Advertisment

Parenting Tips: ପିଲାମାନଙ୍କୁ ବୁଦ୍ଧିମାନ କରିବାକୁ ଚାହୁଁଥିଲେ, ଗ୍ରହଣ କରନ୍ତୁ ଏହି ୫ ଟିପ୍ସ

ଆଜିର ପ୍ରତିଯୋଗିତାମୂଳକ ଯୁଗରେ କିଏ ବା ନିଜ ପିଲାମାନଙ୍କୁ ସ୍ମାର୍ଟ ଓ ବୁଦ୍ଧିମାନ କରିବାକୁ ନ ଚାହେଁ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସ ଉପରେ ନଜର ପକାନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
5 tips how to make baby smart and intelligent

5 tips how to make baby smart and intelligent

ଆଜିର ପ୍ରତିଯୋଗିତାମୂଳକ ଯୁଗରେ, ବାପାମାଆମାନେ ପ୍ରାୟତଃ ନିଜ ପିଲାମାନେ କିପରି ସ୍ମାର୍ଟ ଆଉ ବୁଦ୍ଧିମାନ ହେବେ ତାକୁ ନେଇ ଚିନ୍ତିତ। ସେମାନେ କିପରି ନିଜ ପିଲାଙ୍କ ବୁଦ୍ଧିର ବିକାଶରେ ସାହାଯ୍ୟ କରିବେ ତାକୁ ନେଇ ବ୍ୟସ୍ତ ହୋଇପଡନ୍ତି।

Advertisment

ବିଶ୍ୱାସ କରାଯାଏ ଯେ କମ୍ ବୟସରେ ସଠିକ୍ ପରିମାଣର ଉତ୍ସାହ ଶିଶୁର ମାନସିକ ଦକ୍ଷତାକୁ ବହୁଗୁଣିତ କରିଥାଏ। ତେଣୁ ପ୍ରଥମ କିଛି ବର୍ଷ ହେଉଛି ଶିଶୁର ବୌଦ୍ଧିକ ବିକାଶ ଉପରେ ଧ୍ୟାନ ଦେବା ପାଇଁ ସର୍ବୋତ୍ତମ ସମୟ। ଆପଣ ଯଦି ନିଜ ପିଲାଙ୍କୁ ବୁଦ୍ଧିମାନ କରିବାକୁ ଚାହାନ୍ତି ତେବେ ଏହି ଟିପ୍ସ ଉପରେ ନଜର ପକାନ୍ତୁ।

ପିଲାଙ୍କ ସହ କଥାବାର୍ତ୍ତା:

ଯୋଗାଯୋଗ ହେଉଛି ଏକ ପ୍ରମୁଖ ମାଧ୍ୟମ ଯାହା ଶିଶୁର ବୌଦ୍ଧିକ ବିକାଶରେ ସାହାଯ୍ୟ କରେ। ଏହା ଆପଣଙ୍କ ପିଲାଙ୍କୁ ଆପଣଙ୍କ ସହିତ ସଂଯୋଗ କରିବା ସହ ଆତ୍ମସମ୍ମାନ ଏବଂ ଆତ୍ମବିଶ୍ୱାସକୁ ବିକଶିତ କରିଥାଏ। ପିଲାଙ୍କୁ ମୌଖିକ କାର୍ଯ୍ୟକଳାପରେ ଜଡିତ କରି ସେମାନଙ୍କର ଯୋଗାଯୋଗ ଦକ୍ଷତାକୁ ଉନ୍ନତ କରିବାକୁ ଉତ୍ସାହିତ କରିବା ଜରୁରୀ।

Advertisment

ପୁଷ୍ଟିକର ଖାଦ୍ୟ:

