Advertisment

ନାଗରିକରୁ ଏବେ ଶରଣାର୍ଥୀ ପାଲଟିଗଲେ ୟୁକ୍ରେନ୍‌ବାସୀ

ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି।

author-image
Chandan Shishu
ଅଦ୍ୟତନ ହୋଇଛି
 ୟୁକ୍ରେନ୍-ରୋମାନିଆ ସୀମାର ଦୃଶ୍ୟ

ୟୁକ୍ରେନ୍-ରୋମାନିଆ ସୀମାର ଦୃଶ୍ୟ

ଘର ଗଲା, ବ୍ୟବସାୟ ଗଲା। ଜୀବନ ସାରା ଯାହା ଅର୍ଜି ଥିଲେ ତାହା ବି ଗଲା। ପରିସ୍ଥିତି ଏପରି ହୋଇଛି କି, ପରିଚୟ ବି ବଦଳି ଯାଇଛି ୟୁକ୍ରେନ୍। ନାଗରିକରୁ ପାଲଟି ଯାଇଛନ୍ତି ଶରଣାର୍ଥୀ। ଜନବସତିପୂର୍ଣ୍ଣ ଅଞ୍ଚଳରେ ଋଷର ଆକ୍ରମଣ ବଢୁଥିବାରୁ ପ୍ରାଣ ବିକଳରେ ଦେଶ ଛାଡି ପଳାଇ ଯିବାକୁ ବାଧ୍ୟ ହେଉଛନ୍ତି ହଜାର ହଜାର ୟୁକ୍ରେନ୍ ନାଗରିକ। ପଡୋଶୀ ରୋମାନିଆ, ହଙ୍ଗେରୀ, ପୋଲାଣ୍ଡ, ମାଲଡୋଭା ଏବେ ପାଲଟିଛି ଏମାନଙ୍କ ଆଶ୍ରୟସ୍ଥଳ। ତେବେ ଜୀବନ ସିନା ବଞ୍ଚି ଯାଇଛି ମାତ୍ର ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଦ୍ଦଶା। କାରଣ ଯେଉଁ ଅସ୍ଥାୟୀ କ୍ୟାମ୍ପ ହୋଇଛି ତାହା ଶରଣାର୍ଥୀଙ୍କ ତୁଳନାରେ ଅତି ନଗଣ୍ୟ। ଅସହ୍ୟ ଥଣ୍ଡା ସାଙ୍ଗକୁ ଖାଦ୍ୟ ପାନୀୟର ଘୋର ଅଭାବକୁ ନେଇ ଶୋଚନୀୟ ହୋଇପଡିଛି ଏମାନଙ୍କ ଜୀବନ।

Advertisment

ଗୋଟିଏ ପଟେ ଯୁଦ୍ଧ ବିଭୀଷିକା, ଅନ୍ୟପଟେ ଆତ୍ମୀୟ ସ୍ୱଜନଙ୍କୁ ଫେରି ପାଇବାର ତୃପ୍ତି। ୟେ ହେଉଛି ୟୁକ୍ରେନ୍-ରୋମାନିଆ ସୀମାର ଦୃଶ୍ୟ। ଚାତକ ପରି ନିଜ ସମ୍ପର୍କୀୟଙ୍କୁ ଅପେକ୍ଷା କରି ରହିଛନ୍ତି। ଯୁଦ୍ଧ ପୂର୍ବରୁ ସେ ରୋମାନିଆ ଚାଲି ଆସିଥିଲେ। ତେବେ ସ୍ଥିତି ଦୁସ୍କର ହେବା ପରେ ତାଙ୍କ ପରିବାର କିଭ୍ ଛାଡ଼ି ରୋମାନିଆ ଯାଇଛନ୍ତି। ମୃତ୍ୟୁ ମୁଖରୁ ପରିବାର ବର୍ତ୍ତି ଆସିଥିବାରୁ ଏବେ ତାଙ୍କ ଖୁସି କହିଲେ ନସରେ। ସେହିପରି ନିଜ ପରିବାର ସୀମା ଡେଇଁ ରୋମାନିଆରେ ପ୍ରବେଶ କରିଥିବା ଖବର ଶୁଣିବା ପରେ ସେମାନଙ୍କୁ ଅପେକ୍ଷା କରି ରହିଛନ୍ତି ଏହି ଯୁବକ ଜଣକ।

ଋଷ ଆକ୍ରମଣରୁ ବର୍ତ୍ତିବା ଲାଗି ୧୨ ଲକ୍ଷରୁ ଅଧିକ ଲୋକ ପଡୋଶୀ ଦେଶରେ ଶରଣ ନେଇଥିବା କହିଛି ଜାତିସଂଘ। ସବୁଠାରୁ ଅଧିକ ସଂଖ୍ୟାକ ଶରଣାର୍ଥୀ ପୋଲାଣ୍ଡରେ ପହଞ୍ଚିଛନ୍ତି। ଏଯାଏଁ ୬ ଲକ୍ଷ ୪୯ ହଜାରରୁ ଅଧିକ ଲୋକ ପୋଲାଣ୍ଡରେ ପହ଼ଞ୍ଚି ଥିବା ବେଳେ ହଙ୍ଗେରୀରେ ୧ ଲକ୍ଷ ୪୪ ହଜାର, ରୋମାନିଆରେ ୫୭ ହଜାର, ମାଲଡୋଭା ଓ ଅନ୍ୟ ୟୁରୋପୀୟ ରାଷ୍ଟ୍ରରେ ୧ ଲକ୍ଷରୁ ଅଧିକ ଶରଣାର୍ଥୀ ଆଶ୍ରୟ ନେଇଛନ୍ତି। ସେହିପରି କିଛି ଶରଣାର୍ଥୀ ବେଲାରୁଷ ଓ ଋଷିଆରେ ବି ପହଞ୍ଚିଛନ୍ତି।

Advertisment
Russia Ukraine Crisis Ukraine Crisis Ukraine Russia War
Advertisment
Advertisment