• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗୋଲ୍ଡେନ୍‌ ବୟ ନୀରଜଙ୍କୁ ରୌପ୍ୟ । ବିଶ୍ୱ ଆଥଲେଟିକ୍ ଚାମ୍ପିଅନସିପରେ ଇତିହାସ ରଚିଲେ ନୀରଜ ଚୋପ୍ରା । ଜାଭେଲିନ୍ ଥ୍ରୋରେ ରୌପ୍ୟ ପଦକ ହାସଲ କରିଛନ୍ତି । ବିଶ୍ୱ ଆଥଲେଟିକ ଚାମ୍ପିୟନସିପରେ ନୀରଜ ଚୋପ୍ରା ଜାଭଲିନ୍ ଥ୍ରୋରେ ୮୮.୧୩ ମି. ଜାଭଲିନ ଫିଙ୍ଗି ରୌପ୍ୟ ପଦକ ହାସଲ କରିଛନ୍ତି । ଫଳରେ ୧୯ ବର୍ଷ ପରେ ଭାରତକୁ ପଦକ ମିଳିଛି ।

୯୦.୪୬ ମିଟର ଜାଭଲିନ ସହ ଗୋଲ୍ଡ ଜିତିଲେ ଏଣ୍ଡରସନ୍‌

ସେହିପରି ବିଶ୍ୱ ଆଥଲେଟିକ୍‌ ଚାମ୍ପିଅନସିପ୍‌ରେ ଜାଭଲିନ୍ ଥ୍ରୋରେ ଏଣ୍ଡରସନ୍‌ ପିଟର୍ସ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ସେ ଫାଇନାଲରେ କ୍ରମାଗତ ଦୁଇ ଥର ୯୦ରୁ ଅଧିକ ମିଟର୍‌ ଥ୍ରୋ କରିଥିଲେ ।  ୯୦.୪୬ ମିଟର ଜାଭଲିନ ଫିଙ୍ଗି ସେ ଗୋଲ୍ଡ ମେଡାଲ ଜିତିଛନ୍ତି। 

ଫାଇନାଲରେ ନୀରଜଙ୍କ ବ୍ୟତୀତ ଆଉ ଜଣେ ଭାରତୀୟ ରୋହିତ ଯାଦବ ମଧ୍ୟ ଥିଲେ, କିନ୍ତୁ ପ୍ରଥମ ତିନିଟି ଥ୍ରୋ ପରେ ସେ ଟପ୍ -୮ରେ ପ୍ରବେଶ କରିପାରି ନଥିଲେ । ଫଳରେ ତାଙ୍କୁ ଦକ ରେସରୁ ବାହାର ହେବାକୁ ପଡ଼ିଥିଲା  ।

ଏହାପୂର୍ବରୁ ୨୦୦୩ରେ ଲଙ୍ଗ ଜମ୍ପର ଅଞ୍ଜୁ ବବି ଜର୍ଜ ବିଶ୍ୱ ଚାମ୍ପିଅନସିପରେ ବ୍ରୋଞ୍ଜ ପଦକ ଜିତିଥିଲେ  । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ୱିତୀୟ ଭାରତୀୟ ଭାବେ ନୀରଜ ଚୋପ୍ରା ପଦକ ଜିତିଛନ୍ତି । ଅଞ୍ଜୁ ବ୍ରୋଞ୍ଜ୍ ଜିତିଥିଲା ବେଳେ ନୀରଜ ରୌପ୍ୟ ପଦକ ହାତେଇଛନ୍ତି । ଅଲିମ୍ପିକ୍ ସ୍ପର୍ଣ୍ଣ ବିଜେତାଙ୍କ ଆଉ ଏକ ସଫଳତାକୁ ନେଇ ଏବେ ସାରା ଦେଶରେ ଖୁସିର ଲହରି ଖେଳିଯାଇଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହିପରି ପୂର୍ବତନ ଅଲମ୍ପିଆନ ତଥା ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପର ବ୍ରୋଞ୍ଜ ପଦକ ବିଜେତା ଅଂଜୁ ବବି ଜର୍ଜ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ନୀରଜଙ୍କ ଗାଁ ହରିଆଣାର ପାନିପଥରେ ମଧ୍ୟ ଉତ୍ସବରେ ମାହୋଲ ।