Advertisment

China Appeals for Restraint by India and Pakistan: ଆଗକୁ ବଡ଼ ଧରଣର ଯୁଦ୍ଧ ଆଶଙ୍କା କଲା ଚୀନ, ଶାନ୍ତି ରକ୍ଷା ପାଇଁ ଉଭୟ ଦେଶକୁ ନିବେଦନ

ବୁଧବାର ରାତି ସମୟରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ଭାରତ । ପାକିସ୍ତାନର ସମୁଦାୟ ୯ଟି ଆତଙ୍କୀ ଆଡ୍ଡା ଉପରେ ଆକ୍ରମଣ ହୋଇଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
ନାଟୁଆ ଚୀନ୍

ନାଟୁଆ ଚୀନ୍

‘ଅପରେସନ ସିନ୍ଦୂର’ ରେ ଭାରତ ନେଇଛି ବଦଲା । ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ନେଇଛି ଭାରତ । ବୁଧବାର ରାତି ୧ଟା ୪୪ରେ ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ କରିଛି ଭାରତ । ଭାରତର ଏୟାର ଷ୍ଟ୍ରାଇକରେ ପାକିସ୍ତାନ ଅଧିକୃତ କାଶ୍ମୀରରେ ଥିବା ଆତଙ୍କୀ ଆଡ୍ଡା ଧ୍ୱଂସ ହୋଇଯାଇଛି । ପାକିସ୍ତାନରେ ୪ ଓ ପିଓକେର ୫ ସ୍ଥାନରେ ଷ୍ଟ୍ରାଇକ କରିଛି ଭାରତ । ଏଥିରେ ପାକିସ୍ତାନର ୮ ଜଣଙ୍କର ମୃତ୍ୟୁ ହୋଇଥିବା ପାକ ଅଧିକାରୀ କହିଛନ୍ତି ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି । 

Advertisment

ଅନ୍ୟପଟେ ପାକିସ୍ତାନ ଉପରେ ଆକ୍ରମଣ ଦେଖି ପାକକୁ ସହଯୋଗ କରୁଥିବା ଚୀନ ମଧ୍ୟରେ ଛନକା ପଶିଥିବା ଦେଖିବାକୁ ମିଳିଛି । ଭାରତର ଆକ୍ରମଣ ଦେଖି ଚୀନ ଚିନ୍ତା ପ୍ରକଟ କରିଛି । ଆଗକୁ ବଡ ଧରଣର ଆକ୍ରମଣ ହେବାକୁ ଥିବା ଲକ୍ଷ୍ୟ କରି ଚୀନ ଉଭୟ ଦେଶକୁ ସଂଯମତା ରକ୍ଷା କରିବାକୁ ନିବେଦନ କରିଛି । ପାକିସ୍ତାନର ସହଯୋଗୀ ତଥା ନିକଟତର ରାଷ୍ଟ୍ର ଚୀନ୍‌ର ଉଭୟ ପାକ୍ ଓ ଭାରତ ସହ ସ୍ଥଳ ସୀମା ଲାଗିଛି । ତେଣୁ ଭାରତର ଏହି ସାମରିକ କାର୍ଯ୍ୟାନୁଷ୍ଠାନକୁ ନେଇ ଉଦବେଗ ପ୍ରକାଶ କରିଛି ଚୀନ । 

ଅଧିକ ପଢ଼ନ୍ତୁ: ପାକିସ୍ତାନରେ ବଡ଼ ଏୟାରଷ୍ଟ୍ରାଇକ୍‌, ମିସାଇଲ୍ ମାଡ଼ରେ ଛାରଖାର୍‌ ଆତଙ୍କୀ ଆଡ୍ଡା

