• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ମା’ ପେଟରେ ଛୁଆର ବ୍ରେନ୍‌ ଅପରେସନ୍‌। ଦୁନିଆରେ ପ୍ରଥମ ଥର ପାଇଁ ଗର୍ଭରେ ଥିବା ଶିଶୁର ଅପରେସନ୍‌ କରାଯାଇଛି। ଆମେରିକାରରେ ଏଭଳି ବିରଳ ବ୍ରେନ୍‌ ସର୍ଜରୀ(Brain Surgery) ହୋଇଛି। ଶିଶୁଟି ଗର୍ଭରେ ଥିବାବେଳେ ବିରଳ ଗାଲେନ୍ ମାଲଫର୍ମେସନ ରୋଗରେ ଆକ୍ରାନ୍ତ ହୋଇଥିଲା। ଏଥିଯୋଗୁ ମସ୍ତିଷ୍କରେ ଅସନ୍ତୁଳନ ଦେଖାଦେଇଥିଲା। ଏହା ଜଣାପଡ଼ିବା ପରେ ଆମେରିକାର ଏକ ଡାକ୍ତରୀ ଟିମ୍ ଭୃଣର ମସ୍ତିଷ୍କରେ ଅପରେସନ କରିଥିଲେ।

ମସ୍ତିଷ୍କରୁ ହୃତ୍‌ପିଣ୍ଡକୁ ରକ୍ତ ନେଉଥିବା ଧମନୀ ଠିକ୍‌ରେ ବିକଶିତ ହୋଇ ନଥିଲା। ଗାଲେନ୍ ମାଲଫର୍ମେସନ ଯୋଗୁ ଅଧିକ ପରିମାଣରେ ରକ୍ତ ହୃତ୍‌ପିଣ୍ଡକୁ ଯାଇଥାଏ। ଏଥିଯୋଗୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇଥାଏ। ଏଭଳି ସ୍ଥିତିରେ ଶିଶୁଙ୍କ ମଧ୍ୟରେ ୫୦ରୁ ୬୦% ସଙ୍ଗେସଙ୍ଗେ ରୋଗାକ୍ରାନ୍ତ ହୋଇଯାଆନ୍ତି ଓ ସେମାନଙ୍କ ମଧ୍ୟରୁ ୪୦% ଙ୍କ ମୃତ୍ୟୁ ହୋଇଥାଏ।

ଆଉ ଯେଉଁମାନେ ଜୀବିତ ଥାନ୍ତି ସେମାନଙ୍କ ମଧ୍ୟରୁ ଅଧିକାଂଶ ଶିଶୁଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥାଏ। ଅପରେସନ କରାଯାଇଥିବା ଭୃଣଟି ୩୪ ସପ୍ତାହର ଥିଲା। ଏହାପରେ ଶିଶୁଟିର ସୁରକ୍ଷିତ ପ୍ରସବ ହୋଇଥିଲା। ବର୍ତ୍ତମାନ ମା’ ଓ ଶିଶୁ ଉଭୟ ସୁରକ୍ଷିତ ଥିବା ଜଣାପଡ଼ିଛି।