• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ପିଲାଙ୍କୁ ପାଠ ନଆସିବାରୁ ନିର୍ଘାତ ମାରିଲେ । ଶିକ୍ଷକଙ୍କ ମାଡ଼ମାରି ୧୪ ଜଣ ଆହତ ହୋଇଛନ୍ତି । ଆହତ ପିଲାଙ୍କ ମଧ୍ୟରେ ୫ଜଣ ଗୁରୁତର ଥିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏମିତି ଘଟଣା ଘଟଛି ବାସୁଦେବପୁର ବ୍ଲକ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ।

ବାସୁଦେବପୁର ବ୍ଲକ୍‌ ସୁନାମୁହିଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ ଗତକାଲି ଅଷ୍ଟମ ଶ୍ରେଣୀରେ ଜ୍ୟାମିତି ପଢ଼ାଉଥିଲେ । ପାଠ ପଢାଇ ସାରି ପିଲାଙ୍କୁ ପ୍ରଶ୍ନ ପଚାରିବାରୁ କେତେକ ପିଲା ପ୍ରଶ୍ନର ଉତ୍ତର ଦେଇପାରି ନଥିଲେ । ଏଥିରେ ଉତ୍ୟକ୍ତ ହୋଇ ଗଣିତ ଶିକ୍ଷକ କଳ୍ପତରୁ ମାଲିକ ଅତି ଅମାନୁଷିକ ଭାବେ ଏକ ବାଡ଼ିରେ ପିଲାଙ୍କୁ ମାଡ଼ ମାରିଥିଲେ । ଫଳରେ ମାଡ଼ରେ କ୍ଲାସର ୧୪ ଜଣ ପିଲା ଆହତ ହୋଇଥିଲେ । ଏହି ଘଟଣା ଜାଣିବା ପରେ ବିଦ୍ୟାଳୟକୁ ଯାଇ ଅବିଭାବକମାନେ ହୋ ହାଲ୍ଲା କରିଥିଲେ ।

ଗୁରୁତର ଆହତ ଥିବା ପିଲାଙ୍କୁ ଚିକିତ୍ସା ପାଇଁ ଏବେ ବାସୁଦେବପୁର ଡାକ୍ତଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଏହି ଘଟଣାକୁ ନେଇ ସ୍ଥାନୀୟ ଥାନାରେ ବର୍ତ୍ତମାନ ସୁଦ୍ଧା କୌଣସି ଅଭିଯୋଗ ହୋଇ ନଥିବା ବେଳେ, ଶିକ୍ଷକଙ୍କୁ କଶିଆ ସାମୁଦ୍ରିକ ଥାନା ପୁଲିସ ଅଟକ ରଖିଥିବା ଜଣା ଯାଇଛି ।

ସେପଟେ ଗଣିତ ଶିକ୍ଷକ କଳ୍ପତରୁ ମଲ୍ଲିକ କହିଛନ୍ତି, ପିଲାମାନେ ବଦ୍‌ମାସୀ କରୁଥିଲେ । ପଚାରିଥିବା ପ୍ରଶ୍ନର ଉତ୍ତର ଦେଇପାରିଲେନି । ସେଥିପାଇଁ କିଛି ପିଲାଙ୍କୁ ସାମାନ୍ୟ ମାଡ଼ ମାରିଥିଲି । କିନ୍ତୁ ପିଲାମାନେ ବଢ଼ାଇ ଚଢ଼ାଇ କହୁଛନ୍ତି ।