Advertisment

୯ ଜିଲ୍ଲାରେ ବର୍ଷା ସମ୍ଭାବନା, ସତର୍କ କଲା ପାଣିପାଗ ବିଭାଗ

ଆସନ୍ତାକାଲି ଯାଏ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସହ କୁଆପଥର ମାଡ଼ ହୋଇପାରେ। ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଭୁବନରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
undefined

Rainfall Alert

ଉପକୂଳ ଓଡିଶା ତଥା ତତ୍‌-ସଂଲଗ୍ନ ଜିଲ୍ଲା ଗୁଡ଼ିକରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଲାଗି ରହିଛି। ଆସନ୍ତାକାଲି ଯାଏ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ଲାଗି ରହିବ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି। କିଛି ସ୍ଥାନରେ ସ୍ୱଳ୍ପ ଧରଣର ବର୍ଷା ସହ କୁଆପଥର ମାଡ଼ ହୋଇପାରେ। 

Advertisment

ଢେଙ୍କାନାଳ,ଅନୁଗୁଳ, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଗତ ୨୪ ଘଣ୍ଟାରେ ଢେଙ୍କାନାଳ ଭୁବନରେ ସର୍ବାଧିକ ୬୪ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଗଜପତି ନୂଆଗଡ଼ରେ ୫୭ ମି.ମି., ଆର ଉଦୟଗିରିରେ ୫୩ ମି.ମି., ମାଲକାନଗିରି ମାଥିଲିରେ ୪୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ବାଲେଶ୍ୱରରେ ମଧ୍ୟ ବର୍ଷା ଲାଗି ରହିଛି। ଝିପି ଝିପି ବର୍ଷା ଲାଗି ରହିଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅଦିନିଆ ବର୍ଷା ଯୋଗୁଗୁଁ ଖଳାରେ ଥିବା ଧାନ ନଷ୍ଟ ହେଉଥିବାବେଳେ ପରିବା ଚାଷ କ୍ଷତିଗ୍ରସ୍ତ ହୋଇଛି। ଫୁଲକୋବି, ବାଇଗଣ, କାକୁଡ଼ି ଚାଷ ବେଶୀ ମାତ୍ରାରେ କ୍ଷତିଗ୍ରସ୍ତ ହୋଇଥିବା ଦେଖିବାକୁ ମିଳିଛି। 

Advertisment
Rain Alert Rain In Odisha Rain Alert For Odisha
Advertisment
Advertisment