Advertisment

Soumya pattnayak: ବହିଷ୍କାରର କାରଣ ଏଯାଏ ଜାଣି ପାରିନି- ସୌମ୍ୟରଞ୍ଜନ ପଟ୍ଟନାୟକ

୧୨ ବର୍ଷ ତଳେ ଦଳ ମୋତେ ବହିଷ୍କାର କରିଥିଲା। ତେବେ ବହିଷ୍କାର ପଛର କାରଣ ଆଜିଯାଏଁ ଖୋଜି ପାଉନି ବୋଲି କହିଛନ୍ତି ସୌମ୍ୟରଞ୍ଜନ।

author-image
Saroj Kumar Jena
ଅଦ୍ୟତନ ହୋଇଛି
soumya

soumya

ନିକଟରେ ପିସିସି ସଭାପତି ଭାବରେ ଦାୟିତ୍ବ ଗ୍ରହଣ କରିଥିଲେ ଭକ୍ତ ଚରଣ ଦାସ। କୌଣସି କାରଣରୁ ଦଳ ଛାଡିଥିବା ତଥା ବହିଷ୍କୃତ ହୋଇଥିବା ସମସ୍ତଙ୍କୁ ବିନା ସର୍ତ୍ତରେ ଦଳରେ ସାମିଲ କରାଯିବା ନେଇ ଘୋଷଣା କରିବା ପରେ ଜଣଙ୍କ ପରେ ଜଣେ ପୁରୁଣା ନେତା ଫେରିବାରେ ଲାଗିଛନ୍ତି। ଶନିବାର ବରିଷ୍ଠ କଂଗ୍ରେସ ନେତ ସୁରେଶ କୁମାର ରାଉତରାୟ ଦଳକୁ ଫେରିଥିବା ବେଳେ ଫେରିବା ଉପରେ ପ୍ରତିକ୍ରିୟା ରଖିଛନ୍ତି ସୌମ୍ୟରଞ୍ଜନ ପଟ୍ଟନାୟକ।

Advertisment

ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସର୍ବକ୍ଷମା ଘୋଷଣା ପରେ ଦଳକୁ ବାହୁଡୁଛନ୍ତି ନେତା। ସୌମ୍ୟରଞ୍ଜନ ପଟ୍ଟନାୟକ ବି କଂଗ୍ରେସକୁ ଫେରିବେ କି ପ୍ରଶ୍ନରେ ସେ କହିଛନ୍ତି, ୧୨ ବର୍ଷ ତଳେ ଦଳ ମୋତେ ବହିଷ୍କାର କରିଥିଲା। ତେବେ ବହିଷ୍କାର ପଛର କାରଣ ଆଜିଯାଏଁ ଖୋଜି ପାଉନି ବୋଲି କହିଛନ୍ତି ସୌମ୍ୟରଞ୍ଜନ। 

ଅଧିକ ପଢ଼ନ୍ତୁ: ଭକ୍ତ ଦାସଙ୍କ ବଡ଼ ନିଷ୍ପତ୍ତି, ସବୁ ନେତାଙ୍କ ଉପରୁ ବହିଷ୍କାର ଓ ନିଲମ୍ବନ ପ୍ରତ୍ୟାହାର

Advertisment

ଏକ ସର୍ବପୁରାତନ ଦଳ, କିନ୍ତୁ ଏବେ ଏହାର ଅବସ୍ଥା ଭଲ ନାହିଁ। ରାଜନୈତିକ ବ୍ୟବସ୍ଥାରେ ଦଳ ଯଦି ଭୂମିକା ନିର୍ବାହ ନକରେ ତାର ମୂଲ୍ୟ ନାହିଁ। କଂଗ୍ରେସ ଏଯାବତ ସେ ଭୂମିକା ନିର୍ବାହ କରିପାରିନି ବୋଲି କହିଛନ୍ତି ସୌମ୍ୟ। ଏହା ସହ ସେ କହିଛନ୍ତି ମୁଁ ଆଦୌ କଂଗ୍ରେସର ପୁରୁଖା ନେତା ନ ଥିଲି। ଆମ ପରିବାରର ଅନ୍ୟମାନେ ପୁରୁଖା କଂଗ୍ରେସ ନେତା ଥିଲେ। ମୋ ବଡ଼ ଭାଇ ନିରଞ୍ଜନ ପଟ୍ଟନାୟକ ମନ୍ତ୍ରୀ ଓ PCC ସଭାପତି ଥିଲେ। ଶ୍ବଶୁର ଜାନକୀ ବଲ୍ଲଭ ପଟ୍ଟନାୟକ ୩ ଥର ମୁଖ୍ୟମନ୍ତ୍ରୀ ରହିଥିଲେ।

