• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରାଜ୍ୟ ସରକାରଙ୍କୁ ପୂର୍ବତନ ରାଜ୍ୟପାଳଙ୍କ ପରାମର୍ଶ

ଓଡ଼ିଶାକୁ ପୂର୍ବତନ ରାଜ୍ୟପାଳ ଏମ୍ ଏମ୍ ରାଜେନ୍ଦ୍ରନଙ୍କ ପରାମର୍ଶ । ରାଜ୍ୟର ଜଳ ସମ୍ପଦର ଉପଯୁକ୍ତ ବିନିଯୋଗ କର, ରାଜ୍ୟରେ ଯେତିକି ଜଳ ସମ୍ପଦ ଅଛି ବା ସମୁଦ୍ରକୁ ପ୍ରବାହିତ ହୋଇ ଯାଉଛି, ଡବଲ ଓ ଟ୍ରିପଲ କ୍ରପ ହୋଇପାରିବ। ଏଣୁ ଓଡ଼ିଶା ଏହାର ଫାଇଦା ଉଠାଇବା ଉଚିତ ବୋଲି ସେ କହିଛନ୍ତି ।

ସେହିଭଳି ୧୯୯୯ ମହାବାତ୍ୟା ପରବର୍ତ୍ତୀ ଥଇଥାନରେ ତାଙ୍କ ଭୂମିକା ଓ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ନିଜ ଅଭିଜ୍ଞତା ବଖାଣିଛନ୍ତି । ପୂର୍ବତନ ରାଜ୍ୟପାଳ ଗତକାଲି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ନିଜ ପୁସ୍ତକ ସର୍ଭିସ ଅନଇଣ୍ଟରପଟେଡରେ ଏନେଇ ଉଲ୍ଲେଖ କରିଥିବା କହିଲେ । ପୁସ୍ତକର ୫୫ ପ୍ରତିଶତ ବିଷୟବସ୍ତୁ କେବଳ ଓଡ଼ିଶାରେ ତାଙ୍କର କାର୍ଯ୍ୟକାଳ ସଂପର୍କରେ ରହିଛି । ବାକି ୪୫ ପ୍ରତିଶତ ଅଂଶ ତାଙ୍କ ଚାକିରୀ କାଳ ଅର୍ଥାତ ତାମିଲନାଡୁ ଓ ଦିଲ୍ଲୀରେ ବିତାଇଥିବା ସମୟ ସଂପର୍କରେ ରହିଛି ।

ରାଜ୍ୟରେ ଅପଚୟ ହେଉଥିବା ୮୫ ପ୍ରତିଶତ ଜଳ ସମ୍ପଦର ବିନିଯୋଗ ନେଇ ସେ ତତ୍କାଳୀନ ସରକାରଙ୍କୁ ଦେଇଥିବା ପରାମର୍ଶ ସମ୍ପର୍କରେ ମଧ୍ୟ କହିଛନ୍ତି । ଯଦିଓ ବର୍ତ୍ତମାନ ଓଡ଼ିଶାର ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁ ବିକାଶ ହୋଇଛି, ଏବେ ବି ରାଜ୍ୟରେ ଜଳ ସମ୍ପଦର ଅଧିକ ବ୍ୟବହାର ହେବା ଉଚିତ ବୋଲି ମତ ଦେଇଛନ୍ତି ପୂର୍ବତନ ରାଜ୍ୟପାଳ ।