• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଢେଙ୍କାନାଳ: ଢେଙ୍କାନାଳ ରାସୋଳ ଓଡ଼ିଶା ବ୍ୟାଙ୍କ ଡକାୟତି ଘଟଣାରେ ୯ ଜଣଙ୍କୁ ପୋଲିସ୍‌ ଗିରଫ କରିଛି। ଡକାୟତି ହୋଇଥିବା ୭ କେଜି ସୁନା ମଧ୍ୟରୁ ୫ କେଜି ୩୫୮ ଗ୍ରାମ ସୁନାଗହଣା ଜବତ କରାଯାଇଛି। ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୨ କୋଟିରୁ ଅଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହାସହ ନଗଦ ୧୧ ଲକ୍ଷ ୫୫ ହଜାର ଟଙ୍କା ମଧ୍ୟ ଜବତ ହୋଇଛି। 

ଏଥିସହ ଡକାୟତି ବେଳେ ବ୍ୟବହୃତ ୨ ବାଇକ, ଗୋଟିଏ ସ୍କୁଟର ଓ ଗୋଟିଏ କାର୍‌ ସହ  ପୋଲିସ ମାରଣାସ୍ତ୍ର ଜବତ କରିଛି। ଗତ ୧୨ ତାରିଖରେ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ସଶସ୍ତ୍ର ଡକାୟତି ହୋଇଥିଲା। ମାରଣାସ୍ତ୍ର ଦେଖାଇ ଓ ବ୍ୟାଙ୍କ କର୍ମଚାରୀଙ୍କୁ ମାଡ଼ ମାରି ଟଙ୍କା, ସୁନା ଲୁଟ୍ ହୋଇଥିବା ଅଭିଯୋଗ ହୋଇଥିଲା।

ଅଭିଯୋଗ ଅନୁସାରେ, ଗତ ୧୨ରେ ୪ ଜଣ ଯୁବକ ଦୁଇଟି ମୋଟରସାଇକେଲରେ ଆସି ମୁଖା ପିନ୍ଧି ବ୍ୟାଙ୍କ ଭିତରେ ପ୍ରବେଶ କରିଥିଲେ। ହାତରେ ଛୁରୀ, ଭୁଜାଲି ଆଦି ମାରଣାସ୍ତ୍ର ଧରିଥିବା ଡକାୟତ ଦଳ ମ୍ୟାନେଜରଙ୍କ ସମେତ ୩ ଜଣଙ୍କୁ ଷ୍ଟ୍ରଙ୍ଗ ରୁମରେ ତାଲା ପକାଇ ଦେଇଥିଲେ। ଏହାପରେ ଲକର ଭିତରେ ଗଚ୍ଛିତ ଟଙ୍କା ସୁନା ଲୁଟି ନେଇଥିଲେ।