• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନାରୀ ଆଜି ଅବଳା କି ଦୁର୍ବଳା ନୁହେଁ । ମୋ ବାପା ବଞ୍ଚିଥିବା ବେଳେ ମୋତେ ବୁଝେଇ ଶୁଝେଇ ପାଠ ପଢ଼ାଇଥିଲେ । ବାପାଙ୍କ କଥା ରଖି ମୁଁ ଆଇଟିଆଇ ପାସ୍ କରିଥିଲି, ଆଉ ଆଜି ତାହା କାମରେ ଆସିଲା । ମୁଁ ନିଜେ ନିଜ ଗୋଡ଼ରେ ଠିଆ ହୋଇ ବାପାଙ୍କ ପରେ ଘର ଚଳାଇ ପାରୁଛି । ଜଣେ ସ୍ୱଭିମାମୀ ଝିଅର ଏହି କେଇ ପଦ କଥା ସମାଜର ଦୃଷ୍ଟିଭଙ୍ଗୀକୁ ନିଶ୍ଚୟ ବଦଳାଇଦେବ ।

ଆଦିବାସୀ ବହୁଳ ମୟୁରଭଂଜ ଜିଲ୍ଲାରେ ସାଧାରଣତଃ ମହିଳା ମାନେ ଘରୁ ପାଦ କାଢ଼ି ବ୍ୟବସାୟ କରିବା କିମ୍ବା ସ୍ୱାବଲମ୍ବୀ ହେବା କଷ୍ଟଦାୟକ କାମ । ହେଲେ ଆଜିର ଯୁଗରେ ଜଣେ ଯୁବତୀ ଘରୁ ପାଦ କାଢି ସାଇକେଲ ମରାମତି ଦୋକାନ ଚଳାଇ ନିଜ ପରିବାର ଚଳାଇବା ଘଟଣା ନିହାତି ବଡ଼କଥା । ଆଇଟିଆଇ ପାସ୍ କରିବା ପରେ ସାଇକେଲ ରିପିୟାରିଂ ଦୋକାନ କରୁଥିବା ଜଣେ ଯୁବତୀଙ୍କ ବିରିଳ ବ୍ୟକ୍ତିତ୍ୱ ଅନ୍ୟ ମାନଙ୍କ ପାଇଁ ଅଲୋଚନର ବିଷୟ ପାଲଟିଛି ।

ମୟୁରଭଂଜ ଜିଲା ଦନ୍ତୀଆମୁହାଁ ଗାଁ ଛକରେ ଏହି ଛୋଟିଆ ଚାଳ ଛପର ଦୋକାନରେ କାମ କରୁଛନ୍ତି ପୁଷ୍ପିତା ଦେଓ । ନିଜ ବାପାଙ୍କ ଦେହାନ୍ତ ହେବ ପରେ ପୁଷ୍ପିତା ଏହି ଦୋକାନକୁ ଚଳେଇ ଆସୁଛନ୍ତି । ନିଜେ ସାଇକେଲର ଟାଲ ମାରୁଛନ୍ତି ନିଜେ ପେଚ କରୁଛନ୍ତି ଆଉନିଜେ ସାଇକେଲ ପମ୍ପ ମଧ୍ୟ ଦଉଛନ୍ତି । କୌଣସି ପୁଅ ପିଲା ଠାରୁ କମ୍‌ ପରିଶ୍ରମ କରୁନାହାନ୍ତି ପୁଷ୍ପିତା । ବାପାଙ୍କ ଅକାଳ ମୃତ୍ୟୁ ହେବା ପରେ ସେ ଏହି କାମକୁ ଆପଣେଇ ନେଇଛନ୍ତି । ସାଧାରଣତ ମୟୁରଭଂଜ ଜିଲ୍ଲାରେ ମହିଳାମାନେ ରୋଜଗାର ପାଇଁ ଘରୁ ଗୋଡ଼ କାଢ଼ିବା ସମ୍ଭବପର ନୁହେଁ । ହେଲେ କାମ କଷ୍ଟକର ହୋଇଥିଲେ ମଧ୍ୟ ପୁଷ୍ପିତା ପରିବାର ପାଇଁ ପୁରୁଷପିଲା ପରି ଏ କାମ କରୁଛନ୍ତି ଓ ଗ୍ରାହକଙ୍କ ମନ କିଣି ପାରିଛନ୍ତି ।

ପୁଷ୍ପିତା ଯେ କେବେଳ ସାଇକେଲ ଦୋକାନ କରିଛନ୍ତି ତା ନୁହଁ ବରଂ ବାପାଙ୍କ ଗଲା ପରେ ତାଙ୍କ ଉପରେ ରହିଛି ପରିବାରର ଆର୍ଥିକ ବୋଝ । ବୁଢ଼ୀ ମାଡ଼ ସହ ତିନି ସାନ ଭଉଣୀ ଏବଂ ଗୋଟିଏ ସାନ ଭାଇର ପାଠ ପଢା ଦାୟିତ୍ୱ ତାଙ୍କ ମୁଣ୍ଡ ଉପରେ । ପୁଷ୍ପିତା କଠିନ ପରିଶ୍ରମି କରି ଯେତିକି ଆୟ କରନ୍ତି,ତାହା ସମୁଦ୍ରକୁ ଶଙ୍ଖେ । ତଥାପି ସେ ହାରିଯାଇ ନାହାନ୍ତି । ନିଜ ଭାଇ ଭଉଣୀଙ୍କୁ ପାଠ ପଢ଼ାଇ ଭଲ ମଣିଷ ଗଢିବା ତୋଳିବାର ସ୍ୱପ୍ନ ରଖିଛନ୍ତି ।

ଘରେ ରୋଷେଇବାସ କରି ସକାଳୁ ସକାଳୁ ସାଇକେଲ ଦୋକାନ ବାହାରି ଯାଆନ୍ତି । ଆବଶ୍ୟକ ପଡିଲେ ଚାଷ ବାସ କାମରେ ମଧ୍ୟ ଲାଗି ପଡି ଥାଆନ୍ତି । ପୁଷ୍ପିତାଙ୍କୁ ବାପା ବହୁ କଷ୍ଟରେ ଆଇଟିଆଇ ପାଠ ପଢ଼ାଇଥିଲେ । ତାଙ୍କ ଉପରେ ବାପାଙ୍କ ଥିଲା ଅନେକ ଆଶା । ଆଉ ବାପା ଗଲା ପରେ ବାପାଙ୍କ ସ୍ୱପ୍ନକୁ ସାକାର କରିବା , ଘରଟିଏ କରିବା ଏବଂ ସାନ ଭାଇ ଭଉଣୀଙ୍କୁ ପାଠ ପଢ଼ାଇ ବଡ଼ ମଣିଷ କରିବା ତାଙ୍କର ଇଛା ରହିଛି । ପୁଷ୍ପିତା ସମାଜର ଟାହିଟାପରା ଓ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ନିଜର ସାଇକେଲ ଦୋକାନରେ ନିଜେ କାମ କରି ସ୍ୱାବଲମ୍ବୀ ହେବା ସହ ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ବାରିପଦାରୁ ମାଣିକ ଲାଲ ପାଣିଙ୍କ ରିପୋର୍ଟ