• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ନୂତନ ବର୍ଷର ପହଲି କିରଣ ଦେଖିବା ଲାଗି ଅର୍କକ୍ଷେତ୍ର କୋଣାର୍କର ଚନ୍ଦ୍ରଭାଗାରେ ପର୍ଯ୍ୟଟକଙ୍କ ଭିଡ । ବେଳାଭୂମିରେ ୧୪୪ ଧାରା ଲାଗିଥିଲେ ବି ନୂଆବର୍ଷର ଆଗମନରେ ସୂର୍ଯ୍ୟ ଦେବତାଙ୍କ ଦର୍ଶନ ଲାଗି ଅଳ୍ପ ସଂଖ୍ୟାରେ ପର୍ଯ୍ୟଟକ ବେଳାଭୂମୀରେ ଭିଡ ଜମାଇଥିଲେ । ସକାଳ ୬ଟା ୨୯ ମିନିଟରେ ସୂର୍ଯ୍ୟ ଦେବତାଙ୍କ ପ୍ରଥମ କିରଣ ଦେଖିଥିଲେ । ପର୍ଯ୍ୟଟକ ନୂ଼ଆବର୍ଷର ପ୍ରଥମ କିରଣର ପଡିବା ପରେ ଶ୍ରଦ୍ଧାଳୁ ସୂର୍ଯ୍ୟଦେବତାଙ୍କୁ ପାଣି ଟେକି ନିଜ ପରିବାର ତଥା ବିଶ୍ୱର ମଙ୍ଗଳ କାମନ କରିଛନ୍ତି ।

ସେପଟେ ପୁରୀରେ ନୂଆବର୍ଷ ପାଇଁ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପୁରୀ ସହରକୁ ୧୩ଟି ସେକ୍ଟରରେ ବିଭକ୍ତ କରାଯାଇ ପ୍ରତି ସେକ୍ଟର ପାଇଁ ଜଣେ ଇନ୍ସପେକ୍ଟରଙ୍କୁ ଦାତିତ୍ୱ ଦିଆଯାଇଛି । ଜିରୋନାଇଟକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି ସମୁଦାୟ ୯ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ବେଳାଭୂମିରେ ଜଣେ ଡ଼ିଏସପି, ୩ ପ୍ଲାଟୁନ ଫୋର୍ସ,୨ ଇନ୍ସପେକ୍ଟର ମୁତୟନ ରହିବେ ରାତି ୧୦ଟାରୁ ନାଇଟ କର୍ଫ୍ୟୁ ବଳବତ୍ତର ରହିବ ।

ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକା କଳା ମାଧ୍ୟମରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବା ସହ ଜୟ ଜଗନ୍ନାଥ ଏବଂ ୨୦୨୨ ଲେଖି ନବ ବର୍ଷର ଅଭିନନ୍ଦନ ଜଣାଇଛନ୍ତି । ବାଲିରେ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ବେସ୍ ଆକର୍ଷଣୀୟ ହୋଇଛି ।

ସେହିପରି ନୂଆବର୍ଷକୁ ସ୍ୱାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । କିନ୍ତୁ କରୋନା କଟକଣା ଯୋଗୁଁ ଚଳିତବର୍ଷ ନୂଆବର୍ଷ ପାଳନ ଟିକେ ଫିକା ପଡିଯାଇଛି । ହୋଟେଲ, ରେଷ୍ଟୁରାଣ୍ଟରେ ଜିରୋନାଇଟ ସେଲିବ୍ରେସନ ପାଇଁ କଟକଣା ଜାରି କରାଯାଇଥିବାରୁ ଲୋକମାନେ ଘରେ ରହି ନୂଆ ବର୍ଷକୁ ସ୍ୱାଗତ କରିଛନ୍ତି । ଏଥିସହ ସୋସିଆଲ ମିଡିଆରେ ପରସ୍ପରକୁ ଅଭିନନ୍ଦନ ଜଣାଇଛନ୍ତି ।