• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ଭାରତକୁ ମିଳିଯାଇଛି ଏହାର ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୌପଦୀ ମୁର୍ମୁ ଭାରତୀୟ ଜନତା ପାର୍ଟି ନେତୃତ୍ୱାଧୀନ ନ୍ୟାସ୍‌ନାଲ୍‌ ଡେମୋକ୍ରାଟିକ୍ ଆଲାଇନ୍ସର ପ୍ରାର୍ଥୀ ହୋଇଥିବାବେଳେ ତାଙ୍କ ବିରୋଧୀ ଯଶୱନ୍ତ ସିହ୍ନା ଥିଲେ। ଦ୍ରୌପଦୀ ମୁର୍ମୁ ଭରପୂର ଭୋଟ୍‌ରେ ଜିତି ଇତିହାସ ସୃଷ୍ଟି କରିଛନ୍ତି। ଏହି ବିଜୟ ସହିତ ଦ୍ରୌପଦୀ ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଯାଇଛନ୍ତି। କିନ୍ତୁ ତାଙ୍କର ଏହି ଯାତ୍ରା ଏତେ ସହଜ ନଥିଲା। ସେ ଜୀବନସାରା ଅନେକ ଦୁଃଖ ଭୋଗିଥିଲେ ମଧ୍ୟ ସେ ସବୁକୁ ସାମ୍ନାକରି ଏଠାରେ ପହଞ୍ଚିଛନ୍ତି। ତେବେ ଆସନ୍ତୁ ଜାଣିବା ଦ୍ରୌପଦୀ ମୁର୍ମୁଙ୍କ ଏହି ସଂଘର୍ଷର କାହାଣୀ ବିଷୟରେ।

କିଏ ଏହି ଦ୍ରୌପଦୀ ମୁର୍ମୁ:

ରାଷ୍ଟ୍ରପତି ପଦ ପାଇଁ ଭୋଟିଂରେ ଏନ୍‌ଡିଏ ଦ୍ୱାରା ଦ୍ରୌପଦୀ ମୁର୍ମୁଙ୍କ ନାମ ଦିଆଯାଇଛି। ଦ୍ରୌପଦୀ ମୁର୍ମୁ ଓଡ଼ିଶାର ଜଣେ ଆଦିବାସୀ ମହିଳା ନେତା ଏବଂ ଝାଡଖଣ୍ଡର ରାଜ୍ୟପାଳ ଥିଲେ। ସେ ଝାଡଖଣ୍ଡର ପ୍ରଥମ ମହିଳା ରାଜ୍ୟପାଳ ହେବାର ଗୋରବ ଅର୍ଜନ କରିଛନ୍ତି।

ଜୀବନ ପରିଚୟ:

ଦ୍ରୌପଦୀ ମୁର୍ମୁ ୧୯୫୮ ମସିହା ଜୁନ୍ ୨୦ରେ ଓଡିଶାର ମୟୂରଭଞ୍ଜ ଜିଲ୍ଲାର ଏକ ସାନ୍ତାଳୀ ଆଦିବାସୀ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ବିରଞ୍ଚି ନାରାୟଣ ଟୁଡୁ, ଯିଏ ତାଙ୍କ ପରମ୍ପରା ଅନୁଯାୟୀ ଗାଁ ଓ ସମାଜର ମୁଖ୍ୟ ଥିଲେ। ଏହି କାରଣରୁ ଗାଁରେ ତାଙ୍କ ପରିପାର ପ୍ରଭାବଶାଳୀ ଥିଲେ। ଏହା ସତ୍ତ୍ୱେ ବି ଗାଁରେ ଏମିତି କିଛି ସମସ୍ୟା ଥିଲା, ଯେଉଁଥି ପାଇଁ ଗାଁ ଲୋକଙ୍କୁ ସଂଘର୍ଷ କରିବାକୁ ପଡୁଥିଲା। ଏଭଳି ସ୍ଥିତିରେ ଏକ ପଛୁଆ ଗାଁରୁ ଆସି ରାଷ୍ଟ୍ରପତି ହେବାର ଯାତ୍ରା ନିହାତି ହୃଦୟସ୍ପର୍ଶି।

