/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652433193.jpg)
vastu and clove
ଆମ ଦୈନଦିନ ଜୀବନରେ ସବୁକିଛି କାର୍ଯ୍ୟ ଠିକ୍ ଭାବେ କରିଲେ ମଧ୍ୟ ଆମ ଜୀବନରେ ଅନେକ ସମସ୍ୟା ଉପୁଜିଥାଏ । ଘରେ ସବୁବେଳେ ଆର୍ଥିକ ସମସ୍ୟା ଦେଖାଦେବା ,ପାରିବାରିକ ଅଶାନ୍ତି ଦେଖାଦେବା ଆଦି ବାସ୍ତୁ ଶାସ୍ତ୍ରର କାରଣ ହୋଇପାରେ । ତେବେ ବାସ୍ତୁ ଅନୁସାରେ ବିଭିନ୍ନ ଉପାୟର ସାମାଧାନ ହୋଇପାରିବ ।
Advertisment
ଅଧିକାଂଶ ସମୟ ଏମିତି ହୋଇଥାଏ ଯେ ଆମେ ଯେତେ ପରିଶ୍ରମ କଲେ ମଧ୍ୟ ନିଜ ପରିଶ୍ରମ ଅନୁସାରେ ଆମେ ଫଳ ଲାଭ କରି ନଥାଉ । ତେଣୁ ବାସ୍ତୁବିତ୍ ଦ୍ଵାରା ଲବଙ୍ଗ ରେ କିଛି ଉପାୟ ବିଷୟରେ ଆସନ୍ତୁ ଜାଣିବା।
- ବାସ୍ତୁ ଅନୁଯାୟୀ ପ୍ରତିଦିନ ହନୁମାନଙ୍କ ନିକଟରେ ସୋରିଷ ତେଲରେ ଦୁଇଟି ଲବଙ୍ଗ ପକାଇ ଦୀପଟିଏ ଜଳାନ୍ତୁ ଓ ହନୁମାନ -ଚାଳିଶା ପାଠ କରନ୍ତୁ। ଏହାଦ୍ୱାରା ଆର୍ଥିକ ସଙ୍କଟ ଦୂର ହେବ ।
- ବାସ୍ତୁ ଅନୁଯାୟୀ ପ୍ରତିଦିନ ଲବଙ୍ଗକୁ ସନ୍ଧ୍ୟା ସମୟରେ ଆଳତି କରନ୍ତୁ । ଏହାଦ୍ୱାରା ଘରୁ ନକାରାତ୍ମକ ଶକ୍ତି ଦୂରେଇ ଯିବ।
- ବାସ୍ତୁ ଅନୁଯାୟୀ ଗୁରୁବାର ଦିନ ୫ଟି ଲବଙ୍ଗ ଓ କଉଡ଼ିକୁ ଗୋଟିଏ ନାଲି କପଡ଼ାରେ ବାନ୍ଧି ମାଆ ଲକ୍ଷ୍ମୀଙ୍କ ନିକଟରେ ଅର୍ପଣ କରନ୍ତୁ। ଏହାଦ୍ୱାରା ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ।
- ବାସ୍ତୁ ଅନୁଯାୟୀ ଗୁରୁବାର ଦିନ କର୍ପୁର ଓ ଲବଙ୍ଗ ଘରର ମୁଖ୍ୟ ଦ୍ଵାରରେ ଜଳାଇବା ଦ୍ଵାରା ଜୀବନର ସମସ୍ତ ସମସ୍ୟା ଦୂର ହୋଇଥାଏ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)