Advertisment

Parenting Tips: ପିଲାମାନଙ୍କୁ ନମ୍ର ଓ ଭଦ୍ର କରିବାକୁ ଚାହୁଁଛନ୍ତି କି… ଆପଣାନ୍ତୁ ଏହି ୫ ଉପାୟ

ଯଦି ଆପଣଙ୍କର ପିଲା ନକାରାତ୍ମକ ପ୍ରତିକ୍ରିୟା ଆରମ୍ଭ କରି ଦେଇଛନ୍ତି କିମ୍ବା ସଠିକ୍ ବ୍ୟବହାର କରୁନାହାଁନ୍ତି, ତେବେ ଏହା ନିଶ୍ଚିତ ଯେ ସେ ନକାରାତ୍ମକ ଶକ୍ତି ଦ୍ୱାରା ଘେରି ରହିଛନ୍ତି କିମ୍ବା ଅବସାଦରେ ପୀଡିତ ଅଛନ୍ତି। ଜାଣନ୍ତୁ କିପରି ଆଣିବେ ବାଟକୁ।

author-image
Pramod Behera
ଅଦ୍ୟତନ ହୋଇଛି
5 ways to make your child cultured obedient

5 ways to make your child cultured obedient

ଘର ପରିବେଶ ହିଁ ପିଲାମାନଙ୍କୁ ଭଲ କିମ୍ବା ଖରାପ କରିଥାଏ। ଅନେକ ଅନୁସନ୍ଧାନରୁ ଜଣାପଡିଛି ଯେ ଯଦି ପିଲାମାନଙ୍କୁ ଅଧିକ ମାଡଗାଳି ଦିଆଯାଏ, ତେବେ ସେମାନେ ଜିଦ୍‌ଖୋର୍‌ ହୋଇଯାଆନ୍ତି, କ୍ରୋଧିତ ହୁଅନ୍ତି ଏବଂ ସେମାନଙ୍କ ମଧ୍ୟରେ ନକାରାତ୍ମକତା ଭାବନା ବଢେ।

Advertisment

ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ପିଲା ନକାରାତ୍ମକ ପ୍ରତିକ୍ରିୟା ଆରମ୍ଭ କରି ଦେଇଛନ୍ତି କିମ୍ବା ସଠିକ୍ ବ୍ୟବହାର କରୁନାହାଁନ୍ତି, ତେବେ ଏହା ନିଶ୍ଚିତ ଯେ ସେ ନକାରାତ୍ମକ ଶକ୍ତି ଦ୍ୱାରା ଘେରି ରହିଛନ୍ତି କିମ୍ବା ଅବସାଦରେ ପୀଡିତ ଅଛନ୍ତି।

ଏପରି ପରିସ୍ଥିତିରେ, ଆପଣ ଚେଷ୍ଟା କଲେ ଆପଣ ନିଜର ଆଚରଣରେ ପରିବର୍ତ୍ତନ ଆଣି ପିଲାକୁ ସଂସ୍କାରୀ ଏବଂ ଆଜ୍ଞାକାରୀ କରିପାରିବେ। କିଛି ଉପାୟକୁ ଯଦି ଗ୍ରହଣ କରାଯାଏ ତେବେ ପିଲାମାନେ ନକରାତ୍ମକ ଗୁଣ ଛାଡି ସକରାତ୍ମକ ହେବେ ଏବଂ ଗୁରୁଜନଙ୍କ କଥା ମାନିବେ।

Advertisment

ପିଲାମାନଙ୍କୁ ସମୟ ଦେବା:

ୟୁନିସେଫ୍‌ ଅନୁଯାୟୀ, ଆପଣଙ୍କର ଦୈନନ୍ଦିନ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ମଧ୍ୟରେ, ଆପଣ ପିଲାମାନଙ୍କୁ ସମୟ ଦେବା ଜରୁରୀ। ସେମାନଙ୍କ ସହିତ କଥାବାର୍ତ୍ତା କରିବାକୁ ୨୦ ମିନିଟ୍ ବାହାର କରିବାକୁ ପଡିବ। ରୋଷେଇ କରିବା, ସଫା କରିବା କିମ୍ବା ଅନ୍ୟ କୌଣସି କାମ କରିବା ସମୟରେ ଏହା କରାଯାଇପାରିବ। ଏହାର ଅର୍ଥ ହେଉଛି ଆପଣ ୨୦ ମିନିଟ୍ ବାହାର କରିବା ଉଚିତ, ଯେଉଁଥିରେ ପିଲାମାନେ ଯାହା କହୁଛନ୍ତି ତାହା ଶୁଣିବା ଏବଂ ସେମାନଙ୍କ ସହିତ କଥାବାର୍ତ୍ତା ହେବା।

