Advertisment

ବିଲେଇକୁ ଡରୁଥିଲେ ହିଟ୍‌ଲର୍, ପଶୁମାନଙ୍କୁ ଖାଉଥିଲେ ଡାରୱିନ୍‌

ମଗ୍ର ବିଶ୍ୱରେ ଅନେକ ଅଜବ-ଗଜବ ରହସ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିମଧ୍ୟରେ ଦୁନିଆର ଏପରି ଅନେକ ହସ୍ତୀ ଅଛନ୍ତି, ଯାହାର ଅନେକ ରହସ୍ୟ ମଧ୍ୟ ଅଛି । ଏହାକୁ ଶୁଣିଲା ପରେ ବି ସହଜରେ ବିଶ୍ୱାସ କରି ହେବ ନାହିଁ। ଉଦାହରଣ ସ୍ୱରୂପ, ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟ୍‌ଲର୍ ବିଲେଇକୁ ଭୟ କରୁଥିଲେ। ଏହାକୁ ହୁଏତ କେହି କେହି ବିଶ୍ୱାସ ନ କରି ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ତେବେ ଆସନ୍ତୁ ନଜର ପକେଇନେବା ଏହିପରି କିଛି ତଥ୍ୟ ଉପରେ।

author-image
Pramod Behera
Unbelievable facts of the world

Unbelievable facts of the world

ସମଗ୍ର ବିଶ୍ୱରେ ଅନେକ ଅଜବ-ଗଜବ ରହସ୍ୟ ଅଛି, ଯାହା ବିଷୟରେ ଖୁବ୍ କମ୍ ଲୋକ ଜାଣିଥିବେ। ଏଥିମଧ୍ୟରେ ଦୁନିଆର ଏପରି ଅନେକ ହସ୍ତୀ ଅଛନ୍ତି, ଯାହାର ଅନେକ ରହସ୍ୟ ମଧ୍ୟ ଅଛି । ଏହାକୁ ଶୁଣିଲା ପରେ ବି ସହଜରେ ବିଶ୍ୱାସ କରି ହେବ ନାହିଁ। ଉଦାହରଣ ସ୍ୱରୂପ, ଜର୍ମାନୀର ଏକଛତ୍ରବାଦୀ ଶାସକ ହିଟ୍‌ଲର୍ ବିଲେଇକୁ ଭୟ କରୁଥିଲେ। ଏହାକୁ ହୁଏତ କେହି କେହି ବିଶ୍ୱାସ ନ କରି ପାରନ୍ତି, କିନ୍ତୁ ଏହା ସମ୍ପୂର୍ଣ୍ଣ ସତ। ତେବେ ଆସନ୍ତୁ ନଜର ପକେଇନେବା ଏହିପରି କିଛି ତଥ୍ୟ ଉପରେ।

Advertisment

ଆପଣ ନିଶ୍ଚିତ ଭାବରେ ଲିବିଆର ପୂର୍ବତନ ଏକଛତ୍ରବାଦୀ ଶାସକ କର୍ଣ୍ଣେଲ ମୁଅମ୍ମର ଅଲ ଗଦାଫିଙ୍କ ନାମ ଶୁଣିଥିବେ। ଏକଛତ୍ରବାଦୀ ଗଦାଫି ନିଜର ନୃଶଂସତା ନେଇ ସାରା ବିଶ୍ୱରେ ଜଣାଶୁଣା। ତାଙ୍କ ଉପରେ ଅନେକ ମହିଳା ବଳାତ୍କାରର ଅଭିଯୋଗ କରିଛନ୍ତି। ଗଦାଫି ଦୁନିଆର ସବୁଠାରୁ ନିଷ୍ଠୁର ଏକଛତ୍ରବାଦୀ ଶାସକ ଥିଲେ। ସେ ଲିବିଆକୁ ଦୀର୍ଘ ୪୦ ବର୍ଷ ଶାସନ କରିଥିଲେ। ଗଦାଫିଙ୍କ ଶାସନ କାଳରେ ଲୋକମାନେ ସବୁବେଳେ ଭୟରେ ରହୁଥିଲେ। ଅକ୍ଟୋବର ୨୦ରେ ଏକଛତ୍ରବାଦୀ ଗଦାଫି ଗୃହଯୁଦ୍ଧରେ ନିହତ ହୋଇଥିଲେ।

Advertisment

ସଦ୍ଦାମ ହୁସେନ୍ ଜଣେ ଲେଖକ ଯିଏ ରାକାଙ୍କୁ ଶାସନ କରୁଥିଲେ। ଆପଣମାନେ ହୁଏତ ଏ ବାବଦରେ କ୍ୱଚିତ୍ ଜାଣିଥିବେ। ସେ Zabiba and the King ନାମକ ଏକ ପୁସ୍ତକ ଲେଖିଥିଲେ। ଏହି ପୁସ୍ତକ ୨୦୦୨ ମସିହାରେ ପ୍ରକାଶିତ ହୋଇଥିଲା | ସଦ୍ଦାମ ହୁସେନ୍‌ଙ୍କୁ ୩୦ ଡିସେମ୍ବର ୨୦୦୬ରେ ଫାଶୀ ଦିଆଯାଇଥିଲା।

ପ୍ରିନ୍ସ ଚାର୍ଲ୍ସ ଏବଂ ପ୍ରିନ୍ସ ୱିଲିୟମ୍ସ ସେମାନଙ୍କ ଯାତ୍ରା ପାଇଁ ସର୍ବଦା ବିଭିନ୍ନ ବିମାନ ବ୍ୟବହାର କରୁଥିଲେ। ସେମାନେ ଏହା କରୁଥିଲେ କାରଣ ଯଦି ବିମାନ ଦୁର୍ଘଟଣାଗ୍ରସ୍ତ ହୁଏ, ତେବେ ସେମାନଙ୍କ ମଧ୍ୟରୁ ଅନ୍ତତଃ ଜଣେ ବଞ୍ଚିଯାଇପାରେ।

ପ୍ରସିଦ୍ଧ ଜୈବ ବିଜ୍ଞାନୀ ଚାର୍ଲ୍ସ ଡାରୱିନଙ୍କ ନାମ ହୁଏତ ଅନେକ ଲୋକ ଜାଣିଥିବେ, କିନ୍ତୁ ତାଙ୍କ ବିଷୟରେ ଗୋଟିଏ କଥା ଜାଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ସେ ଯେଉଁ ପଶୁମାନଙ୍କୁ ନେଇ ଗବେଷଣା କରୁଥିଲେ ତାକୁ ଖାଉଥିଲେ।

Special Story Ajab Gajab
Advertisment
Advertisment