• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପଣ କେବେ ଭାବିଛନ୍ତି କି ? ଆପଣଙ୍କ ବୟସ ତୁଳନାରେ ଆପଣଙ୍କ କଣ୍ଠ ସ୍ୱର ଯଦି ହୋଇନଥିବ ତେବେ କିଭଳି ପରିସ୍ଥିତି ଉପୁଜିବ ? ଆପଣ କେବେ ଶୁଣିଛନ୍ତି କି କଣ୍ଠ ସ୍ୱରର ସର୍ଜରୀ କରାଯାଏ ? ଆଜ୍ଞା ହଁ ଏହା ସତ । ଶରୀରର ବିଭିନ୍ନ ଅଙ୍ଗରେ ଯେଭଳି ସର୍ଜରୀ କରାଯାଇ ତାକୁ ନୂଆ ରୂପ ଦିଆଯାଏ । ଠିକ୍‌ ସେହିଭଳି କଣ୍ଠ ସ୍ୱରରେ ମଧ୍ୟ ସର୍ଜରୀ କରାଯାଇ ଏହାକୁ ନୂଆ ରୂପ ଦେଇହେବ । ଏହା ପ୍ରମାଣିତ ମଧ୍ୟ ହୋଇସାରିଛି ।

ଜଣେ ବ୍ୟକ୍ତି ନିଜ କଣ୍ଠ ସ୍ୱରର ସର୍ଜରୀ କରି ସଫଳତା ପାଇଛନ୍ତି ଏବଂ ଏହା ତାଙ୍କ ଜୀବନରେ ଆଣିଦେଇଛି ନୂଆ ମୋଡ଼ । କାରଣ ଏହି ବ୍ୟକ୍ତିଙ୍କର ବୟସ ବଢ଼ିଥିଲେ ମଧ୍ୟ ତାଙ୍କ କଣ୍ଠ ଶ୍ୱର ୧୩ ବର୍ଷୀୟ ବାଳକ ଭଳି ଥିଲା । ତେଣୁ ସେ ବିଭିନ୍ନ ସମୟରେ ଲଜ୍ଜିତ ହେଉଥିଲେ । ଯାହାକି ତାଙ୍କୁ ଖୁବ୍‌ କଷ୍ଟ ଦେଇଛି । ଏହାପରେ ସେ ତାଙ୍କ କଣ୍ଠସ୍ୱରର ସର୍ଜରୀ କରିବାକୁ ମନ ବଳାଇଥିଲେ । ଆଉ ସର୍ଜରୀ ସଫଳ ହେବା ପରେ ସେ ପାଇଥିଲେ ନୂଆ ସ୍ୱର । ୧୩ ବର୍ଷୀୟ କଣ୍ଠ ସ୍ୱରରୁ ସିଧା ୩୫ ବର୍ଷୀୟ କଣ୍ଠ ସ୍ୱର ପାଇଥିଲେ ଉକ୍ତ ଯୁବକ ।

ତେବେ ଏଭଳି ବିରଳ ସର୍ଜରୀର ସମସ୍ତ ଶ୍ରେୟ ଯାଉଛି ଡାକ୍ତର କୁରସାତ୍‌ ୟେଲ୍‌କେନ୍‌ । ତୁର୍କୀରେ ସେ ଜଣେ ସଫଳ ସର୍ଜନ ଭାବେ ବେଶ ପରିଚିତ । ନାକ-କାନ ଏବଂ ଗଳା ରୋଗର ଜଣେ ପ୍ରଫେସର ହେଉଛନ୍ତି କୁରସାତ୍‌ ୟେଲ୍‌କେନ୍‌ । ଏହାସହ ମୁଣ୍ଡ ଏବଂ ବେକ୍ ସର୍ଜରୀ ମଧ୍ୟ କରିଥାନ୍ତି ୟେଲ୍‌କେନ୍‌ । ସେ ହାଭାର୍ଡ ମେଡିକାଲ ସ୍କୁଲରୁ ପାଠ ପଢ଼ିଛନ୍ତି ।

 

ଗତ ୧୫ ବର୍ଷ ଧରି ସେ ଏହି ସର୍ଜରୀ କରି ଆସୁଛନ୍ତି । ଯିଏ ଯେମିତି କଣ୍ଠ ସ୍ୱର ଚାହିଁବ, ତାଙ୍କୁ ସେମିତି କଣ୍ଠ ସ୍ୱର ପ୍ରଦାନ କରୁଛନ୍ତି ୟେଲ୍‌କେନ୍‌ । ଯଦି କିଏ ଅଧିକ ବୟସ୍କ କିମ୍ବା ମୋଟା କଣ୍ଠ ସ୍ୱର ଚାହିଁବେ ତେବେ ତାଙ୍କୁ ସେହି ଅନୁସାରେ ସର୍ଜରୀ କରାଯିବ । ଏମିତି ଯଦି କେହି ପତଳା କଣ୍ଠ ସ୍ୱର ବା କମ୍‌ ବୟସ୍କଙ୍କ ଭଳି କଣ୍ଠ ସ୍ୱର ଚାହିଁବ ତେବେ ତାଙ୍କୁ ମଧ୍ୟ ସେହି ଅନୁସାରେ ସର୍ଜରୀ କରିଥାନ୍ତି ୟେଲ୍‌କେନ୍‌ ।

ସଟ୍‌ ଭିଡିଓ ଆପ୍‌ ଟିକ୍‌ଟକ୍‌ ଜରିଆରେ ୟେଲ୍‌କେନ୍ ଖୁବ୍‌ ଲୋକପ୍ରିୟ । କାରଣ ସେ ତାଙ୍କର କିଛି ପେସେଣ୍ଟଙ୍କ ଛୋଟ ଛୋଟ ଭିଡିଓ କରି ସେହି ଟକ୍‌ଟକ୍‌ ଆପ୍‌ରେ ଅପ୍‌ଲୋଡ୍‌ କରିଥାନ୍ତି । ଦର୍ଶକ ମଧ୍ୟ ତାଙ୍କ ଭିଡିଓ ଗୁଡ଼ିକୁ ଖୁବ୍‌ ପସନ୍ତ କରନ୍ତି । ୟେଲ୍‌କେନ୍‌ଙ୍କ କହିବା କଥା ଦିନକୁ ଦିନ ତାଙ୍କ ନିକଟରେ ରୋଗୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏବେ ପ୍ରତିବର୍ଷ ତାଙ୍କ ନିକଟକୁ ୧୦୦ରୁ ୧୫୦ ଜଣ ରୋଗୀ ଆସୁଛନ୍ତି ।