ଆଜି ସର୍ବୋଚ୍ଚ ଆସନରେ ଆଦିବାସୀ ଝିଅ ଦ୍ରୌପଦୀ ମୁର୍ମୁ। ଜଣେ ପଛୁଆ ବର୍ଗରୁ ଆସି ଆଜି ଦେଶର ଏକ ସମ୍ମାନସ୍ପଦ ପଦରେ ପହଞ୍ଚିବା ନେଇ ତାଙ୍କୁ କରିବାକୁ ପଡିନି କମ ସଂଘର୍ଷ। ତେବେ ଆସନ୍ତୁ ଜାଣିନେବା ତାଙ୍କର ସେହି ସଂଘର୍ଷର କାହାଣୀ ବିଷୟରେ।
ସୋମବାର ପୂର୍ବାହ୍ଣ ୧୦ଟା ୧୪, ସାରା ଭାରତ ପାଇଁ ଅନନ୍ୟ ଏବଂ ଐତିହାସିକ ମୁହୂର୍ତ୍ତ । ପଛୁଆ, ନିଷ୍ପେସିତ, ଉପେକ୍ଷିତ କୁହାଯାଉଥିବା ଆଦିବାସୀ ସଂପ୍ରଦାୟର ଜଣେ ମହିଳା, ପ୍ରଥମ ଥର ପାଇଁ ଦେଶର ସର୍ବୋଚ୍ଚ ଆସନ ଅଳଙ୍କୃତ କରିବେ ।