• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଅରବିନ୍ଦ କ୍ରୀଷ୍ଣା । ଏହି ନାଁ, ସାଧାରଣ ଲୋକଙ୍କ ପାଇଁ ଅଜଣା ହୋଇଥାଇପାରେ । ହେଲେ କର୍ପୋରେଟ୍‌ ସେକ୍ଟରରେ ଏହି ନାଁ ଖୁବ୍‌ ଚର୍ଚ୍ଚାରେ । ଖୁବ୍‌ ପରିଚିତ ଏହି ନାଁ । କାରଣ ଅବିନ୍ଦ କ୍ରୀଷ୍ଣା ହେଉଛନ୍ତି ଇଣ୍ଟରନାସନାଲ ବିଜ୍‌ନେସ୍‌ ମେସିନ୍‌ (IBM)ର ସିଇଓ (CEO)। ହଠାତ୍ ଆମେ ତାଙ୍କ କଥା କାହିଁକି କହୁଛୁ ବୋଲି ଆପଣ ଭାବୁଥିବେ । ଆମେ ଏଇଥିପାଇଁ କହୁଛୁ ଯେ, ଅରବିନ୍ଦ କ୍ରୀଷ୍ଣା ଏବେ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଆଉ ସେହି ପଦକ୍ଷେପ ସାରା ବିଶ୍ୱ ପାଇଁ ଅଶୁଭ ସଙ୍କେତ ।

ତାଙ୍କର ଏହି ପଦକ୍ଷେପ ସାରା ବିଶ୍ୱରେ ବେକାରୀ ସଂଖ୍ୟା ବଢ଼ାଇବାରେ ବଡ଼ ଭୁମିକା ନେବ ବୋଲି ଆଶଙ୍କା କରାଯାଉଛି । କାରଣ ସେ ଏବେ ଏମିତି ଏକ ଆର୍ଟି‍ଫିସିଆଲ୍‌ ଇଣ୍ଟେଲିଜେନ୍ସର (AI) ପ୍ରୟୋଗ କରିବାକୁ ଯାଉଛନ୍ତି ଯାହାଦ୍ୱାରା ୭୮୦୦ ନୂଆ ନିଯୁକ୍ତି ଉପରେ ବ୍ରେକ୍‌ ଲାଗିବାକୁ ଯାଉଛି । ତାଙ୍କର ଏହି ପଦକ୍ଷେପକୁ ନେଇ ଏବେ ସାରା ବିଶ୍ୱରେ ଚର୍ଚ୍ଚା । ତାଙ୍କର AI ପ୍ରୟୋଗ କରିବା ନିଷ୍ପତ୍ତି ପରେ, କର୍ପୋରେଟ୍‌ ଜଗତରେ ଏକ ତରଙ୍ଗ ସୃଷ୍ଟି ହୋଇଛି । କେହି କେହି ଏହାକୁ ସାଧୁବାଦ ଜଣାଉଥିବା ବେଳେ ଅନେକ ଏହାକୁ ଅଶୁଭ ସଙ୍କେତ ବୋଲି ମଧ୍ୟ କହିଛନ୍ତି । ତେବେ କିଛି କମ୍ପାନୀ ଏବେ ଏହି AI ପନ୍ଥା ଆପଣାଇବାକୁ ମଧ୍ୟ ପ୍ରସ୍ତୁତ ହେଲେଣି ।

୨୦୨୦ରେ ଅରବିନ୍ଦ କ୍ରୀଷ୍ଣାଙ୍କୁ IBMର CEO ଭାବେ ନିଯୁକ୍ତି ଦିଆଗଲା । କମ୍ପାନୀର ବୋର୍ଡ ଅଫ୍‌ ମେମ୍ବର ତାଙ୍କୁ ଏହି ପଦବୀ ପାଇଁ ବାଛିଥିଲେ । ତେବେ ୧୯୯୦ରୁ ଅରବିନ୍ଦ କ୍ରୀଷ୍ଣା IBM ସହ ଜଡ଼ିତ ଅଛନ୍ତି । ସେ IIT କାନପୁରରୁ ଇଞ୍ଜିନିୟରିଂ ପଢ଼ା ଶେଷ କରିଛନ୍ତି । ଏହା ପରେ ସେ ଇଲିଅନିସ୍‌ ୟୁନିଭରସିଟିରୁ ମଧ୍ୟ ଇଞ୍ଜିନିୟରିଂ କରିଥିଲେ ।

ଅରବିନ୍ଦ କ୍ରୀଷ୍ଣା ହେଉଛନ୍ତି ସେହିମାନଙ୍କ ମଧ୍ୟରୁ ଜଣେ ଯିଏ କି ଭାରତୀୟ ହୋଇ ମଧ୍ୟ ଆମେରିକାର ମଲ୍ଟି ନାସନାଲ କମ୍ପାନୀ (MNC)ର ସିଇଓ ପଦବୀରେ ବସିଛନ୍ତି । ଆଉ ସାରା ବିଶ୍ୱରେ ବଡ଼ ବଡ଼ ବିଜନେସ୍‌ ଟାଇକୋଣ୍ଡ ମାନଙ୍କ ମଧ୍ୟରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସତ୍ୟ ନାଡେଲା, ସୁନ୍ଦର ପିଚାଇ ଓ ସାନ୍ତନୁ ନାରାୟଣ ରହିଥିବା ତାଲିକାରେ ଅରବିନ୍ଦ କ୍ରୀଷ୍ଣାଙ୍କ ମଧ୍ୟ ନାଁ ରହିଛି । ଅରବିନ୍ଦ ଏବେ ୧୫ ପେଟେଣ୍ଟର କୋ-ଅଥର (Co-Author) ।

IBMର ଜେନେରାଲ ମ୍ୟାନେଜର ଥିଲେ ଅରବିନ୍ଦ । ପରେ CEO ପଦବୀ ହାତେଇବା ସହ କମ୍ପାନୀର ସିନିଅର ଭାଇସ ପ୍ରେସିଡେଣ୍ଟ ପଦବୀ ମଧ୍ୟ ଅକ୍ତିଆର କରିଛନ୍ତି । କମ୍ପାନୀକୁ ସେ ଅନେକ ସଫଳତା ଦେଇଛନ୍ତି । ତାଙ୍କର ବୈଜ୍ଞାନିକ କ୍ଷେତ୍ର ତଥା ଓୟାରଲେସ୍ ନେଟୱର୍କିଂ, ସିକ୍ୟୁରିଟି, ସିଷ୍ଟମ ଏବଂ ଡାଟାବେସ୍‌ କ୍ଷେତ୍ରରେ ମଧ୍ୟ ବଡ଼ ଯୋଗଦାନ ରହିଛି । 

୨୦୨୨ରେ ତାଙ୍କ ବାର୍ଷିକ କମ୍ପେନ୍‌ସେସନ ଥିଲା ୧୬.୫ ମିଲିଅନ୍‌ ଡଲାର ଅର୍ଥାତ୍ ୧୩୫ କୋଟି । ସେହି ଅନୁସାରେ ହିସାବ କଲେ ତାଙ୍କର ଦିନକୁ ୩୭ ଲକ୍ଷ ଟଙ୍କା ରୋଜଗାର । ଏହା ପୂର୍ବ ବର୍ଷ ସେ ୧୭.୫ ମିଲିଅନ୍ ଡଲାର ରୋଜଗାର କରୁଥିଲେ ।