/odishatv-khabar/media/post_attachments/uploadimage/library/16_9/16_9_0/IMAGE_1641704266.jpg)
Petrol Bomb
ଭୁବନେଶ୍ୱର କଂଗ୍ରେସ ଭବନରେ ବୋମାମାଡ଼ ଗତକାଲି ବିଳମ୍ବିତ ରାତିରେ କଂଗ୍ରେସ ଭବନ ଉପରକୁ ବୋମାମାଡ଼ ହୋଇଛି । ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ପେଟ୍ରୋଲ ବୋମାମାଡ କରିଥିବା ଜଣାପଡ଼ିଛି । ଏଥିରେ କଂଗ୍ରେସ ଭବନରେ ସେମିତି କିଛି କ୍ଷୟକ୍ଷତି ହୋଇନାହିଁ ।
Advertisment
ତେବେ କଂଗ୍ରେସ ଭବନ ନିକଟରେ ଥିବା ଏକ ଗଛରେ ନିଆଁ ଲାଗି ଯାଇଥିଲା । ପରେ ଅଗ୍ନିଶମ ବାହିନୀର ଗୋଟିଏ ଟିମ୍ ଆସି ନିଆଁକୁ ଆୟତ୍ତ କରିଥିଲା । ଗତକାଲି ସଂଧ୍ୟାରେ ଦୁର୍ଗା ମାଧବ ମହଲା ନାମକ ଜଣେ ଯୁବକଙ୍କୁ କଂଗ୍ରେସ ଭବନ ସାମ୍ନାରେ ଆକ୍ରମଣ ହୋଇଥିଲା । ଏହା ପରେ ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଜଣାପଡ଼ିଛି । ଏ ନେଇ ଛାନ୍ଭିନ୍ ଚଳାଇଛି ପୋଲିସ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)