ଭଲ କାମ ପାଇଁ ପ୍ରଶଂସା:

ଯଦି ଆପଣ ପିଲାମାନଙ୍କୁ ସେମାନଙ୍କର ଭଲ କାମ ପାଇଁ ପ୍ରଶଂସା କରିବେ ଏବଂ ସେମାନଙ୍କୁ ପୁରସ୍କାର ଦେବେ, ତେବେ ଏହା ସେମାନଙ୍କୁ ସକାରାତ୍ମକ କରିବାରେ ସାହାଯ୍ୟ କରିଥାଏ। ଏହା କରିବା ଦ୍ୱାରା ସେମାନେ ଖୁସି ହେବେ ଏବଂ ନିଜକୁ ନିଜେ ମୂଲ୍ୟାଙ୍କନ କରିବେ।

ସ୍ପଷ୍ଟ ଭାବରେ ବୁଝାଇବା:

ଯାହାକିଛି କଥା କହିବା ଆବଶ୍ୟକ ଅଛି ପିଲାମାନଙ୍କୁ ସ୍ପଷ୍ଟ ଭାବରେ କୁହନ୍ତୁ। ଯେପରି ଖେଳନା ଖେଳିବା ପରେ ବାକ୍ସରେ ରଖିବା। ଭାବନାରେ ଭାସିଯାଇ ସେମାନଙ୍କୁ ଅର୍ଥହୀନ କଥା କୁହନ୍ତୁ ନାହିଁ ଯାହାକୁ ସେମାନେ ବୁଝିପାରିବେ ନାହିଁ।

ମନକୁ ଭୁଲେଇବା:

ଯଦି ପିଲାମାନେ କୌଣସି କଥାକୁ ନେଇ ବିରକ୍ତ ଏବଂ କ୍ରୋଧିତ ହୁଅନ୍ତି ତେବେ ସେମାନଙ୍କୁ ଗାଳି ଦେବା ପରିବର୍ତ୍ତେ ସେମାନଙ୍କୁ ଭୁଲେଇବା ପାଇଁ କୁଆଡକୁ ବୁଲେଇବାକୁ ନେଇଯିବା, ଅନ୍ୟ ରୁମ୍‌କୁ ନେଇଯିବା, ସେମାନଙ୍କ ସହ ଖେଳିବା ଆଦି ଆପଣେଇ ପାରିବେ।

ଭଲରେ ବୁଝାଇବା:

ଯଦି ପିଲା ଏପରି କିଛି କରୁଛି ଯାହା କରିବା ଅନୁଚିତ, ତେବେ ଆପଣ ନ ରାଗି ଶାନ୍ତ ଭାବରେ ସେମାନଙ୍କୁ ତାହା ନ କରିବା ପାଇଁ ବୁଝାନ୍ତୁ। ଯଦି ଏହା ପରେ ମଧ୍ୟ ସେମାନେ ଏମିତି କରୁଛନ୍ତି ତେବେ ଶାନ୍ତ ରୁହନ୍ତୁ ଏବଂ ନିଜକୁ ନିୟନ୍ତ୍ରଣ କରନ୍ତୁ। ଯଦି ସେମାନେ ସେହି କାମ କରିବାକୁ ବନ୍ଦ କରି ଦିଅନ୍ତି ତେବେ ସେମାନଙ୍କୁ ସ୍ନେହ କରନ୍ତୁ ଏବଂ ତାଙ୍କୁ କୁହନ୍ତୁ ଆପଣ କେତେ ଖୁସି।

Parents Parental Control
Advertisment
Advertisment