ଶିକ୍ଷା:

ନିଜ ଜିଲ୍ଲାରେ ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିବା ପରେ ଦ୍ରୌପଦୀ ଭୁବନେଶ୍ୱରର ରମାଦେବୀ ମହିଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ଅଧ୍ୟୟନ ସମାପ୍ତ ହେବା ପରେ, ସେ ଜଣେ ଶିକ୍ଷକ ଭାବରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ। ସେ ଅରବିନ୍ଦ ଇଣ୍ଟିଗ୍ରାଲ୍ ଏଜୁକେଶନ୍ ଆଣ୍ଡ୍ ରିସର୍ଚ୍ଚରେ ଶିକ୍ଷକ ଭାବେ କିଛି ଦିନ ପାଇଁ କାମ କରିଥିଲେ। ସେ ଏଠାରେ ବିନା ଦରମାରେ ଶିକ୍ଷାଦାନ କରୁଥିଲେ। ଏହା ବ୍ୟତୀତ ସେ ମଧ୍ୟ କିଛି ଦିନ ପାଇଁ ଜଳସେଚନ ବିଭାଗରେ କାମ କରିଛନ୍ତି। ସେ ଏଠାରେ ୨୫୫ ଟଙ୍କା ଦରମା ପାଉଥିଲେ।

ପିଲାଟି ଦିନରୁ ନେତୃତ୍ୱ:

ଦ୍ରୌପଦୀ ସପ୍ତମରେ ପଢିବା ବେଳେ ମନିଟର ହୋଇଥିଲେ। ସେ ତାଙ୍କର ଏହି ଦାୟିତ୍ୱକୁ ଖୁବ ଯତ୍ନର ସହିତ ପାଳନ କରୁଥିଲେ। ମନିଟର ଭାବେ ସେ ସ୍କୁଲ୍ ପରିସର ପରିଷ୍କାର କରିବା, ନିୟମିତ ସଫେଇ କାର୍ଯ୍ୟ କରିବା ସମସ୍ତେ ଶୃଙ୍କଳିତ ରହିବା ନେଇ ଦ୍ରୌପଦୀ ବେଶ ଯତ୍ନଶୀଳ ଥିଲେ। ସ୍କୁଲ୍‌ରେ ଡଷ୍ଟର କିଣା ନ ହୋଇପାରିଲେ ସେ ଘରୁ କପଡାରେ ଡଷ୍ଟର ତିଆରି କରି ଆଣୁଥିଲେ। ପିଲାଟି ଦିନରୁ ତାଙ୍କ ପାଖରେ ଏଭଳି ନେତୃତ୍ୱର ଦକ୍ଷତା ଦେଖିବାକୁ ମିଳିଥିଲା।

ସାଙ୍ଗ ପାଇଁ ତ୍ୟାଗ:

ଦ୍ରୌପଦୀ ମୁର୍ମୁ ଉଭୟ ପାଠ ଓ ଖେଳରେ ପ୍ରଥମ ହେଉଥିଲେ। ତାଙ୍କର ଜଣେ ସାଙ୍ଗ ସବୁବେଳେ ଚେଷ୍ଟା କରୁଥିଲା ସେ ବି ପ୍ରଥମ ହେବ। କିନ୍ତୁ ସେ ପ୍ରଥମ ନ ହୋଇପାରୁ ଥିବାରୁ ମନଦୁଃଖରେ ରହୁଥିଲା। ଦୌପଦୀ ଏହା ଜଣିବା ପରେ ସାଙ୍ଗର ଇଛା ପୂରଣ କରିବାକୁ ଚେଷ୍ଟା କଲେ। ଦିନେ ଦୌଡ ପ୍ରତିଯୋଗିତାରେ ସେ ତାଙ୍କ ସାଙ୍ଗକୁ ବାଟ ଛାଡି ଦେଇ ଜାଣିଶୁଣି ପଛରେ ରହିଗଲେ। ତାଙ୍କ ସାଙ୍ଗକୁ ପ୍ରଥମ କରେଇ ସେ ଦ୍ୱିତୀୟ ସ୍ଥାନରେ ରହିଲେ। ଏଥିରୁ ଦ୍ରୌପଦୀଙ୍କ ଉଦାରତାର ପ୍ରମାଣ ମିଳେ।

