାପ ହୁଏ ଏବଂ ସେମାନେ ମରିଯାଆନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)