• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ବୈଠକ । ଏଥିରେ ASI ସୁପରିଟେଣ୍ଡେଣ୍ଟ ଆର୍କିଓଲୋଜିଷ୍ଟ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ରାଜନୀତି ଚାଲିଥିବା ବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ଓ ଏଏସଆଇ ସୁପରିଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ଆଜି ପରିକ୍ରମା ପ୍ରକଳ୍ପର ଅନୁଧ୍ୟାନ କରିଛନ୍ତି । ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗରେ ହାଇକୋର୍ଟରେ ସତ୍ୟପାଠ ପରେ ପ୍ରଥମଥର ପାଇଁ ଏଏସଆଇ ଟିମ୍ ପୁରୀରେ ପହଞ୍ଚିଛନ୍ତି ।

ସେପଟେ ଶ୍ରୀମନ୍ଦିର ଐତିହ୍ୟ କରିଡର୍ ନିର୍ମାଣକୁ ନେଇ ପୁଣି କେଁ । ୧୦୦ ମିଟର ନିଷିଦ୍ଧାଞ୍ଚଳରୁ ଅଭ୍ୟର୍ଥନା କକ୍ଷ ଘୁଞ୍ଚିବା ନିଷ୍ପତ୍ତି ପରେ ଏବେ ଏହାକୁ ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା । ମାଟି ବନ୍ଧ ସାହୁ, କାଳିକା ଦେବୀ ସାହି,ଶୂନ୍ୟ ଗୋଷାଣୀ ଲେନ୍ ଏବଂ ଦୋଳ ମଣ୍ଡପ ସାହିର ବହୁ ଅଂଶ ଏହାଦ୍ୱାରା ପ୍ରଭାବିତ ହେବ । ଯଦି, ଏପରି ହୁଏ ତାହେଲେ ବହୁ ବରିଷ୍ଠ ସେବାୟତ ଓ ପୁରୁଣା ବାସିନ୍ଦାଙ୍କ ଘର ଭଙ୍ଗା ଯିବ ।

ଯାହାକୁ ଆଦୌ ସହ୍ୟ କରାଯିବନି ବୋଲି ଖୋଲାଖୋଲି କହିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ପୂର୍ବରୁ ୭୫ ମିଟର ଉଚ୍ଛେଦକୁ ସମର୍ଥନ କରିଥିଲୁ କିନ୍ତୁ ଏବେ ଯଦି ଆହୁରି ଉଚ୍ଛେଦ କରାଯାଏ ,ତେବେ ଏହାକୁ ବିରୋଧ କରାଯିବ ବୋଲି ସେ ଖୋଲାଖୋଲି ।