ଜୀବନ ସଂଗ୍ରାମ:

ଦ୍ରୌପଦୀ ମୁର୍ମୁ ଶ୍ୟାମ ଚରଣ ମୁର୍ମୁଙ୍କୁ ବିବାହ କରିଥିଲେ, ଯାହାଙ୍କ ଠାରୁ ତାଙ୍କର ଦୁଇ ପୁଅ ଏବଂ ଗୋଟିଏ ଝିଅ ଜନ୍ମ ହୋଇଥିଲେ। ପରେ ତାଙ୍କ ଦୁଇ ପୁଅଙ୍କର ମୃତ୍ୟୁ ହୋଇଥିଲା ଏବଂ ତାଙ୍କ ସ୍ୱାମୀ ମଧ୍ୟ ସବୁଦିନ ପାଇଁ ତାଙ୍କ ଛାଡ ଛାଡି ଚାଲିଯାଇଥିଲେ। ଏହା ତାଙ୍କ ଜୀବନରେ ସବୁଠାରୁ ଯନ୍ତ୍ରଣାଦାୟକ ପରିସ୍ଥିତି ଥିଲା। ସେ କିନ୍ତୁ ହାର ମାନିନଥିଲେ ଏବଂ ସମାଜ ପାଇଁ କିଛି କରିବା ନେଇ ରାଜନୀତିରେ ପ୍ରବେଶ କରିଥିଲେ।

ରାଜନୈତିକ ଜୀବନ:

ସେ ଓଡ଼ିଶାରୁ ବିଜେପି ସହିତ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବିଜେପିରେ ଯୋଗଦେବା ପରେ ସେ ୧୯୯୭ରେ ରାଇରଙ୍ଗପୁର ନଗର ପଞ୍ଚାୟତର କାଉନ୍‌ସିଲର୍‌ ନିର୍ବାଚନରେ ​​ଭାଗ ନେଇ ଜିତିଥିଲେ। ବିଜେପି ମୁର୍ମୁଙ୍କୁ ଦଳର ଅନୁସୂଚିତ ଜନଜାତି ମୋର୍ଚ୍ଚାର ଉପ-ସଭାପତି କରିଥିଲା। ଏହା ପରେ ୨୦୦୦ରୁ ୨୦୦୨ ପର୍ଯ୍ୟନ୍ତ ଓଡିଶାର ବିଜେପି ଏବଂ ବିଜୁ ଜନତା ଦଳର ମିଳିତ ସରକାରରେ ସେ ବାଣିଜ୍ୟ ଓ ପରିବହନ ସ୍ୱତନ୍ତ୍ର ପ୍ରଭାବ ମନ୍ତ୍ରୀ ଥିଲେ।

୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ସେ ଓଡିଶାର ରାଇଗଞ୍ଜ ବିଧାନସଭା ଆସନରୁ ବିଧାନସଭା ନିର୍ବାଚନରେ ​​ମଧ୍ୟ ଜିତିଥିଲେ। ପରେ ୨୦୧୫ ରୁ ୨୦୨୧ ପର୍ଯ୍ୟନ୍ତ ସେ ଝାଡଖଣ୍ଡର ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଥିଲେ। ସେ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ ହୋଇଥିଲେ।