ଏହା ସହିତ ସେ ଦଳକୁ ଫେରୁଛନ୍ତି କି ନାହିଁ ବୋଲି ପ୍ରଶ୍ନ କରାଯାଇଥିଲା। ଏହାର ସିଧାସଳଖ ଉତ୍ତର ଦେଇ ନ ଥିଲେ ମଧ୍ୟ ସେ କହିଥିଲେ ୧୨ ବର୍ଷ ତଳେ ମୋତେ କଂଗ୍ରେସରୁ ବହିଷ୍କାର କରାଯାଇଥିଲା। ତେବେ ବହିଷ୍କାରର କାରଣ କଣ ରହିଥିଲା ତାହା ମୁଁ ଜାଣି ନାହିଁ। କଂଗ୍ରେସ ଦଳର ସ୍ଥିତି ବର୍ତ୍ତମାନ ସାମାନ୍ୟ ଖରାପ ରହିଛି। ତେବେ ରାଜନୀତିରେ କୌଣସି ଦଳର ଭବିଷ୍ୟତ ଅନ୍ଧାର ନୁହେଁ, କଂଗ୍ରେସର ବି ନୁହେଁ। ଏହା ଏକ ପୁରୁଣା ଦଳ। ନିଜର ଭୁଲକୁ ସ୍ବୀକାର କରିଲେ ଆଗାମୀ ଦିନରେ ଏହା ନିଶ୍ଚିତ ଦୃଢ଼ ହେବ। ଅନ୍ୟ ପକ୍ଷରେ କଂଗ୍ରେସ ନେତା ମାନଙ୍କୁ ଅହଙ୍କାର ଛାଡିବା ପାଇଁ ପରାମର୍ଶ ଦେଇଛନ୍ତି ସୌମ୍ୟ। ଅତୀତରେ ଅନେକ ଥର ଅହଙ୍କାର ଦଳ ଓ ନେତାଙ୍କ ପାଇଁ ବିପଜ୍ଜନକ ପ୍ରମାଣିତ ହୋଇଛି।

ଦଳର ଅନ୍ୟ ନେତା ମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ ପ୍ରଫୁଲ୍ଲ ମାଝୀ ମଧ୍ୟ ଦଳରେ ଯୋଗ ଦେବାକୁ ଇଙ୍ଗିତ କରିଛନ୍ତି। ସେ କହିଛନ୍ତି ଲୋକଙ୍କ ପାଇଁ କାମ କରିବାକୁ ଦଳ ଛାଡିଥିଲୁ। ବିଜେଡିରେ କାମ ହେଉ ନ ଥିବା ବେଳେ ଏଠାରେ ରହି କଣ ଲାଭ। ଏହା ସହିତ ପରୋକ୍ଷରେ ସେ କଂଗ୍ରେସ ଶିବିରକୁ ପ୍ରତ୍ୟାବର୍ତ୍ତନ ପାଇଁ ଆଗ୍ରହୀ ଥିବା ସୂଚେଇ ଦେଇଛନ୍ତି।

ଅଧିକ ପଢ଼ନ୍ତୁ: ଫେରିଲେ ସୁର ... ଏବେ ପୁଣି ଶୁଭିବ ‘Congress Coming’

PCC President Congress
Advertisment
Advertisment