Advertisment

ଭାରତ ଓ ପାକିସ୍ତାନ ଉଭୟ ପଡୋଶୀ ଦେଶ । ସେମାନେ ଚୀନର ମଧ୍ୟ ପଡୋଶୀ ଦେଶ । ତେଣୁ ଉଭୟ ପରସ୍ପରଠାରୁ ଅଲଗା ହୋଇ ପାରିବେ ନାହିଁ । ଚୀନ୍ ସମସ୍ତ ପ୍ରକାର ଆତଙ୍କବାଦକୁ ବିରୋଧ କରେ ବୋଲି ଚୀନର ବୈଦେଶିକ ମନ୍ତ୍ରଣାଳୟ କହିଛି । ସାମ୍ପ୍ରତିକ ପରିସ୍ଥିତିରେ ଭାରତ ଓ ପାକିସ୍ତାନ ଶାନ୍ତି ରକ୍ଷା କରିବା ଓ ପରିସ୍ଥିତିକୁ ଆହୁରି ଜଟିଳ ନ କରି ନିୟନ୍ତ୍ରଣ କରିବାକୁ ଚୀନ ଆହ୍ୱାନ କରିଛି । 

ସୂଚନାଯୋଗ୍ୟ, ଗତ ଏପ୍ରିଲ୍ ୨୨ ତାରିଖରେ ଜମ୍ମୁ- କାଶ୍ମୀରର ପହଲଗାମରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଏଥିରେ ପାକିସ୍ତାନର ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନର ହାତ ଥିବା ଜଣା ପଡିଥିଲା । ଏହାର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନର ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଛି । ପିଓକେ ଓ ପାକିସ୍ତାନ ଅନ୍ତର୍ଗତ ପଞ୍ଜାବର ୯ଟି ସ୍ଥାନ ଉପରେ ଏହି ଆକ୍ରମଣ ହୋଇଛି । 

ଇସଲାମାବାଦରୁ ପାକ୍ ଅଧିକାରୀ କହିଛନ୍ତି ଯେ, ଭାରତର ଏହି ଆକ୍ରମଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ସେହିଭଳି ଭାରତ କହିଛି ଯେ, ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଏଲଓସି ନିକଟରେ ୧୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି । 

ଅପରେସନ ପରେ ଭାରତୀୟ ସେନା କହିଛି ଯେ, ଏବେ ଭାରତୀୟଙ୍କୁ ନ୍ୟାୟ ମିଳିଛି । ନୂଆଦିଲ୍ଲୀ କାର୍ଯ୍ୟାଳୟରୁ ଅଧିକାରୀ କହିଛନ୍ତି ଯେ, ଭାରତ ତାର କାର୍ଯ୍ୟକଳାପରେ କେନ୍ଦ୍ରୀଭୂତ ଅଛି । ପାକିସ୍ତାନର ସଶସ୍ତ୍ର ବାହିନୀ ଉପରେ ଟାର୍ଗେଟ କରାଯାଇନାହିଁ । ଭାରତ ତାର ଲକ୍ଷ୍ୟ ପୂରଣ ଦିଗରେ ସଂଯମତା ରକ୍ଷା କରିଛି । 

ସୂଚନା ମୁତାବକ, ଭାରତୀୟ ସଶସ୍ତ୍ରବାହିନୀ ଡ୍ରୋନ ଓ ଅନେକ ଅସ୍ତ୍ରଶସ୍ତ୍ର ବ୍ୟବହାର କରିଛି । ସିଆଲକୋଟର ମେହମୁନା ଜୋୟାରେ ଥିବା ହିଜବୁଲ୍ ମୁଜାହିଦ୍ଦିନର କାରଖାନା, ବରନାଲାର ମର୍କଜ ଆହଲେ ହାଦିଥରେ ଥିବା ଲସ୍କର-ଏ-ତୋଏବାର ବେସ୍ ଓ ମୁଜାଫରବାଦର ଶାହାୱି ନଲାରେ ଥିବା ଏହାର କ୍ୟାମ୍ପ ଏବଂ କୋଟଲିରେ ଥିବା ଜୈସ-ଇ-ମହମ୍ମଦର କାରଖାନା ଉପରେ ଆକ୍ରମଣ କରାଯାଇଛି ।

ଅଧିକ ପଢ଼ନ୍ତୁ:: 'ଅପରେସନ ସିନ୍ଦୂର' ସଫଳ: ପାକିସ୍ତାନରେ ପଶି ହମ୍‌ଲା ପରେ ବିଶ୍ୱକୁ ଜଣାଇଲା ଭାରତ

Indian Air Force Airstrike Pahalgam Terrorist Attack Operation Sindoor
Advertisment
Advertisment