ଯେତେବେଳେ ଶିଶୁ କଠିନ ଖାଦ୍ୟ ଖାଇବା ଆରମ୍ଭ କରେ ତା’ର ବୌଦ୍ଧିକ ବିକାଶରେ ସାହାଯ୍ୟ କରିବା ପାଇଁ ଖାଦ୍ୟରେ ପୋଷକ ତତ୍ତ୍ୱକୁ ସାମିଲ କରନ୍ତୁ। ଅଣ୍ଡା, ସବୁଜ ପନିପରିବା, ଫଳ, ବାଦାମ ଏବଂ ମଞ୍ଜି ପରି ଖାଦ୍ୟ ହେଉଛି ଭିଟାମିନ୍ ଏବଂ ଖଣିଜ ପଦାର୍ଥର ସମୃଦ୍ଧ ଉତ୍ସ ଯାହାକି ଶିଶୁର ସାମଗ୍ରିକ ସୁସ୍ଥ ବିକାଶ ପାଇଁ ଆବଶ୍ୟକ।

ଅନୁସନ୍ଧାନ କରିବାକୁ ଦିଅନ୍ତୁ:

ପିଲାଙ୍କୁ ନୂତନ ଏବଂ ଅପରିଚିତ ପରିବେଶ ସହିତ ପରିଚିତ କରାନ୍ତୁ ଏବଂ ସେମାନଙ୍କୁ ଏହି ନୂତନ ସ୍ଥାନଗୁଡିକ ଅନୁସନ୍ଧାନ କରିବାକୁ ଉତ୍ସାହିତ କରାନ୍ତୁ। ଆପଣ ଯାହା ଦେଖୁଛନ୍ତି ତାହା ବର୍ଣ୍ଣନା କରନ୍ତୁ ଏବଂ ଆପଣ ସାମ୍ନା କରୁଥିବା ନୂତନ ଜିନିଷ ପ୍ରତି ଉତ୍ସାହିତ କରାନ୍ତୁ। ପିଲାମାନଙ୍କୁ ଯେତେ ଅଧିକ ଅନୁଭବ ଦେବେ ସେମାନେ ସେତେ ଅଧିକ ଶିଖିବେ।

କୌତୁହଳକୁ ପ୍ରୋତ୍ସାହିତ କରିବା:

ପିଲାମାନେ ସ୍ୱାଭାବିକ ଭାବରେ ଜିଜ୍ଞାସୁ ହୋଇଥାନ୍ତି। ସେମାନେ ଯେତେ ଜାଣିବାକୁ ଆଗ୍ରହୀ ହେବେ, ସେମାନେ ଅଧିକ ଶିଖିବେ। ନୂତନ ଜିନିଷ ଆବିଷ୍କାର କରିବା ପାଇଁ ସେମାନଙ୍କୁ ଅନେକ ସୁଯୋଗ ଯୋଗାଇ ପିଲାଙ୍କ ଆଗ୍ରହକୁ ଉତ୍ସାହିତ କରନ୍ତୁ। ଯେତେବେଳେ ସେମାନେ କିଛି ନୂଆ କରନ୍ତି ପ୍ରଶଂସା କରନ୍ତୁ। ଏହା ସେମାନଙ୍କ ଅନୁସନ୍ଧାନକୁ ଜାରି ରଖିବାରେ ସାହାଯ୍ୟ କରିବ।

ସ୍କ୍ରିନ୍ ଟାଇମ ହ୍ରାସ କରିବା:

ଯଦିଓ ଛୋଟ ପିଲାମାନଙ୍କ ପାଇଁ ଅନେକ ଶିକ୍ଷଣୀୟ ଶୋ ଏବଂ କାର୍ଯ୍ୟକ୍ରମ ଅଛି, ତଥାପି ଏଥିପ୍ରତି ସତର୍କ ରହିବା ଜରୁରୀ। ପିଲାମାନଙ୍କ ସ୍କ୍ରିନ୍ ଟାଇମ୍ ସୀମିତ କରନ୍ତୁ ଏବଂ ବ୍ୟବହାରିକ କାର୍ଯ୍ୟକଳାପ ଉପରେ ଧ୍ୟାନ ଦିଅନ୍ତୁ। ପିଲାମାନଙ୍କୁ ଟାବ୍‌ଲେଟ୍ ଏବଂ ମୋବାଇଲ୍ ସହିତ ଖେଳିବାକୁ ଦିଅନ୍ତୁ ନାହିଁ, କାରଣ ଏହା ସେମାନଙ୍କ ଆଖି ପାଇଁ କ୍ଷତିକାରକ ହୋଇପାରେ।

Parents Parental Control
Advertisment
Advertisment