Advertisment

Jaat Box Office Collection Day 4: ‘ଜାଟ୍’ ଦେଖିବାକୁ ବଢୁଛନ୍ତି ଦର୍ଶକ; ଚତୁର୍ଥ ଦିନରେ କଲା ଦମଦାର ରୋଜଗାର

ଦିନ ଯେତେ ଯାଉଛି, ‘ଜାଟ୍’ର ରୋଜଗାର ସେତେ ବୃଦ୍ଧି ପାଉଛି। ପ୍ରଥମ ସପ୍ତାହନ୍ତରେ ଏମିତି କିଛି ଦେଖିବାକୁ ମିଳିଛି। ରବିବାର ଅର୍ଥାତ୍ ଚତୁର୍ଥ ଦିନରେ ଫିଲ୍ମଟି ପ୍ରଥମ ଦିନ ଏବଂ ତୃତୀୟ ଦିନ ଅପେକ୍ଷା ଅଧିକ ରୋଜଗାର କରିଛି। ପଣାସଂକ୍ରନ୍ତି ୧୪ ଏପ୍ରିଲରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଇପାରେ।

author-image
Pramod Behera
ଅଦ୍ୟତନ ହୋଇଛି
Jaat Box Office Collection Day 4

Jaat Box Office Collection Day 4

ସନ୍ନି ଦେଓଲ, ରଣଦୀପ ହୁଡା ଏବଂ ବିନୀତ କୁମାର ସିଂହଙ୍କ ଅଭିନୀତ ଫିଲ୍ମ ‘ଜାଟ୍’ ମାର୍ଚ୍ଚ ୧୦ରେ ସିନେମା ହଲରେ ମୁକ୍ତିଲାଭ କରିଥିଲା, ଯାହା ଆଜି ଅର୍ଥାତ୍ ଏପ୍ରିଲ ୧୪ରେ ଫିଲ୍ମଟି ବକ୍ସ ଅଫିସରେ ୪ ଦିନ ପୂରଣ କରିଛି। ଦିନ ଯେତେ ଯାଉଛି, ଫିଲ୍ମର ରୋଜଗାର ସେତେ ବୃଦ୍ଧି ପାଉଛି।

Advertisment

ପ୍ରଥମ ସପ୍ତାହନ୍ତରେ ଏମିତି କିଛି ଦେଖିବାକୁ ମିଳିଛି। ରବିବାର ଅର୍ଥାତ୍ ଚତୁର୍ଥ ଦିନରେ ଫିଲ୍ମଟି ପ୍ରଥମ ଦିନ ଏବଂ ତୃତୀୟ ଦିନ ଅପେକ୍ଷା ଅଧିକ ରୋଜଗାର କରିଛି। ପଣାସଂକ୍ରନ୍ତି ୧୪ ଏପ୍ରିଲରେ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶା କରାଯାଇପାରେ।

ବକ୍ସ ଅଫିସ୍ ଟ୍ରାକର ସୈକନିଲ୍କ ପ୍ରାରମ୍ଭିକ ସୂଚନା ଅନୁସାରେ, ‘ଜାଟ୍’ ଚତୁର୍ଥ ଦିନ ଅର୍ଥାତ୍ ରବିବାର ବକ୍ସ ଅଫିସରେ ୧୪ କୋଟି ଟଙ୍କା ରୋଜଗାର କରିଛି।

Advertisment

ଅଧିକ ପଢ଼ନ୍ତୁ:  ସନ୍ନି ଦେଓଲ କହିଲେ ସେ କାହିଁକି ଫିଲ୍ମରେ ରାଗନ୍ତି

ଫିଲ୍ମଟି ପ୍ରଥମ ଦିନରେ ୯.୫ କୋଟି ଟଙ୍କାରେ ଓପନିଂ କରିଥିଲା। ଦ୍ୱିତୀୟ ଦିନର ରୋଜଗାର ୭ କୋଟି ଟଙ୍କା ଥିବା ବେଳେ ତୃତୀୟ ଦିନରେ ୯.୭୫ କୋଟି ଟଙ୍କା ରୋଜଗାର ଥିଲା। ଏହି ହିସାବରେ ଭାରତରେ ‘ଜାଟ୍‌’ର ରୋଜଗାର ୪ ଦିନରେ ୪୦.୨୫ କୋଟି ଟଙ୍କାରେ ପହଞ୍ଚିଛି।

ସାରା ବିଶ୍ୱରେ ଏହାର ରୋଜଗାର ୫୦ କୋଟିରେ ପହଞ୍ଚିଛି। ଫିଲ୍ମଟି ଏପର୍ଯ୍ୟନ୍ତ ୧୦୦ କୋଟି ଟଙ୍କାର ବଜେଟ୍ ଆୟ କରି ନାହିଁ।

ଏକ ସାମ୍ପ୍ରତିକ ସାକ୍ଷାତକାରରେ ସନ୍ନି ଦେଓଲ ବ୍ଲକ୍‌ବଷ୍ଟର ଚାପ ଉପରେ କହିଥିଲେ। ସେ କହିଥିଲେ “ମୁଁ ଜୀବନରେ କେବେ ଚାପ ନେଇନାହିଁ। କିନ୍ତୁ ଆଜିର ସମୟରେ, ଯଦିବି ଆପଣ ଏହାକୁ ନ ନିଅନ୍ତି, କେହି ଜଣେ ଆପଣଙ୍କୁ ଏପରି ଅନୁଭବ କରାଇବ। ସଂଖ୍ୟା ଏବଂ ଆଶାର ବହୁତ ଶବ୍ଦ ଅଛି, ଯାହା ଆପଣଙ୍କ ପାଖରେ ପହଞ୍ଚିଯାଏ। ମୁଁ ଫିଲ୍ମରେ କାମ କରେ କାରଣ ମୁଁ ଆଶା କରେ ଯେ ଲୋକମାନେ ଏହାକୁ ପସନ୍ଦ କରିବେ। କିନ୍ତୁ ଏହି ସଂଖ୍ୟାଗୁଡ଼ିକ କ’ଣ ହେବ ତାହା ମୁଁ କିପରି ଆକଳନ କରିପାରିବି? ତଥାପି, ଯେତେବେଳେ ଲୋକମାନେ ପଚାରି ଚାଲିଥାନ୍ତି, ଏହା ନିଶ୍ଚିତ ଭାବରେ କିଛି ଶଙ୍କା ସୃଷ୍ଟି କରେ।"

ଅଧିକ ପଢ଼ନ୍ତୁ:  'ଗଦର ୨' ପରେ ବଢିଲା ସନ୍ନି ଦେଓଲ୍‌ଙ୍କ ଚାହିଦା; ‘ଜାଟ୍’ ପାଇଁ ନେଲେ ମୋଟା ଅଙ୍କ

Bollywood Sunny Deol Jaat
Advertisment
Advertisment